ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ଦୃଢ଼ ନେତୃତ୍ୱ ଓ ଦୃଷ୍ଟିକୋଣରୁ ଓଡ଼ିଶା ଗତ ୧ ବର୍ଷରେ ସେବା, ସୁଶାସନ ଓ ଉନ୍ନତିରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି। ଏହି ଗୌରବମୟ ସଫଳତାର ପାଳନରେ “ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫” ଆୟୋଜିତ ହେଉଛି, ଯାହା ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡିକର ପ୍ରଭାବ ଓ ବିଭିନ୍ନ ବିଭାଗର ଉଲ୍ଲେଖନୀୟ ସଫଳତାକୁ ଜନସାଧାରଣ ସମ୍ମୁଖରେ ଆଣିବ।
ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ସ୍ଥିତ ହାବେଳୀ ପଡିଆ ସମ୍ମିଳନୀ କକ୍ଷ ଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ହସ୍ତ ତନ୍ତ, ବୟନ, ହସ୍ତ ଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ବିକାଶ ମେଳା ୨୦୨୫ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଉପସ୍ଥିତ ଥିଲେ।
ଏହି ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।