Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ନ ମିଳିବା ପ୍ରସଙ୍ଗ: ବିଜୁ ଛାତ୍ର ଜନତା ଦଳର ଦାବି ପତ୍ର ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରେ ପଢୁଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ଅତ୍ୟନ୍ତ ବିଳମ୍ବ ପର୍ଯ୍ୟନ୍ତ ନ ମିଳିବା ପ୍ରସଙ୍ଗରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଡ଼ଃ ଜୟଦେବ ସାହୁଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଅଭିଷେକ ମହାପାତ୍ର, ଜିତେନ୍ଦ୍ର ବେହେରା, ନବୀନ ନାୟକ, ରୁଦ୍ର ବେହେରା, ପ୍ରକାଶ ସାହୁ, ପ୍ରେମ ତାଣ୍ଡି, ବରୁଣ ରାଉତ ପ୍ରମୁଖ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅନୁପସ୍ଥିତିରେ କୁଳସଚିବଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧିନରେ ପାଠ ପଢିଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ଶିଘ୍ର ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାକୁ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ଉଚ୍ଚ ଶିକ୍ଷା ବିକାଶରେ ଆଉ ଏକ ଫର୍ଦ ଯୋଡ଼ି ୨୦୧୯ ମସିହାରେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ।

କଳାହାଣ୍ଡି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୫୦ ଟି କଲେଜ ଅନୁବନ୍ଧିତ ହେବାସହ ୨୦୨୦ ମସିହା ଠାରୁ ନୂତନ ପାଠପଢ଼ା ଆରମ୍ଭ ହୋଇଥିଲା। ପୂର୍ବରୁ ୨୦୧୭ରୁ ୨୦୨୦ ମସିହା ମଧ୍ୟରେ ଯେଉଁ ମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ ୨୦୨୦,୨୦୨୧ ଏବଂ ୨୦୨୨ ମସିହାରେ ସ୍ନାତକ ପାସ୍ କରିଥିଲେ ସେମାନେ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ପାଇନାହାନ୍ତି। ସେହିପରି ୨୦୧୯-୨୧ ବ୍ୟାଚ୍ ର ସ୍ନାତକୋତ୍ତର ଛାତ୍ର ଛାତ୍ରୀ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ହୋଇଛନ୍ତି। ପ୍ରମାଣପତ୍ର ନଥିବା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଏଚଡ଼ି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପଡ଼ିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଟୁଇଟର ମାଧ୍ୟମରେ ଛାତ୍ର ମାନେ ଖୋଲାଖୋଲି କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ବିରୁଦ୍ଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର କିଭଳି ମିଳିପାରିବ ସେ ନେଇ କୌଣସି ପ୍ରକାର ତ୍ୱରିତ ଏବଂ ଠୋସ ପଦକ୍ଷେପ ନେଉନଥିବାରୁ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ଏପରି କି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧିନରେ ସ୍ନାତକୋତ୍ତର ପଢିଥିବା ପ୍ରଥମ ବ୍ୟାଚ୍ ଛାତ୍ର ଛାତ୍ରୀ ମଧ୍ୟ କେବଳ ପ୍ରୋଭିଜିନାଲ ସାର୍ଟିଫିକେଟ ପାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ପ୍ରସଙ୍ଗରେ କୁଳସଚିବ ଡ଼ଃ ନୃପରାଜ ସାହୁଙ୍କୁ ପଚରାଯିବାରୁ ସେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ କୌଣସି ଚିଠି ପାଇନଥିବା ଏବଂ ଭବାନୀପାଟଣା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ବାହାର ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସବିଶେଷ ତଥ୍ୟ ନଦେବା ଆଦି ପାଲଟା ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ଉଭୟ ବିଶ୍ବବିଦ୍ୟାଳୟ କୁଳସଚିବ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଯାହାହେଉ କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷ ଏହାର ସମାଧାନ ପାଇଁ ଶିଘ୍ର ପଦକ୍ଷେପ ନେବା ଦରକାର ବୋଲି ବିଜୁ ଛାତ୍ର ଜନତା ଦଳ, ଅଭିଭାବକ ସଂଘ, ପୁରାତନ ଛାତ୍ର ସଂଘ ପକ୍ଷରୁ ଦାବି ହେଉଛି।

ଏହି ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ ନହେଲେ ଛାତ୍ର ଛାତ୍ରୀ ଧାରଣା ଦେବାସହ ଅନ୍ୟାନ୍ୟ ପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ କୁଳସଚିବଙ୍କୁ ଜଣାଇବା ସହ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖଙ୍କୁ ଦାବୀପତ୍ର ର ଏକ ନକଲ ପ୍ରଦାନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତା, ଇପସିତା ପୁଣି ମହାସଚିବ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିନ କରାଯାଇଛି।

ଏନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଦ୍ଵିତୀୟଥର ମହାସଚିବ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର (ମଧ୍ୟ) ପାଇଁ ମଧ୍ୟ ସେ ନିଯୁକ୍ତ ହୋଇଛନ୍ତି। ବିଜ୍ଞପ୍ତି ଅନୁସାରେ

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର, ବରଗଡ଼) ଓ ମିକୁ ପ୍ରଧାନ(ଭୁବନେଶ୍ୱର)ଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ଜୋନ ସ୍ତରରେ ୧୦ ଜଣଙ୍କୁ ଉପସଭାପତି, ୫୧ ଜଣଙ୍କୁ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ, ୨୬ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ଵ ପ୍ରଦାନ କରିଛି ବିଜେଡି। ଏଥିସହ ୩୦ ଜିଲ୍ଲା ଓ ୫ ସହରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ୩୫ ଜଣ ସଭାପତି ନିଯୁକ୍ତ ହୋଇଛନ୍ତି। ଧୀରେ ଧୀରେ ବିଜେଡି ତାହାର ସଂଗଠନକୁ ନବକଳେବର କରିବାରେ ଲାଗିଛି। ପୂର୍ବରୁ ବରିଷ୍ଠ ପର୍ଯ୍ୟବେକ୍ଷକ, ପରେ ଯୁବଜନତା ଦଳର ପୁନଃଗଠନ କରିଥିବା ବେଳ ଆଜି ଛାତ୍ର ସଂଗଠନର ନବକଳେବର କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ କାଳରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି  ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ଶୁଶାନ୍ତ ରାଉତ, ଉମା ସାମନ୍ତରାୟ, ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅମରେଶ ପତ୍ରି, ତନ୍ମୟ ସ୍ଵାଇଁ, ରୁଦ୍ର ସାମନ୍ତରାୟ, ମନ୍ଦାକିନୀ କର, ଦୂର୍ଗା ସାମନ୍ତରାୟ ଜ୍ୟୋତିରଞନ ଜେନା, ନବକିଶୋର ବେହେରା, ଶୁଭେନ୍ଦୁ ମଙ୍ଗରାଜ, କୁନୁବିହାରୀ ଦାସ ରାକେଶ କୁମାର ରାମ, ସୋଲାର ମିଶ୍ର ଏଲିନା ଦାସ, ମୀରା ପରିଡା, ସୋଫିଆ ଆଲାମ, ସ୍ମୃତି ଦାସ, ମନୋଜ ମହାନ୍ତି, ଇପ୍ସିତା ସାହୁ, ସ୍ଵାଗତିକା ମହାନ୍ତି, ଅପର୍ଣ୍ଣା ଦାସ, ସୁଚିସ୍ମିତା ବେହେରା, ଦୀପକ ବେହେରା, ଅଭିନାଶ ପ୍ରଧାନ, ସୁଶାନ୍ତ ମହାନ୍ତି, ରଶ୍ମୀରଞନ ଦାସ ଏବଂ ବିଜୁ ଛାତ୍ର ଯୁବ ଜନତା ଦଳର ଅନ୍ୟାନ୍ୟ ଛାତ୍ର ଯୁବ ନେତାମାନେ ଯୋଗ ଦେଇଥିଲେ।

ଏହି ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦିକା ସିମ୍ରନ୍ ସିଂ ରାଜପୁତ, ରାଜ୍ୟ ସାଂଙ୍ଗଠନିକ ସମ୍ପାଦକ ଶୁଭମ ସ୍ୱାଇଁ, ଛାତ୍ରନେତା ସନ୍ତୋଷ ବେହେରା, ବିକାଶ ସାହୁ, ଅନିଶ ରଥ, ମନୋଜ ପଣ୍ଡା, ଶାଶ୍ଵତୀ ମିଶ୍ର, ପ୍ରିୟବ୍ରତ ନାୟକ, ଆଦିତ୍ୟ କର ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ସୁପ୍ରିମୋ ଛାତ୍ର ନେତାମାନଙ୍କୁ ୩ ଟି ମନ୍ତ୍ର ଦେଇଛନ୍ତି। ନିଜ ଭିତରେ ଥିବା ପ୍ରତିଭାର ବିକାଶ କରିବା, ବାପା ମାଙ୍କ ପ୍ରତି ଦାଇତ୍ୱ ପ୍ରତି ଧ୍ୟାନ ଦେବା ଏବଂ ସମାଜର ଉନ୍ନତି ଆଉ ମଙ୍ଗଳ ପାଇଁ କାମ କରିବା ପାଇଁ ଛତ୍ର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ସମ୍ବୋଧିତ କରି ଏହି ମନ୍ତ୍ର ଦେଇଛନ୍ତି।

ସେ ଛାତ୍ରମାନଙ୍କୁ ସାରଥୀ ବୋଲି କହି ଅବିହିତ କରିଛନ୍ତି। ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ଏହି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ଦଳର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ। ଏହା ସହିତ ଦୁର୍ନୀତି ବିରୋଧରେ ଲଢେଇ କର ଏବଂ ଦୁର୍ନୀତି ମୁକ୍ତ ଓଡିଶା ଗଢିବାରେ ପ୍ରାୟାସ କର ବୋଲି ସେ ଛାତ୍ର ନେତାମାନଙ୍କୁ କହିଛନ୍ତି।

ଏହି ବୈଠକରେ ଛାତ୍ର ଜନତା ଦଳର ସଭାପତି, କାର୍ଯ୍ୟକାରୀ ସଭାପତି, ବିଭିନ୍ନ ଜିଲ୍ଲା ସଭାପତି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଙ୍କଟ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ଛାତ୍ର ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନଙ୍କ ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ, ୨ ଜଣ ସୋସିଆଲ ମିଡିଆ କୋଡିନେଟର ଏବଂ ଜିଲ୍ଲାରେ ଥିବା ସମସ୍ତ ବ୍ଲକ, ମୁନିସିପାଲିଟି ଓ ଏନ୍.ଏ.ସି ର ସଭାପତି ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ନୂତନ କମିଟି ଆଗାମୀ ଦିନରେ ଜିଲ୍ଲାରେ ଛାତ୍ର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ସରକାର ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସେତୁ ସଦୃଶ୍ୟ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ବିଜୁ ଜନତା ଦଳର ସମସ୍ତ ନେତୃବର୍ଗଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ନବ ନିଯୁକ୍ତ ଜିଲ୍ଲା ଛାତ୍ର ଜନତାର କର୍ମକର୍ତ୍ତା ଙ୍କୁ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡିକୁ ଗୁରୁତ୍ୱ, ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି। ସହିପରି ବୈଶାଖୀ ନନ୍ଦ ଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି। କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରୀୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି। ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ। ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଆଜି ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି।

ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜୁ ଛାତ୍ର ଜନତାର ନୂଆ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିଙ୍କ ନାମ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ବର, ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ବିଜୁ ଜନତା ଦଳର ଛାତ୍ର ବ୍ୟାପରରେ ଥିବା ବିଧାୟକ ବ୍ୟୋମକେଶ ରାୟ ଏହି ତାଲିକା ପ୍ରକାଶ କରିଛନ୍ତି। ତାଲିକା ଅନୁସାରେ ବିଜୁ ଛାତ୍ର ଜନତା ଦଳରେ 3 ଜଣ କାର୍ଯ୍ୟକାରୀ ସଭାପତି, 3 ଜଣ ବରିଷ୍ଠ ଉପସଭାପତି, 11 ଜଣ ଉପସଭାପତି, 40 ଜଣ ସାଧାରଣ ସଂପାଦକ ଏବଂ 44 ଜଣ ସଂପାଦକଙ୍କୁ ନିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଏନସିଇଆରଟି ବିରୋଧରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣା କଲେଜ ଛକ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ ସିଇ ଆର୍ ଟି) ବିପକ୍ଷରେ ବିକ୍ଷୋଭ କରାଯାଇଛି। ଏନ୍ ସିଇ ଆର୍ ଟି ଦ୍ବାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ(ଇଭିଏସ୍) ପୁସ୍ତକ ଓ ନବମ ଶ୍ରେଣୀର ଅର୍ଥଶାସ୍ତ୍ର ର ଫୁଡ ସିକ୍ୟୁରିଟି ଅଫ୍ ଇଣ୍ଡିଆ ବିଷୟରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାର ର ଭୂଖଣ୍ଡ ସ୍ବରୂପ ଚିତ୍ରଣ ଘଟଣା କୁ ନେଇ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୄତ୍ୱରେ ତିବ୍ର ପ୍ରତିବାଦ ଜଣାଇବା ସହ ଏହି ପାଠ୍ୟ ପୁସ୍ତକ ଗୁଡିକରେ କଳାହାଣ୍ଡି ସମ୍ପର୍କରେ ରଚିତ ଅଧ୍ୟାୟ କୁ ଶିଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏ ନେଇ ସମସ୍ତ ତଥ୍ୟ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଜରିଆରେ ପ୍ରେରିତ କରାଯାଇଛି। ଏ ନେଇ ଜିଲ୍ଲାର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ଼ ରମେଶ ପୋଖରିଆଲ୍ ଙ୍କ ସହ ଆଲୋଚନା କରି ବିଭ୍ରାନ୍ତିକର ତଥ୍ୟ କୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମେଗାସେସେ ଆଓ୍ବାଡି ସାମ୍ବାଦିକ ପାଲାଗୁମ୍ମି ସାଇନାଥ ୮୦ ଦଶକରୁ ୯୦ ଦଶକ ମଧ୍ୟରେ ଓଡ଼ିଶା ସମେତ ଭାରତ ର ବିଭିନ୍ନ ପଛୁଆ ଅଞ୍ଚଳ ବୁଲି ପରବର୍ତ୍ତୀ ସମୟରେ ‘ଏଭ୍ରିବଡି ଲଭ୍ସ ଏ ଗୁଡ ଡ୍ରଟ’ ପୁସ୍ତକ ଲେଖିଥିଲେ। ସେହି ପୁସ୍ତକରୁ ଏନସିଆରଟି ଜଣେ ବଣ୍ଡା ଜନଜାତି ର ମହିଳାଙ୍କ ଫଟୋକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଛି ବୋଲି ଅଭିଯୋଗ ଆସିଛି। ବହୁ ପୁରୁଣା ଫଟୋକୁ ଛାପି କଳାହାଣ୍ଡି ର ଦାରିଦ୍ର୍ୟ ଓ ଅନାହାର କୁ ଚିତ୍ରଣ ହୋଇଥିବାରୁ ଫଟୋ କୁ ନେଇ ଏବେ ବିବାଦ ଦେଖାଦେଇଛି। ସିବିଏସସି ଓ ଏନସିଆରଟି ସମସ୍ତ ତଥ୍ୟ ରଖିବାକୁ ଏବେ ଜିଲ୍ଲା ଛାତ୍ର ଜନତା ତରଫରୁ ଦାବି ହୋଇଛି। ଏହି ବିକ୍ଷୋଭ ରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଯୁବନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ମହାପାତ୍ର, ଅଜିତ ସାହୁ, ଛାତ୍ର ନେତା ଅମରଦୀପ ସିଂହ, ଅଭିଷେକ ମହାପାତ୍ର, ମହମ୍ମଦ ଇସମାଇଲ, ସୁଜାନ ନାଏକ, ରୋମାଞ୍ଚଳ ମେହେର, ଲବଣୀ ନାଏକ, ରବି ପଟ୍ଟନାୟକ, ଇଂ ବ୍ୟଶାଖୀ ନନ୍ଦ, ବ୍ରାହ୍ମର୍ଷୀ ନାୟକ, ଅଭିଜିତ ମିଶ୍ର, ନିଳାମ୍ବର ସାହୁ, ସିନୁ ବେହେରା, କାମାକ୍ଷ ସିଂହଦେଓ ପ୍ରମୁଖ ଯୋଗଦେଇଥିଲେ।