ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ନିକଟରେ ଡ଼ିଏସପି ଭାବେ ପଦୋନ୍ନତି ହୋଇଛି। ଶ୍ରୀ ମାହାଲିକ ଅଢେଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲା ବାଲୁଗାଁ ଥାନା ଦାଇତ୍ୱରେ ଥିବାବେଳେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଲୁଗାଁ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରହିଥିବାର ଦେଖାଯାଇଛି। ଜଣେ ସଚ୍ଚୋଟ, ସହୃଦୟ ତଥା କଠୋର ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ମାହାଲିକ। ବିଶେଷ କରି ଲକଡ଼ାଉନ ସମୟରେ ବାଲୁଗାଁ ଅଞ୍ଚଳରେ ଅତି ନିଷ୍ଠାର ସହ ଡ୍ୟୁଟି କରିବା ସହ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କରି ଡ଼ିଜିପି ଡିସ୍କ ଆୱାର୍ଡ ମଧ୍ୟ ପାଇଛନ୍ତି ଉକ୍ତ ଅଧିକାରୀ।
ତେବେ ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ଅପରାଧୀଙ୍କୁ ଦୃଢ଼ହସ୍ତରେ ଦମନ କରିବାରେ ସିଦ୍ଧହସ୍ତ ଥିବା ଉକ୍ତ ଅଧିକାରୀ ଡ଼ିଏସପି ଭାବେ ପଦୋନ୍ନତି ହେବା ପରେ ଖୁବ ଶୀଘ୍ର ବାଲୁଗାଁ ଛାଡିବେ ବୋଲି ଜଣାପଡିଛି। ତାଙ୍କର ଆଗାମୀ ଭବିଷ୍ୟତ ମଙ୍ଗଳମୟ ହେବା ସହ ସେ ଜୀବନରେ ଆହୁରି ସଫଳତା ହାସଲ କରନ୍ତୁ ବୋଲି ସ୍ଥାନୀୟ ଲୋକ ମା’ କାଳିଜାଇଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେହିପରି ଭାବେ ପୂର୍ବତନ ବାଣପୁର ଆଇଆଇସି ତଥା ବର୍ତ୍ତମାନ ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ମଧ୍ୟ ଡ଼ିଏସପି ଭାବେ ପଦୋନ୍ନତି ହୋଇଅଛି।