Categories
ବିଶେଷ ଖବର ରାଜ୍ୟ ଖବର

ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର

ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରାଜ୍ୟ ସଭାପତି ବଦଳିବେ। ଏ ନେଇ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। କାରଣ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ସେପରି କିଛି ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଏହି ଦୁଇ ନିର୍ବାଚନ ସଂପୂର୍ଣ୍ଣ ଦାୟିତ୍ବ ମୁଣ୍ଡାଇଥିଲେ ସଭାପତି ସମୀର ମହାନ୍ତି। ହେଲେ ତାଙ୍କ ନେତୃତ୍ବକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। ସେଥିପାଇଁ ସଭାପତି ବଦଳାଇବା ପାଇଁ ଦିଲ୍ଲୀ ନେତୃତ୍ବ ଚାହୁଁଛନ୍ତି ବୋଲି ଜଣାପଡିଛି।

ଏପରିକି ଗତ ସପ୍ତାହରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏମାନଙ୍କର ପ୍ରଦର୍ଶନ ନେଇ କୁଆଡେ ନଡ୍ଡା ମଧ୍ୟ ଅସନ୍ତୁଷ୍ଠ ଅଛନ୍ତି। ସେହିପରି ଏମାନେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ମଧ୍ୟ ସାକ୍ଷାତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡି ନାହିଁ। ସେଠାରେ ମଧ୍ୟ ସମସ୍ତେ ନିଜର ଅସନ୍ତୁଷ୍ଠ ବ୍ୟକ୍ତ କରିଥିଲେ କୁହାଯାଉଛି।

ଏହାପରେ ରାଜ୍ୟ ବିଜେପି ବିଧାୟକମାନେ ମଧ୍ୟ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେମାନେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ହେଲେ ବାହାରେ କେହି କିଛି କହି ନ ଥିଲେ ମଧ୍ୟ ସମସ୍ତେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ବର୍ତ୍ତମାନ ରାଜ୍ୟ ବିଜେପି ଯେଉଁ ଷ୍ଟାଟ୍ରେଜିରେ ଯାଉଛି ସେଥିରେ ବିଜେଡିକୁ ମୁକାବିଲା କରିହେବ ନାହିଁ ବୋଲି ସେମାନେ ସଫାସଫା କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କେନ୍ଦ୍ରୀୟ ନେତୃମଣ୍ଡଳ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରିବାକୁ ନିଶ୍ଚିତ କରିଛନ୍ତି। କାରଣ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ବିଧାନସଭାରେ ବିଜେପି ଠିକରେ ମୁକାବିଲା କରିପାରୁ ନାହିଁ। ସେଥିପାଇଁ ବିରୋଧୀଦଳର ଉପନେତା ବିଷ୍ଣ ସେଠୀ ବିରୋଧୀ ଦଳ ନେତାକୁ ପଦନ୍ନୋତି ପାଇବେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବଦଳି କରାଯିବ। ସେଥିପାଇଁ କିଏ ପରବର୍ତ୍ତି ସଭାପତି ହେବ ସେ ନେଇ ଦିଲ୍ଲୀ ନେତୃମଣ୍ଡଳି କିଛି ନିଷ୍ପତି କରିପାରୁ ନାହାଁନ୍ତି। ବର୍ତ୍ତମାନ ସେମାନଙ୍କ ଦୃଷ୍ଟିରେ ବିଜେଡିକୁ ମୁକାବିଲା କରିପାରିବା ପରି ନେତା ଦେଖାଯାଉ ନାହାଁନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ବିତ ପାତ୍ରଙ୍କୁ କୁଆଡେ ରାଜ୍ୟ ଦାୟିତ୍ବ ଦେବା ପାଇଁ ଚିନ୍ତା କରାଯାଉଛି।ତେବେ ଖୁବ ଶିଘ୍ର ଏହା ଉପରେ ଏକ ବଡ ନିଷ୍ପତି ନିଆଯିବ ବୋଲି ଜଣାପଡିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ପ୍ରସଂଗ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେପରି ବ୍ୟାପକ ଅନିୟମିତତା ଓ ହିଂସାକାଣ୍ଡ ଘଟିଛି ତାହା ରୋକା ଯାଉ ବୋଲି ଦାବୀ କରାଯାଇଛି।

ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି। ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୁଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା, କିନ୍ତୁ ତାହା ନ କରି ସାଧା କାଗଜରେ ଲିଖିତ ଦେଇଛନ୍ତି । ଯାହାର କୈାଣସି ମୂଲ୍ୟ ନାହିଁ ।

ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ କୈାଣସି ନିର୍ଦ୍ଦେଶ ନାହିଁ ବୋଲି କହି ପ୍ରିଜାଇଡିଂ ଅଫିସରମାନେ ଖସି ଯାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗତ କାଲି ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ କାରଣରୁ ଭୋଟରମାନେ ଭୟଭୀତ ଅଛନ୍ତି। ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୁରୀ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର, ନୟାଗଡ, ସୁନ୍ଦରଗଡ, ନୁଆପଡା, କନ୍ଧମାଳ, ଝାରସୁଗୁଡା, କୋରାପୁଟ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତି ରହିଛି ।

ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସମେତ ହିଂସାକାଣ୍ଡକୁ ରୋକିବାର ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟ ଭୋଟଦାନ ସମାପ୍ତ ହେବା ପରେ ଭୋଟ ଗଣତି କରାଯିବ । ତେଣୁ ଭୋଟବାକ୍ସ ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନିହାତି ଆବଶ୍ୟକ । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ତରଫରୁ କୈାଣସି ନିର୍ଦ୍ଧିଷ୍ଟ ଗାଇଡଲାଇନ ଜାରୀ କରାଯାଇନାହିଁ । ବ୍ଲକ କାର୍ଯ୍ୟାଳୟ ବ୍ୟତୀତ ଆଉ କେଉଁ ସ୍ଥାନରେ ଭୋଟ ବାକ୍ସ ରହିବ? ଷ୍ଟ୍ରଙ୍ଗ ରୁମର ଚାବି କାହା ପାଖରେ ରହିବ ଏବଂ ଏହାର ସୁରକ୍ଷା ଦାୟୀତ୍ୱରେ କିଏ ରହିବେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଶୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍‌ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର୍ ଦାସ, ଲିଗାଲ ସେଲର ଜୟନ୍ତ ଜେନା ଓ ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ କରଂଜିଆର ବିଶିଷ୍ଠ ବ୍ୟକ୍ତିଗଣ

କଂରଜିଆ, ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଜିଲ୍ଲାର ବରିଷ୍ଠ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ ମହନ୍ତ, ସୁବର୍ଣ୍ଣ ଢୁଙ୍ଗିଆ, ଏମ. ଭିତଲ ରୟ, ଅଜୟ କୁମାର ସେଠୀ, ବସ ମାଲିକ ସଂଘର ସଂପାଦକ ଅରୁଣ ଅଗ୍ରୱାଲ, ପୂର୍ବତନ ସରଂପଚ ଶୈଳେନ୍ଦ୍ର ଦେଉରୀ, ନିତ୍ୟାନନ୍ଦ ମୁର୍ମୁ, ଗଗନ ଟୁଡୁ, ସମିତି ସଭ୍ୟ ହିମାଂଶୁ ନାୟକଙ୍କ ସମେତ ସାମାଜିକ କର୍ମୀ ଏବଂ ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।