Categories
ବିଶେଷ ଖବର

ସାଂସଦ ପଦରେ ପୁନଃ ଅବସ୍ଥାପିତ ହେଲେ ରାହୁଲ: ୧୩୬ ଦିନ ପରେ ସଂସଦକୁ ଫେରିବାକୁ ଅନୁମତି, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ରାହୁଲ ଆଜି ସଂସଦରେ ପହଞ୍ଚି ଲୋକସଭା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ପରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିଛନ୍ତି।

ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ସାଂସଦ ମାର୍ଚ୍ଚ ୨୪ତାରିଖରେ ବାହାରି ଯାଇଥିଲେ। ଏହାପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ। ଏହା ବିରୋଧରେ ରାହୁଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାର ୧୩୪ ଦିନ ପରେ ଅଗଷ୍ଟ ୪ତାରିଖରେ କୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ।

ବଦଳିବ ସଂସଦରେ ବଦଳିବ ଦୃଶ୍ୟ !

ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହେବା ପରେ ଆଜିଠାରୁ ସଂସଦର ଦୃଶ୍ୟ ବଦଳିବ। ଏବେ ବିରୋଧୀମାନେ ଅଧିକ ଆକ୍ରମଣାତ୍ମକ ହୋଇ ଶାସକ ଦଳ ଉପରେ ଆକ୍ରମଣ କରିବେ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ନିଷ୍ପତି ପରେ କଂଗ୍ରେସରେ ଖୁସିର ବାତାବରଣ ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳ ନେତାଙ୍କୁ ମିଠା ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଲୋକସଭା ବାଚସ୍ପତିଙ୍କ ନିକଟରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଶନିବାର ଓ ରବିବାର ଥିଲା ବୋଲି ସେ କହିଛନ୍ତି। ଏହି ଆଦେଶ ଲୋକସଭାରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ତୁରନ୍ତ ପୁନରୁଦ୍ଧାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଆଜି ହେଉଛି ଶେଷ ତାରିଖ

ଭୁବନେଶ୍ବର: ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଆଜି ଶେଷ ତାରିଖ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇତଇଲା। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଏହି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଥର ନାମଲେଖା ହେବ। ଏଥିରେ ଇଣ୍ଟିଗ୍ରେଟେଡ ଏମ.ଏ ଏବଂ ପିଏଚଡି କରିବା ପାଇଁ ନାମଲେଖା ଯିବ। ଏହି ନାମଲେଖା ଅନଲାଇନରେ କାରାଯାଉଛି।

ଏହି ପାଠ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରବେଶିକା ପରୀକ୍ଷା କରାଯିବ। ଓଡିଶାର ଚାରୋଟି ସ୍ଥାନରେ ଏହା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ଗ୍ରହଣ କରିଛି। ସେଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର। ଏହି ପ୍ରବେଶିକା ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନ ଜାତିଙ୍କ ପାଇଁ ୩୦୦ ଟଙ୍କା ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରୁ କଳା, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରୀ ୧ ତାରିଖରୁ ୧୦ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ।

ତେବେ ଉକ୍ତ ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। କିନ୍ତୁ ଚଳିତ ବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନରେ ସମସ୍ତ ପରୀକ୍ଷା ହେବ।

ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ। ପରୀକ୍ଷା କେନ୍ଦ୍ର ଗୁଡିକ ସର୍ଭିଲାନ୍ସ ରହିବ ଏନେଇ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଆଜି ସୂଚନା ଦେଇଛନ୍ତି।

Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ଵର: ଓଡିଶାର ଖାଲି ଥିବା ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତିରେ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ଆସନ୍ତା ୩୧ ତାରିଖରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୁବ ଶୀଘ୍ର ଘୋଷଣା ହେବ ପୌର ନିର୍ବାଚନ ତାରିଖ: ବିଜ୍ଞପ୍ତି ପ୍ରକାଶ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ଆଜି କିଛି ବୁଥରେ ସାନି ମତଦାନ ଜାରି ରହିଛି। ଆସନ୍ତା ୨୬ ତାରିଖରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ।

ତେବେ ସେପଟେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଆଜିଠୁ ପ୍ରାର୍ଥୀ ପତ୍ର ଦାଖଲ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ। ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ମେ ୨ ତାରିଖରେ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।