Categories
ଆଞ୍ଚଳିକ

ଚିଲିକାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ: ସାଂସଦ ମାନସ ମଙ୍ଗରାଜଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଉଠିଲା ସ୍ଵର

ଚିଲିକା (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ ଉତ୍ସବ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୁନାଖଳା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ଚନ୍ଦ୍ର ମଙ୍ଗରାଜ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ସଂଯୋଜକ ମାନସ ପ୍ରଧାନ, ଜଗତବଲ୍ଲଭ ମହାରଥା ପ୍ରମୁଖଙ୍କ ସହ ବହୁ ବିଜୁ ପ୍ରେମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

ଅତିଥି ମାନେ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ରାଜନୈତିକ ଜୀବନରେ ତାଙ୍କର ଓଡ଼ିଶାରେ ଥିବା ଭୂମିକାକୁ ଲୋକଙ୍କ ପାଖରେ ବକ୍ତବ୍ୟ ରଖିଥିଲେ। ଏବଂ ବିଜୁବାବୁଙ୍କ ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ କରିପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପୁଣି ଏକ ହୋଇ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।

ଅତିଥିମାନେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇ ବିଜୁ ଜନତା ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ସାଂସଦ ମଙ୍ଗରାଜ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏକାଠି କାର୍ଯ୍ୟ କରିବା ସହ ଦଳକୁ ମଜବୁତ କରିବା ଏବଂ ଓଡିଶାକୁ ଏକ ସଶକ୍ତ, ସମୃଦ୍ଧ ଓ ନବୀନ ଓଡିଶା ଗଠନ କରିବାକୁ ଶପଥ ପାଠ କରାଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ପାଳିତ ହେଲା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ସୀତାରାମ ଅଗ୍ରୱାଲ

ଚିଲିକା: ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା।

ଉକ୍ତ ଜନ୍ମତିଥି ସଭାରେ ବିଧାୟକ ପ୍ରତିନିଧି ମନୋଜ ପ୍ରଧାନଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠିକା ସ୍ଵାଗତିକା ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପ ସଭାପତି ଗୋପୀନାଥ ମହାରଣା ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଭାସ ସୁନ୍ଦରାୟ ଆଦି ଯୋଗ ଦେଇଥିଲେ। ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସମସ୍ତ ଅତିଥିଗଣ ବିଜୁ ବାବୁଙ୍କ ମହାନ ଗୁଣ ଓ ସେ କିପରି ଓଡିଶା ବାସୀଙ୍କୁ ଭଲ ପାଉଥିଲେ ତାହା ଉପସ୍ଥିତ ବିଜୁ ପ୍ରେମୀମାନଙ୍କୁ ବ୍ୟାଖ୍ୟା କରିଥିଲେ। ଅଭିମନ୍ୟୁ ସ୍ୱାଇଁ ଆଜି ବିଜୁବାବୁଙ୍କ ଡାକୋଡା ବିମାନକୁ ସ୍ଥାପନା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।

ଅନୁରୂପ ଭାବେ ଗୋପୀନାଥ ମହାରଣା ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ ହେଉଛି ଦୁଇଟି ଶବ୍ଦ ଏବଂ ଜଣେ ବ୍ୟକ୍ତି ବିଶେଷର ନାମ ନ ଥିଲା। ଏହା ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ ଥିଲେ ଓଡିଶା ବାହାରେ, ଓଡ଼ିଶାର, ଆଉ ଓଡ଼ିଆଙ୍କ ଆଉ ଏକ ପରିଚୟ ବୋଲି ସଭାକୁ ଅଭିହିତ କରିଥିଲେ। ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ରେ ମଧ୍ୟ ସ୍ଥାନୀୟ ବିଜୁ ପାର୍କ ପରିସରରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ବିଜୁ ଜୟନ୍ତୀ। ତେବେ ଶ୍ରୀ ନାୟକ ପୃଥକ ଭାବେ ଏନଏସି ରେ ବିଜୁ ଜୟନ୍ତୀ ପାଳିବା ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଓ ପ୍ରତିମୁର୍ତ୍ତି ଉନ୍ମୋଚିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ ହୋଇଛି ଓ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ୧୨ ଉଚ୍ଚତା ବିଶିଷ୍ଟ ଆଇଟିଆଇ ଛାତ୍ରମାନଙ୍କ ଦ୍ଵାରା ନିର୍ମିତ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ ହୋଇଛି।

ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ବିଜେଡି ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ, କର୍ମକର୍ତ୍ତା ଓ ପୌର କର୍ପୋରେଟର ମାନେ ଯୋଗ ଦେଇ ଦିବଙ୍ଗତ ନେତା ବିଜୁ ବାବୁଙ୍କ ଗୁଣାବଳୀ ଗାନ କରିଥିଲେ।