Categories
ଆଜିର ଖବର ରାଜ୍ୟ ଖବର

ବାସୁଦେବପୁରର 9ଟି ପଞ୍ଚାୟତକୁ କରାଗଲା କଣ୍ଟେନମେଣ୍ଟ ଜୋନ୍‌

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର 9ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। 9 ବର୍ଷ ପଞ୍ଚାୟତର 21ଟି ଗାଁକୁ 4ଟି ଜୋନ୍‌ରେ ଭାଗ କରି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଜୋନ୍‌ -1ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଥିବାବେଳେ ଜୋନ୍‌-2ରେ ଖରିଡା, ବିନାୟକପୁର ଓ ଗୁଆଗାଡିଆ ପଞ୍ଚାୟତ ରହିଥିବାବେଳେ ଜୋନ୍‌ 3ରେ ଲକ୍ଷ୍ମୀଦାସପୁର, ବାଲିମେଢ, ଜୋନ୍‌-4ରେ ଅଧୁଆନ ପଞ୍ଚାୟତ। ସମ୍ପୃକ୍ତ ଅଞ୍ଚଳକୁ କେହି ଯାଇପାରିବେନି କି ଆସି ପାରିବେନି। ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ଘରୁ ନ ବାହାରିବାକୁ ନିର୍ଦ୍ଦେଶ। ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ। ସମ୍ପୃକ୍ତ ଅଞ୍ଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ବାସୁଦେବପୁର ବ୍ଲକରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି।