Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ବିଜେପି ବିଧାୟକମାନେ ଖୁସି ତ !

ଭୁବନେଶ୍ବର, ବିଧାନସଭା ଚାଲିପାରୁ ନାହିଁ, ଚାଷୀଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ଏ ନେଇ ଗୃହ ଦୀର୍ଘ ଦିନ ଧରି ଅଚଳ। ତେବେ ଏହାର ସମାଧାନ କରିବ କିଏ ?  ବାଚସ୍ବତି ନା ମୁଖ୍ୟମନ୍ତ୍ରୀ। ଏହିପରି ଏକ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେଉଛି। କାରଣ ବିଜେପି ବିଧାୟକମାନେ ଏହି ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଧିକ ଭରସା ରଖିଲେ।

ଆମର ବିଧାନସଭାର ନିୟମ ଅନୁସାରେ ଗୃହର ସର୍ବକର୍ତ୍ତା ହେଉଛନ୍ତି ବାଚସ୍ପତି। ତାଙ୍କ ପାଖରେ ଗୃହ ପରିଚାଳନା ପାଇଁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି। ଗୃହ ଭିତରେ ବିଧାୟକଙ୍କର ଯେ କୌଣସି ସମସ୍ୟାର ସମାଧାନ ବାଚସ୍ପତି କରିବେ। ଗୃହ ନ ଚାଲିଲେ ସେଥିପାଇଁ ବାଚସ୍ପତି ଦାୟୀ ରହିବେ। ଏଥିରେ ଅନ୍ୟ କେହି ନୁହଁନ୍ତି। ଯଦି ବିଧାୟକଙ୍କ ସମସ୍ୟା ସମାଧାନ ନ ହେଲା ତେବେ ସେମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ ହେଉ କିମ୍ବା ଗୃହ ଭିତରେ ଧାରଣ ହେଉ, ତାହା କରିବାର ଅଧିକାର ରହିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ନେହୁରା ହେବା, କଣ ବାଚସ୍ପତି ପଦମର୍ଯ୍ୟଦାରେ ଆଞ୍ଚ ଆସିବ ନାହିଁ କି ?

ପ୍ରଥମ କଥା ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାଇନଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ନିଶ୍ଚିତ ଭାବେ ନିନ୍ଦନୀୟ ଘଟଣା। ବିଧାନସଭାରେ ନୁହେଁ ଯେ କୌଣସି ସ୍ଥାନରେ ଆତ୍ମହତ୍ୟା କରିବା ନିଶ୍ଚିତ ଭାବେ ଏକ ଘୃଣ୍ୟ ପଦକ୍ଷେପ। ଅନ୍ୟପକ୍ଷରେ କରୋନା ସମୟରେ ସମସ୍ତଙ୍କ ଘରେ ମହଜୁଦ ଥିବା ସାନିଟାଇଜର ପିଇ କି ବାର୍ତ୍ତା ଦେଉଛି ବିଜେପି ? ଏହି ଘଟଣା ପରେ ବିଜେପି ଏହାକୁ ନେଇ ଦୁଃଖ ପ୍ରକାଶ କରିବା ଦୂରର କଥା ଓଲଟା ବିଭିନ୍ନ ପ୍ରସଂଗ ଉତ୍ଥାପନ କରି ଘଟଣାକୁ ଲୁଚାଇବାରେ ଲାଗିଛି। ବିଜେପିର ଏପରି ହାବଭାବ ସୁବାସ ପାଣିଗ୍ରାହୀଙ୍କର ଆତ୍ମହତ୍ୟା ପଛରେ ଦଳର ହାତ ଅଛି ବୋଲି ସାଧାରଣରେ ପ୍ରମାଣିତ ହୋଇଯାଉଛି।

ଦ୍ବୀତିୟ କଥାଟି ହେଲା ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ପାଖରେ ଗୁହାରି କରିବା ଠିକ କି ?  ସେଥିପାଇଁ କୁହାଯିବ ଯେ, ବିଜେପି ଗୋଟିଏ ଭୁଲକୁ ଲୁଚାଇବା ପାଇଁ ଆଉ ଏକ ଭୁଲ କରି ବସିଲା। ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଗୃହର ପଦମର୍ଯ୍ୟଦାକୁ ଖୁର୍ଣ୍ଣ କରୁଥିବା ବେଳେ ଗୃହର ସମସ୍ୟା ବାଚସ୍ପତିଙ୍କ ନିକଟରେ ଅଭିଯୋଗ ନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ବାଚସ୍ପତି ପଦମର୍ଯ୍ୟଦାକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି।

ଆଉ ଏକ ବଡ ମଜଦାର ଘଟଣା ହେଲା ନବୀନ ନିବାସରେ ବିଜେପି ବିଧାୟକଙ୍କୁ ଫୁଲଚନ୍ଦନ ଦେଇ ଭିତରକୁ ମହିଳାମାନେ ପାଛୋଟି ନେଲେ। ଯାହା ବିଧାୟକମାନେ କେବେ ବି ଆଶା କରି ନ ଥିଲେ। ସେମାନେ ନବୀନ ନିବାସ ଘେରାଉ କରି ନିଜେ ମାଇଲେଜ ନେବେ ବୋଲି ଭାବିଥିଲେ। ହେଲେ ସେଠାରେ ସେମାନଙ୍କୁ ଯେପରି ଭବ୍ୟ ଅଭର୍ଥନା କରାଗଲା ସାଧାରଣରେ ସମସ୍ତେ ନବୀନଙ୍କ ଏହି ପଦକ୍ଷେପକୁ ପ୍ରସଂଶା କରୁଛନ୍ତି। ପ୍ରଶ୍ନ ଉଠୁଛି ବିଜେପି ବିଧାୟକମାନେ ନବୀନ ନିବାସର ଅଭ୍ୟର୍ଥନା ନେଇ ଖୁସି ତ !

Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀ ସମସ୍ୟା ସମାଧାନ ନିମନ୍ତେ ବିଜେପି ବିଧାୟକଙ୍କ ପାଇଁ ଦୂଆର ଖୋଲି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର, ଆଜି ଭୁବନେଶ୍ବରର ରାଜରାସ୍ତାରେ ଦେଖାଦେଇଛି ଏକ ଭିନ୍ନ ଘଟଣା। କିଛିଦିନ ତଳେ ବିଜେଡି ବିଧାୟକମାନେ ଏକ ଶୋଭାଯାତ୍ରାରେ ବିଧାନସଭାରୁ ରାଜଭବନ ଯାଇଥିଲେ। ତାଙ୍କର ଦାବୀ ଥିଲା ଯେ ଗୃହରେ ବିଜେପି ବିଧାୟକ ଯେପରି ଆତ୍ମହତ୍ୟା ଉଦ୍ୟମ କଲେ ସେଥିପାଇଁ ସେ କ୍ଷମା ମାଗନ୍ତୁ। ବିଜେପି ଏହା ଉପରେ ସ୍ପଷ୍ଟିକରଣ ଦେଉ।

ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ବିଜେପି ବିଧାୟକମାନେ ବିଧାନସଭାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତାଙ୍କର ଦାବୀ ହେଲା ଯେ, ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁ ନାହାଁନ୍ତି। ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି, ହେଲେ ବିଧାନସଭାକୁ ଆସୁ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ଚାଷୀଙ୍କ ସମସ୍ୟା ବୁଝନ୍ତୁ ବୋଲି ଦାବୀ କରି ବିଜେପି ବିଧାୟକମାନେ ଏହି ରାଲି କରିଥିଲେ।

ବିଜେପି ବିଧାୟକମାନେ ବିଧାନସଭାରୁ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ନବୀନ ନିବାସ ଆଡକୁ ମାଡି ଚାଲିଥିଲେ। ହେଲେ ନବୀନ ନିବାସ ଗେଟ ବନ୍ଦ ରହିଥିଲା। ସୁରକ୍ଷା କର୍ମା ଗେଟ ଖୋଲିଲେ ନାହିଁ। ଫଳରେ ନବୀନ ନିବାସ ଆଗରେ ବିଜେପି ବିଧାୟକମାନେ ଧାରଣାରେ ବସି ରହିଲେ। ମୁଖ୍ୟମନ୍ତ୍ରୀ ବାହାରକୁ ଆସି ଚାଷୀଙ୍କ ସମସ୍ୟା କଥା ନ ବୁଝିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଦାବୀ କରିଥିଲେ।

ଏହି ଖବର ନବୀନ ନିବାସକୁ ଯିବା ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ବିଧାୟକଙ୍କୁ ଭିତରକୁ ଡାକି ନେଇଥିଲେ। ଧାରଣାରତ ବିଧାୟକମାନେ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ନବୀନ ବିଧାୟକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସର୍ବଦଳୀୟ ବୈଠକ ଡାକିବେ। ବାଚସ୍ପତିଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବେ।

ନବୀନ ନିବାସ ବାହାରକୁ ଆସି ବିରୋଧୀ ଦଳର ନେତା ପ୍ରଦୀପ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଭିତରକୁ ଡାକିବାରୁ ସେମାନେ ଗଲେ। ସେଠାରେ ସେ ଆମ ସହିତ ଆଲୋଚନା କଲେ। ବିଧାନସଭା କିପରି ଚାଲିବ ସେ ନେଇ ନବୀନ ପ୍ରତିଶୃତି ଦେଇଛନ୍ତି। ତେବେ ବିଜେପି ବିଧାୟକଙ୍କ ଏପରି ପଦକ୍ଷେପକୁ ବିଜେଡି ତରଫରୁ ସମାଲୋଚନା କରାଯାଇଛି।