Categories
ବିଶେଷ ଖବର ରାଜ୍ୟ ଖବର

ଅଶ୍ବିନୀ ପାତ୍ରଙ୍କୁ ସ୍ବାଗତ କଲେ ରବିନ୍ଦ୍ର ଜେନା, ସରଗରମ ହେଲା ବାଲେଶ୍ବରର ବିଜେଡି ରାଜନୀତି

ଭୁବନେଶ୍ବର: ବାଲେଶ୍ବର ରାଜନୀତି ବର୍ତ୍ତମାନ ସରଗରମ ହୋଇପଡିଛି। କାରଣ ଏହି ଜିଲ୍ଲା ପାଇଁ ନିକଟରେ ବିଜେଡି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ସଭାପତି ଭାବେ ଘୋଷଣା କରିଛି। ସମସ୍ତେ ଆଶା କରୁଥିଲେ ଯେ, ଦଳର ପୂର୍ବତନ ସାଂସଦ ତଥା ସେହି ଜିଲ୍ଲାର ବିଜେଡି ନେତା ରବି ଜେନାଙ୍କୁ ସଭାପତି କରାଯିବ। ହେଲେ ତାହା ହେଲା ନାହିଁ।

ତେବେ ଅଶ୍ବିନୀ ପାତ୍ରଙ୍କୁ ସଭାପତି କରିବା ପରେ ରବିନ୍ଦ୍ର ଜେନା ଶିବିର ଆଶା କରିଥିଲା ଯେ, ସେ ଆଉ ଦଳରେ ରହିବେ ନାହିଁ। ନିଜ ରାସ୍ତା ବାଛି ନେବେ। ହେଲେ ଖୋଦ ରବି ଜେନା ନୂଆ ସଭାପତିଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି। ତାଙ୍କୁ ସାଥିରେ ଧରି ବିଭିନ୍ନ ଦଳୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ଦ୍ବାରା ବାଲେଶ୍ବରରେ ବିଜେଡି ବେଶ ସଫଳତା ହାସଲ କରିବ ବୋଲି ମଧ୍ୟ କର୍ମିଙ୍କୁ କହିଛନ୍ତି। ଫଳରେ ରବି ଜେନା ନିଜେ ପ୍ରମାଣିତ କରିଦେଲେ ଯେ, ସେ ବିଜେଡିରେ ସକ୍ରିୟ ଅଛନ୍ତି। ତାଙ୍କ ଭିତରେ କୌଣସି ଅସନ୍ତୋଷ ନାହିଁ।

ବହୁ ଦିନ ଧରି ରବିନ୍ଦ୍ର ଜେନା ଦଳରେ ସକ୍ରିୟ ଥିବାର ଜଣାପଡି ନ ଥିଲା। ବାଲେଶ୍ବର ଉପନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ମଧ୍ୟ ସେ କୁଆଡେ ଅସନ୍ତୁଷ୍ଠ ଥିଲେ ବୋଲି କୁହାଯାଉଥିଲା। ହେଲେ ସେତେବେଳେ ସେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଏହାପରେ କଣ ହେଲା କେଜାଣି ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ବହୁ ଦିନ ପରେ ବିଜେଡି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ କଣ ହେଲା କେଜାଣି ସେ ଏ ପର୍ଯ୍ୟନ୍ତ ସେହି ଜିଲ୍ଲା ଗସ୍ତ କରୁ ନାହାଁନ୍ତି। ଏପରିକି ସେହି ଜିଲ୍ଲାର କୌଣସି ବିଜେଡି ନେତାଙ୍କ ସହିତ ମଧ୍ୟ ଆଲୋଚନା କରୁ ନାହାଁନ୍ତି। ଖୋର୍ଦ୍ଧା ଜିଲ୍ଲାର ବିଜେଡି ନେତାମାନେ ତାଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସେ ମନଯୋଗ ଦେଉ ନାହାଁନ୍ତି। ଅଭିମାନରେ କୁଆଡେ ଯାଉ ନ ଥିବାର କୁହାଯାଉଛି।

ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ସେ ଦଳ ପାଇଁ ସକ୍ରିୟ ହେବା ଆରମ୍ଭ କରିଛନ୍ତି। ରବିନ୍ଦ୍ର ଜେନା ଜଣେ ଭଲ ଶାନ୍ତ ରାଜନୈତିକ ନେତା ହିସାବରେ ବେଶ ପରିଚିତ। ସେ ରାଜନୀତିର ଛନ୍ଦ କପଟ ଭିତରେ ନ ପଶି ନିଜର କାର୍ଯ୍ୟ କରିବାକୁ ବେଶ ପସନ୍ଦ କରନ୍ତି। ଏହିପରି ଜଣେ ନେତାଙ୍କ ଜିଲ୍ଲାରେ ସକ୍ରିୟ ହେଉଥିବାରୁ ଜିଲ୍ଲା ବିଜେଡି ମହଲରେ ବେଶ୍ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ, ୪ ବରିଷ୍ଠ, ୯ ଉପସଭାପତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଏକ ଜିଲ୍ଲାର ସାଂଗଠାନିକ ପଦପଦବୀର ତାଲିକା ଘୋଷଣା କରିଛି। ସେହି ଅନୁସାରେ ବାଲେଶ୍ବର ଜିଲ୍ଲାର ସଭାପତି ମନ୍ତ୍ରୀ ଅଶ୍ବନୀ ପାତ୍ର ଥିବା ବେଳେ ବରିଷ୍ଠ ଉପସଭାପତି ଭାବେ ୪ ଜଣଙ୍କ ନିଯୁକ୍ତି ଦିଆଯାଇଛି। ସେହିପରି ୯ ଜଣଙ୍କୁ ଉପସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ

ସେହିପରି ଦଳ ବାଲେଶ୍ବର ପାଇଁ ୧୬ ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୨୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ

ବାଲେଶ୍ବର ପାଇଁ ମଧ୍ୟ ଜଣେ ମିଡିଆ କୋର୍ଡିନେଟର ରଖାଯାଇଛି। ସେ ହେଲେ ସତ୍ୟନ୍ଦ୍ର କୁମାର ଦାସ। ଏଥିରେ ୨୩ ଜଣଙ୍କୁ ଯୁଗ୍ନ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ..

ଏହି ନୂଆ କର୍ମକର୍ତ୍ତାମାନେ ତୁରନ୍ତ ଦାୟିତ୍ବ ନେଇ କାର‌୍ୟ୍ୟ କରିବାକୁ ଦଳ ତରଫରୁ ଜାରୀ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ବିରୋଧ, ତୃଣମୂଳ ସ୍ତରରେ ଅସନ୍ତୋଷ

ବାଲେଶ୍ବର, ଗତକାଲି ବିଜେଡି ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲା କର୍ମିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟତଃ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମର୍ଥକମାନେ ହୋ ହାଲ୍ଲା କରିଛନ୍ତି। ତୃଣମୂଳ ସ୍ତରର କର୍ମିମାନେ ସ୍ବରୂପ ଦାସଙ୍କ ପ୍ରାର୍ଥୀତ୍ବକୁ ଗ୍ରହଣ କରିବାକୁ ନାରାଜ।

କର୍ମିମାନେ ଆଶା କରିଥିଲେ ଯେ ରବିନ୍ଦ୍ର ଜେନାଙ୍କୁ ଟିକେଟ ନ ମିଳିଲେ ମଧ୍ୟ ତାଙ୍କ ଧର୍ମପତ୍ନୀଙ୍କୁ ମିଳିବ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ଏମାନେ ଅସନ୍ତୋଷ ଜାହିର କରିବା ସହ ଧମକ ଦେଇଛନ୍ତି। ବିଜେଡି ଏହି ପ୍ରାର୍ଥୀତ୍ବକୁ ନେଇ ପୁନଃବିଚାର ନ କଲେ ଦଳ ପାଇଁ ଆଉ କାମ କରିବେ ନାହିଁ ବୋଲି କର୍ମମାନେ ଚେତାବନୀ ଦେଇଛନ୍ତି।