ବାଲୁଗାଁ କଲେଜରେ ସ୍କିଲ ଡେଭଲପମେଣ୍ଟ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ

Published: Feb 28, 2023, 10:09 pm IST

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ବାଲୁଗାଁ କଲେଜ ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ସ୍କିଲ ଡେଭଲପମେଣ୍ଟ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବେ ଉତ୍କଳ ଇଣ୍ଟରପ୍ରିନ୍ୟୁୟରସିପ ଓ କ୍ୟାରିୟର ହବର ନିର୍ଦ୍ଦେଶକ ପ୍ରଫେସର ଏ ଏ ଖାନ, ରିସର୍ଚ୍ଚ ଆସିଷ୍ଟାଣ୍ଟ ପ୍ରଫେସର ଲକ୍ଷ୍ମୀ ଧର ଚାନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍କିଲ ଡେଭଲପମେଣ୍ଟର ବିଭିନ୍ନ ଦିଗ ସମ୍ପର୍କରେ ବିଶଦ ଭାବେ ସୂଚନା ପ୍ରଦାନ କରିଥିଲେ।

ମୋ କଲେଜ ସଂଯୋଜକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।୩୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ମହାରଣା, ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି, ବିଦ୍ୟାଧର ଜୁଝାରସିହ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ବାତିସ୍ବାଗତିକା ସାହୁ, ଶୁଭଦର୍ଶନୀ ବିଶ୍ବାଳ, ଝରଣା ନାଥ, କୀର୍ତ୍ତିମୟୀ ବାରିକ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଶେଷରେ ଛାତ୍ର ସଂଗ୍ରାମ କେଶରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Related posts