Categories
ଆଜିର ଖବର ରାଜ୍ୟ ଖବର

ପ୍ରଚାର ବନ୍ଦ ପରେ ପ୍ରଚାର କଲେ ପ୍ରଦୀପ ପୁରୋହିତ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଆଜି ଅପରାହ୍ନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ହେଲେ ପ୍ରଚାର ଶେଷ ହେବା ପରେ ବିଜେପି ପ୍ରାର୍ଥୀ ପ୍ରଚାର କରିଛନ୍ତି। ଏହା ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ ବୋଲି ଏକ ଅଭିଯୋଗ ଆଣିଛି ବିଜେଡି। ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ବିଜେପି ପ୍ରାର୍ଥ ପ୍ରଦୀପ ପୁରୋହିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବୀ କରିଛି।

ସେହିପରି ସେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକ ତାଙ୍କୁ କିପରି ପ୍ରଚାର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେଠାରେ ଥିବା ବିଜେପି କର୍ମି ନନ୍ଦିଘୋଷ ଟିଭି ସାମ୍ବାଦିକ ଏବଂ କ୍ୟାମେରମ୍ୟାନଙ୍କୁ ମାଡ ମାରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏହା ବିରୋଧରେ ନିର୍ବାଚନ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି। ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି।

ପ୍ରଦୀପ ପାଣିଗ୍ରାହୀ ଏହି କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ। ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ। ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି। ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ

ବରଗଡ: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସକୁ ଯାଇଥିଲେ। ହେଲେ ସେ ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ଫେରି ଆସିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଛଅ ମିନିଟ ସମୟ ଥିଲେ ମଧ୍ୟ ସେ ଉପଜିଲ୍ଲାପାଳ ଅଫିସର ଦୁଆର ମୁହଁରୁ ଫେରି ଆସିଲେ।

ତେବେ କାରଣରେ କୁହାଯାଇଛି ଯେ, ପଦ୍ମପୁର ଚାଷୀଙ୍କ ସମସ୍ୟାକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ। ଏନେଇ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ବୁଝୁ ନାହାଁନ୍ତି। ପଦ୍ମପୁରରେ ଚାଷୀମାନେ ଆନ୍ଦୋଳନ କରି ବସି ରହିଛନ୍ତି। ଏହାକୁ ଆମେ ସମର୍ଥନ କରି ପ୍ରାର୍ଥିପତ୍ର ଦାକଳ କଲୁ ନାହିଁ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ। ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ବିଶେଶ୍ବର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଉପଜିଲ୍ଲାପାଳ ଅଫିସ ଆଡକୁ ଯାଇଥିଲା। ଗାଡିରୁ ଓହ୍ଲାଇ କାଗଜପତ୍ର ଧରି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ହେଲେ ସେଠାରେ ଆନ୍ଦୋଳନରତ ଚାଷୀମାନେ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନ କରିବା ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ସମର୍ଥନ ଜଣାଇ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ସେଠାରୁ ଫେରି ଆସିଲେ। ପୂର୍ବରୁ ଚାଷୀମାନେ ସର୍ବଦଳୀୟ ବୈଠକ କରି କେହି ଏହି ନିର୍ବାଚନରେ ଭାଗ ନ  ନେବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ପ୍ରଦୀପ ଏହି ଦାଖଲକରୁ ଓହରି ଯାଇଛନ୍ତି।

ତେବେ ଅନ୍ୟଦଳରୁ ଯଦି କେହି ପ୍ରାର୍ଥୀ ପତ୍ର ଦାଖଲ କରେ ତେବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ତେବେ ପ୍ରଦୀପଙ୍କ ପ୍ରାର୍ଥୀପତ୍ର ଦାଖଲ ନ କରିବା ଏକ ନାଟକ ବୋଲି କହିଛି ବିରୋଧୀ ଦଳ।