କୋଭିଡ ସଙ୍କଟ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Published: Nov 25, 2020, 8:15 pm IST

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Related posts