Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ, ତାଙ୍କ ସହ ସାମିଲ ନେତାଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ବର: ଶେଷରେ ବିଜେଡି ନେତା ତଥା ଚିଲିକା ନିର୍ବାଚନ ମଣ୍ଡଳିର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ରକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂର କୋଟିକୋଟି ଟଙ୍କା ହେରେଫେର ମାମଲାରେ ଗିରଫ କରାଯାଇଛି।

ସୂଚନା ଅନୁସାରେ ରାଜା ହାଇକୋର୍ଟ ଅନ୍ତିରୀଣ ସୁରକ୍ଷା ପ୍ରଦାନ କରିଥିଲେ। ତାହା ଗତକାଲି ଶେଷ ହୋଇଯାଇଛି। ଫଳରେ କ୍ରାଇମ ବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ରାଜା ଖଣିଜ ସଂପଦ ପରିବହନ ପାଇଁ ପ୍ରାୟ 15 ଶହ ଟ୍ରକ ପରିଚାଳନା କରୁଥିଲା। ତାଙ୍କ କାରବାରରେ ଦୁର୍ନିତି ରହିଥିବାର ପ୍ରମାଣ ମିଳିବା ପରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି।

ଏଥିସହିତ ରାଜା ଚକ୍ରଙ୍କ ସହିତ କେଉଁ ବିଜେଡି ନେତା ସାମିଲ ରହିଥିଲେ ସେମାନଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଅନୁଧ୍ୟାନ କରୁଛି। ରାଜାଙ୍କୁ ଗିରଫ କରି ଜେଲ ଯିବା ପୂର୍ବରୁ ତାଙ୍କୁ ରିମାଇଣ୍ଡରରେ ଆଣିବ ବୋଲି ଜଣାପଡିଛି। ଏହାପରେ ତାଙ୍କୁ ପଚରାଉଚୁରା କଲେ ଅନ୍ୟ ନେତାଙ୍କ ନାମ ଜଣା ପଡିବ ବୋଲି ଆଶା କରାଯାଉଛି।