Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅଶ୍ବିନୀ ପାତ୍ରଙ୍କୁ ସ୍ବାଗତ କଲେ ରବିନ୍ଦ୍ର ଜେନା, ସରଗରମ ହେଲା ବାଲେଶ୍ବରର ବିଜେଡି ରାଜନୀତି
ରାଜ୍ୟ ଖବର

ଅଶ୍ବିନୀ ପାତ୍ରଙ୍କୁ ସ୍ବାଗତ କଲେ ରବିନ୍ଦ୍ର ଜେନା, ସରଗରମ ହେଲା ବାଲେଶ୍ବରର ବିଜେଡି ରାଜନୀତି

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ବିନୀ ପାତ୍ରଙ୍କୁ ସ୍ବାଗତ କଲେ ରବିନ୍ଦ୍ର ଜେନା, ସରଗରମ ହେଲା ବାଲେଶ୍ବରର ବିଜେଡି ରାଜନୀତି

ଭୁବନେଶ୍ବର: ବାଲେଶ୍ବର ରାଜନୀତି ବର୍ତ୍ତମାନ ସରଗରମ ହୋଇପଡିଛି। କାରଣ ଏହି ଜିଲ୍ଲା ପାଇଁ ନିକଟରେ ବିଜେଡି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ସଭାପତି ଭାବେ ଘୋଷଣା କରିଛି। ସମସ୍ତେ ଆଶା କରୁଥିଲେ ଯେ, ଦଳର ପୂର୍ବତନ ସାଂସଦ ତଥା ସେହି ଜିଲ୍ଲାର ବିଜେଡି ନେତା ରବି ଜେନାଙ୍କୁ ସଭାପତି କରାଯିବ। ହେଲେ ତାହା ହେଲା ନାହିଁ।

ତେବେ ଅଶ୍ବିନୀ ପାତ୍ରଙ୍କୁ ସଭାପତି କରିବା ପରେ ରବିନ୍ଦ୍ର ଜେନା ଶିବିର ଆଶା କରିଥିଲା ଯେ, ସେ ଆଉ ଦଳରେ ରହିବେ ନାହିଁ। ନିଜ ରାସ୍ତା ବାଛି ନେବେ। ହେଲେ ଖୋଦ ରବି ଜେନା ନୂଆ ସଭାପତିଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି। ତାଙ୍କୁ ସାଥିରେ ଧରି ବିଭିନ୍ନ ଦଳୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ଦ୍ବାରା ବାଲେଶ୍ବରରେ ବିଜେଡି ବେଶ ସଫଳତା ହାସଲ କରିବ ବୋଲି ମଧ୍ୟ କର୍ମିଙ୍କୁ କହିଛନ୍ତି। ଫଳରେ ରବି ଜେନା ନିଜେ ପ୍ରମାଣିତ କରିଦେଲେ ଯେ, ସେ ବିଜେଡିରେ ସକ୍ରିୟ ଅଛନ୍ତି। ତାଙ୍କ ଭିତରେ କୌଣସି ଅସନ୍ତୋଷ ନାହିଁ।

ବହୁ ଦିନ ଧରି ରବିନ୍ଦ୍ର ଜେନା ଦଳରେ ସକ୍ରିୟ ଥିବାର ଜଣାପଡି ନ ଥିଲା। ବାଲେଶ୍ବର ଉପନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ମଧ୍ୟ ସେ କୁଆଡେ ଅସନ୍ତୁଷ୍ଠ ଥିଲେ ବୋଲି କୁହାଯାଉଥିଲା। ହେଲେ ସେତେବେଳେ ସେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଏହାପରେ କଣ ହେଲା କେଜାଣି ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ବହୁ ଦିନ ପରେ ବିଜେଡି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ କଣ ହେଲା କେଜାଣି ସେ ଏ ପର୍ଯ୍ୟନ୍ତ ସେହି ଜିଲ୍ଲା ଗସ୍ତ କରୁ ନାହାଁନ୍ତି। ଏପରିକି ସେହି ଜିଲ୍ଲାର କୌଣସି ବିଜେଡି ନେତାଙ୍କ ସହିତ ମଧ୍ୟ ଆଲୋଚନା କରୁ ନାହାଁନ୍ତି। ଖୋର୍ଦ୍ଧା ଜିଲ୍ଲାର ବିଜେଡି ନେତାମାନେ ତାଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସେ ମନଯୋଗ ଦେଉ ନାହାଁନ୍ତି। ଅଭିମାନରେ କୁଆଡେ ଯାଉ ନ ଥିବାର କୁହାଯାଉଛି।

ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ସେ ଦଳ ପାଇଁ ସକ୍ରିୟ ହେବା ଆରମ୍ଭ କରିଛନ୍ତି। ରବିନ୍ଦ୍ର ଜେନା ଜଣେ ଭଲ ଶାନ୍ତ ରାଜନୈତିକ ନେତା ହିସାବରେ ବେଶ ପରିଚିତ। ସେ ରାଜନୀତିର ଛନ୍ଦ କପଟ ଭିତରେ ନ ପଶି ନିଜର କାର୍ଯ୍ୟ କରିବାକୁ ବେଶ ପସନ୍ଦ କରନ୍ତି। ଏହିପରି ଜଣେ ନେତାଙ୍କ ଜିଲ୍ଲାରେ ସକ୍ରିୟ ହେଉଥିବାରୁ ଜିଲ୍ଲା ବିଜେଡି ମହଲରେ ବେଶ୍ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।

ବାଲେଶ୍ବର ବାଲେଶ୍ବର ବିଜେଡି ରବିନ୍ଦ୍ର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Puja Magazine: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଦ୍ବାରା ଉନମୋଚିତ ହେଲା ବିଶ୍ବମୁକ୍ତି ପତ୍ରିକାର ପୂଜା ବିଶେଷାଙ୍କ

October 18, 2026
Latest News

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.