Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ
ଜାତୀୟ ଖବର

ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ

November 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ

ବରଗଡ: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସକୁ ଯାଇଥିଲେ। ହେଲେ ସେ ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ଫେରି ଆସିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଛଅ ମିନିଟ ସମୟ ଥିଲେ ମଧ୍ୟ ସେ ଉପଜିଲ୍ଲାପାଳ ଅଫିସର ଦୁଆର ମୁହଁରୁ ଫେରି ଆସିଲେ।

ତେବେ କାରଣରେ କୁହାଯାଇଛି ଯେ, ପଦ୍ମପୁର ଚାଷୀଙ୍କ ସମସ୍ୟାକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ। ଏନେଇ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ବୁଝୁ ନାହାଁନ୍ତି। ପଦ୍ମପୁରରେ ଚାଷୀମାନେ ଆନ୍ଦୋଳନ କରି ବସି ରହିଛନ୍ତି। ଏହାକୁ ଆମେ ସମର୍ଥନ କରି ପ୍ରାର୍ଥିପତ୍ର ଦାକଳ କଲୁ ନାହିଁ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ। ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ବିଶେଶ୍ବର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଉପଜିଲ୍ଲାପାଳ ଅଫିସ ଆଡକୁ ଯାଇଥିଲା। ଗାଡିରୁ ଓହ୍ଲାଇ କାଗଜପତ୍ର ଧରି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ହେଲେ ସେଠାରେ ଆନ୍ଦୋଳନରତ ଚାଷୀମାନେ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନ କରିବା ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ସମର୍ଥନ ଜଣାଇ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ସେଠାରୁ ଫେରି ଆସିଲେ। ପୂର୍ବରୁ ଚାଷୀମାନେ ସର୍ବଦଳୀୟ ବୈଠକ କରି କେହି ଏହି ନିର୍ବାଚନରେ ଭାଗ ନ  ନେବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ପ୍ରଦୀପ ଏହି ଦାଖଲକରୁ ଓହରି ଯାଇଛନ୍ତି।

ତେବେ ଅନ୍ୟଦଳରୁ ଯଦି କେହି ପ୍ରାର୍ଥୀ ପତ୍ର ଦାଖଲ କରେ ତେବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ତେବେ ପ୍ରଦୀପଙ୍କ ପ୍ରାର୍ଥୀପତ୍ର ଦାଖଲ ନ କରିବା ଏକ ନାଟକ ବୋଲି କହିଛି ବିରୋଧୀ ଦଳ।

Padampur Byelection ପଦ୍ମପୁର ଉପନିର୍ବାଚନ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026
Latest News

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.