Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ ମିଳିଲା କଣ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡି ତାହାର ସଂଗଠନକୁ ଧିରେଧିରେ ସଜାଡିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର ସଂଗଠନକୁ ସୁଦୃଢ କରିବା ପାଇଁ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ସେହି ଅନୁସାରେ ଆଜି ଗଂଜାମ ଜିଲ୍ଲାର ସଂଗଠନକୁ ଦଳ ସଜାଡିଛି। ଏହି ଜିଲ୍ଲା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ବିଜେଡି ଘୋଷଣା କରିଛି।

ଏହି ନୂଆ ତାଲିକାରେ ଦଳର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ଗଂଜାମ ଜିଲ୍ଲା ସଭାପତି କରାଯାଇଛି। ସେହିପରି ଏହି ନୂଆ ତାଲିକାରେ ଅଠର ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଏଥିସହିତ ଦଳ 23 ଜଣଙ୍କୁ ସାଧାରଣ ସଂପାଦକ ଏବଂ 32 ଜଣଙ୍କୁ ସଂପାଦକ ଭାବେ ମନୋନୟନ କରିଛି। ଏଥର ଦଳ 61 ଜଣଙ୍କୁ କାର୍ଯ୍ୟନିର୍ବାହୀ କମିଟ ସଦସ୍ୟଙ୍କୁ ମଧ୍ୟ ନେଇଛି।

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହାକୁ ରଦ୍ଧ କରାଯାଇ ଏହି ନୂଆ ତାଲିକାକୁ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ନିକଟରେ ଦଳ ନୟାଗଡ ଖୋର୍ଦ୍ଧା ପରି କେତେକ ଜିଲ୍ଲାର ସଂଗଠନକୁ ମଜବୁତ କରିବା ପାଇଁ ନୂଆ କମିଟ ଗଠନ କରିଛି। ଏଥିରେ ଅନେକ ପୁରୁଣା ଏବଂ ନୂଆ ମୁହଁକୁ ନିଆଯାଇଛି।