Categories
ଆଜିର ଖବର ଜାତୀୟ ଖବର

ଛଅଟି ରାଷ୍ଟ୍ରକୁ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ନିମନ୍ତେ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଭୁଟାନ, ବାହାରିନ, ମରିସସ୍ ଏବଂ ଶ୍ରୀଲଙ୍କା ଭଳି ଛଅଟି ରାଷ୍ଟ୍ରକୁ ୯୯,୧୫୦ ମେଟ୍ରିକ୍ ଟନ୍ ପିଆଜ ରପ୍ତାନି ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ତୁଳନାରେ ୨୦୨୩-୨୪ ମସିହାରେ ଖରିଫ ଏବଂ ରବି ଋତୁରେ ଦେଶରେ ଆନୁମାନିକ କମ୍ ପିଆଜ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିବାରୁ ଘରୋଇ ବଜାରରେ ଏହାର ପର୍ଯ୍ୟାପ୍ତ ଉପଲବ୍ଧତା ନିମନ୍ତେ ବିଦେଶକୁ ପିଆଜ ରପ୍ତାନି ଉପରେ ସରକାର ନିଷେଧାଦେଶ ଜାରି କରିଥିଲେ। ଅନ୍ତରାଷ୍ଟ୍ରୀୟ ବଜାରରେ ପିଆଜର ଚାହିଦା ବୃଦ୍ଧି ସତ୍ତ୍ୱେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ।

ରାଷ୍ଟ୍ରୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ) ଏଜେନ୍ସି ମାଧ୍ୟମରେ ଏହିସବୁ ରାଷ୍ଟ୍ରଙ୍କୁ ପିଆଜ ଯୋଗାଣ କରାଯିବ । ଘରୋଇ ଉତ୍ସରୁ ପିଆଜକୁ ଇ-ପ୍ଲାଟଫର୍ମ ଜରିଆରେ ଏଲ-୧ ମୂଲ୍ୟରେ  ସଂଗ୍ରହ କରାଯିବ ଏବଂ ବିଭିନ୍ନ ରପ୍ତାନୀକାରୀ ଏଜେନ୍ସି ଅଥବା  ସରକାରଙ୍କ ଦ୍ୱାରା ମନୋନୀତ ଏଜେନ୍ସିମାନଙ୍କ ଜରିଆରେ ୧୦୦% ଅଗ୍ରୀମ ମୂଲ ଦେୟ ଆଧାରରେ ଉଦ୍ଦିଷ୍ଟ ରାଷ୍ଟ୍ରମାନଙ୍କୁ ପିଆଜ ଯୋଗାଣ କରାଯିବ । ଏନସିଇଏଲର ପିଆଜ କ୍ରୟ ନିମନ୍ତେ କ୍ରେତାମାନଙ୍କୁ ଯେଉଁ ମୂଲ୍ୟ ପ୍ରଦାନ କରିଥାଏ ତାହାକୁ ଲକ୍ଷ୍ୟ ବଜାରରେ ପିଆଜର ବର୍ତ୍ତମାନର ମୂଲ୍ୟ ଆଧାରରେ ଏବଂ ଅନ୍ତରାଷ୍ଟ୍ରୀୟ ଓ ଘରୋଇ ବଜାର ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ । ଏହି ଛଅଗୋଟି ରାଷ୍ଟ୍ରଙ୍କୁ ଯେତିକି ମାତ୍ରାର ପିଆଜ ରପ୍ତାନି ପାଇଁ କୋଟା ମଂଜୁର କରାଯାଇଛି ତାହା ସେହିସବୁ ରାଷ୍ଟ୍ରଙ୍କ ଆବଶ୍ୟକତା ଆଧାରରେ ଯୋଗାଯିବ ।  ଦେଶରେ ମହାରାଷ୍ଟ୍ର ହେଉଛି ସବୁଠାରୁ ବଡ଼ ପିଆଜ ଉତ୍ପାଦନକାରୀ ରାଜ୍ୟ ଏବଂ ଏନସିଇଏଲ ମାଧ୍ୟମରେ ଏହା ବିଦେଶକୁ ପିଆଜ ଯୋଗାଇଥାଏ ।

ମଧ୍ୟ ପ୍ରାଚ୍ୟ ଏବଂ କେତେକ ୟୁରୋପୀୟ ରାଷ୍ଟ୍ରଙ୍କୁ ରପ୍ତାନି ନିମନ୍ତେ ସ୍ୱତନ୍ତ୍ର ଭାବେ ଚାଷ କରାଯାଇଥିବା ଧଳା ପିଆଜରୁ ୨୦୦୦ ମେଟିକ୍ ଟନ୍ ପିଆଜ ସରକାର ରପ୍ତାନି ପାଇଁ ମଂଜୁର କରିଛନ୍ତି । ଏହି କିଷମର ପିଆଜ ସଂପୂର୍ଣର୍ ରୂପେ ରପ୍ତାନୀଧର୍ମୀ । ଧଳା ପିଆଜର ଉତ୍ପାଦନ ମୂଲ୍ୟ ଅନ୍ୟ ସାଧାରଣ ପିଆଜ ମୂଲ୍ୟ ଠାରୁ ଅଧିକ ଏବଂ ଏହାର ଚାରା ମୂଲ୍ୟ ମଧ୍ୟ ଅଧିକ ଏବଂ ଏଭଳି ଧରଣର ପିଆଜକୁ ଅତି ଉନ୍ନତ କୃଷି ପଦ୍ଧତି ମାଧ୍ୟମରେ ଚାଷ କରାଯାଇଥାଏ । ଏଥିପାଇଁ ବିଧିବଦ୍ଧ ଭାବରେ ସର୍ବାଧିକ ଅବଶିଷ୍ଟାଂଶ ସୀମା (ଏମଆରଏଲ) ଅବଲମ୍ବନ ମଧ୍ୟ ଆବଶ୍ୟକ ପଡ଼ିଥାଏ ।

୨୦୨୪ ରବି ଋତୁରେ ପିଆଜ ଅମଳର ବଫର ଉତ୍ପାଦନ ଲକ୍ଷ୍ୟ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଦ୍ୱାରା ଚଳିତ ବର୍ଷ ୫ ଲକ୍ଷ ଟନ୍ରେ ଧାର୍ଯ୍ୟ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି, ଯଥା, ଏନସିସିଏଫ, ଏବଂ ନାଫେଡ୍ ସେମାନଙ୍କ ସହିତ ସ୍ଥାନୀୟ ଏଜେନ୍ସି ଯଥା ଏଫପିଓ / ଏଫପିସି /ପିଏସିମାନଙ୍କୁ ଏଭଳି ପିଆଜ ସଂଗ୍ରହ, ଭଣ୍ଡାରଣ ଏବଂ କୃଷକମାନଙ୍କୁ ସଂରକ୍ଷଣଯୋଗ୍ୟ ପିଆଜର ଭଣ୍ଡାରଣ ନିମନ୍ତେ ନାମ ପଂଜୀକରଣ କରିବା ସକାଶେ ସହଯୋଗ କରିବା ନିମନ୍ତେ ସହଯୋଗ ସୂତ୍ରରେ ଆବଦ୍ଧ କରୁଛନ୍ତି । ଖାଉଟି ବ୍ୟାପାର ବିଭାଗ, ଏନସିସିଏଫ ଏବଂ ନାଫେଡ୍ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏପ୍ରିଲ ୧୧-୧୩, ୨୦୨୪ ତାରିଖରେ ମହାରାଷ୍ଟ୍ରର ନାସିକ ଏବଂ ଅହମ୍ମଦନଗର ଜିଲ୍ଲା ପରିଦର୍ଶନ କରି କୃଷକ, ଏଫପିଓ /ଏଫପିସିମାନଙ୍କ ମଧ୍ୟରେ ପିଏସଏଫ ବଫର ପାଇଁ ୫ ଲକ୍ଷ ମେଟ୍ରିକ୍ ଟନର ପିଆଜ ସଂଗ୍ରହ ସକାଶେ ସଚେତନତା ସୃଷ୍ଟି କରିଛନ୍ତି ।

ପିଆଜ ଭଣ୍ଡାରଣ ବେଳେ ଯେଭଳି ସ୍ୱଳ୍ପ ପରିମାଣର ପିଆଜ ନଷ୍ଟ ହୁଏ ସେଥିପାଇଁ ଖାଉଟି ବ୍ୟାପାର ବିଭାଗ ଶୀତଳ ଭଣ୍ଡାରରେ ପିଆଜ ଷ୍ଟକ୍ର ପରିମାଣକୁ ବିକିରୀତ ପଦ୍ଧତିରେ ସଂରକ୍ଷିତ ରଖିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ପୂର୍ବବର୍ଷ ୧୨୦୦ ନିୟୁତ ଟନ୍ ପିଆଜ ଭଣ୍ଡାରଣ କରାଯାଇଥିବାବେଳେ ଚଳିତ ବର୍ଷ ଏହାକୁ ୫୦୦୦ ନିୟୁତ ଟନ୍ କରିବାକୁ ସ୍ଥିରକ ରିଛନ୍ତି। ଏଥିପାଇଁ ସେମାନେ ମୁମ୍ବାଇସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରଠାରୁ ବୈଷୟିକ ସହାୟତା ଲୋଡ଼ିଛନ୍ତି। ପିଆଜର ବିକୀରଣଶୋଧନ ପ୍ରକ୍ରିୟା ଏବଂ ଶୀତଳ ଭଣ୍ଡାରଣକୁ ପାଇଲଟ୍ ପ୍ରକଳ୍ପ ଭାବରେ ଗତବର୍ଷ ଗ୍ରହଣ କରାଯାଇଥିଲା ଏବଂ ଏହା ଫଳରେ ୧୦ ପ୍ରତିଶତ ପିଆଜ ଭଣ୍ଡାରଣ ନଷ୍ଟକୁ ରକ୍ଷା କରାଯାଇ ପାରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତୀୟ ଆମ୍ବର ଚାହିଦା ବିଦେଶରେ କିପରି ବଢିଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଟନଟନ ହେଉଛି ରପ୍ତାନୀ

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ ବାହାରିନ ଦେଶକୁ ରପ୍ତାନି କରାଯାଇଛି। ଭାରତ ସରକାରଙ୍କ APEDA ରେ ପଞ୍ଜୀକୃତ କୋଲକାତାର DM ଉଦ୍ୟୋଗ ଦ୍ବାର ଏହି ଆମ୍ବ ରପ୍ତାନି ହୋଇଛି। ଏହାକୁ ବାହାରିନର ଅଲ ଜଜିରା ଗ୍ରୁପ କିଣି ନେଇଛି।

ରାଜ୍ୟରୁ ଆମ୍ବ ରପ୍ତାନି ବୃଦ୍ଧି ପାଇଁ APEDA ପଦକ୍ଷେପ ଆରମ୍ଭ କରିଛି। ଆମ୍ବ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହା କ୍ରେତା-ବିକ୍ରେତା ମଧ୍ୟରେ ଭର୍ଚୁଆଲ୍ ବୈଠକ ଏବଂ ଫେଷ୍ଟିଭାଲର ଆୟୋଜନ ମଧ୍ୟ କରାଯାଉଛି। ବାହାରିନକୁ ଏହି ରପ୍ତାନୀ ପରେ କତାରର ଦୋହାକୁ ମଧ୍ୟ ଆମ୍ବ ରପ୍ତାନୀ ପାଇଁ ଅର୍ଡର ଆସିଛି। ଏହି ଦେଶକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଜିଆଇ ମାର୍କା ନଅ ପ୍ରକାରର ଆମ୍ବ ରପ୍ତାନୀ କରାଯାଇଛି।

ରପ୍ତାନି ହୋଇଥିବା ଏହି ନଅ ପ୍ରକାର ଆମ୍ବ ହେଲା ପଶ୍ଚିମବଙ୍ଗ ମାଲଦାର ଖିରସାପାଟୀ, ଲକ୍ଷ୍ମଣଭୋଗ, ଫଜଲି, ଆମ୍ରପଲୀ ଏବଂ ଚାଉସା ଆମ୍ବ ରହିଛି। ସେହିପରି ପଶ୍ଚିମ ବଂଗର ନାଦିଆ ଅଞ୍ଚଳର ଦୁଶେରୀ ଆମ୍ବ ମଧ୍ୟ ଏଥିରେ ରହିଛି। ଉତ୍ତର ପ୍ରଦେଶର ମାଲିହାବାଦର ଦୁଶେରୀ ଆମ୍ବ ମଧ୍ୟ ରପ୍ତାନୀ କରାଯାଇଛି।

ଜୁନ୍, 2021 ରେ, ବହାରେନରେ ଏକ ସପ୍ତାହ ବ୍ୟାପୀ ଭାରତୀୟ ଆମ୍ବ ପ୍ରଦର୍ଶନୀର ଆୟୋଜିନ କରାଯାଇଥିଲା। ସେଠାରେ ପଶ୍ଚିମବଂଗରୁ ତିନୋଟି ଜିଆଇ ସାର୍ଟିଫିକେଟ୍ ଜାତିର ଆମ୍ବ ଖୀରସାପଟି ଏବଂ ଲକ୍ଷ୍ମଣଭୋଗ, ବିହାରର ଜରଡାଲୁ ଆମ୍ବ ସହିତ 16 ପ୍ରକାରର ଫଳ ପ୍ରଦର୍ଶିତ ହୋଇଥିଲା।

ବହରାଇନ୍‌ରେ  13 ଟି ଷ୍ଟୋର୍‌ ମାଧ୍ୟମରେ ଏହି ଆମ୍ବ କିସମ ବିକ୍ରି ହୋଇଥିଲା। ନିକଟରେ ଜର୍ମାନୀର ବର୍ଲିନଠାରେ ମଧ୍ୟ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ଋତୁରେ ପ୍ରଥମ ଥର ପାଇଁ ଭାରତ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାର କୃଷକମାନଙ୍କଠାରୁ ଜିଆଇ ସାର୍ଟିଫିକେଟ୍ ମିଳିଥିବା ବାଇଗନପଲ୍ଲୀ ଏବଂ ଅନ୍ୟାନ୍ୟ କିସମର ପ୍ରାୟ 2.5 ମେଟ୍ରିକ ଟନ ଆମ୍ବ ପଠାଯାଇଛି।

ଭାରତରେ ଆମ୍ବକୁ ‘ଫଳର ରାଜା’ ବୋଲି ମଧ୍ୟ କୁହାଯାଏ। ଭାରତର ଅଧିକାଂଶ ରାଜ୍ୟରେ ଆମ୍ବ ବୃକ୍ଷରୋପଣ ହୋଇଥିବାବେଳେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ଏହି ଫଳର ମୋଟ ଉତ୍ପାଦନରେ ପ୍ରମୁଖ ଅଂଶ ରହିଛି। ଆଲଫୋନସୋ, କେସର, ଟୋଟାପୁରୀ ଏବଂ ବାଇଗନପଲ୍ଲୀ କିସମର ଆମ୍ବ ଭାରତରୁ ବେଶି ପରିମାଣର ରପ୍ତାନି ହେଉଛି। ମୁଖ୍ୟତଃ ବିଦେଶକୁ ତାଜା ଆମ୍ବ ବ୍ୟତିତ ଆମ୍ବ ରସ ଏବଂ ଆମ୍ବ ସରା ବା ମ୍ୟାଙ୍ଗୋ ସ୍ଲାଇସ କରାଯାଇ ବିଦେଶକୁ ରପ୍ତାନୀ କରାଇଥାଏ।