Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର
ଆଜିର ଖବର

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱସ୍ତରୀୟ ଦକ୍ଷତାକୁ ପ୍ରୋତ୍ସାହନ ଦେବା ସହ ଘରୋଇ ମୂଲ୍ୟ ବୃଦ୍ଧି ହେବ ବ୍ୟାପକ
ବିଶ୍ୱସ୍ତରୀୟ ଦକ୍ଷତାକୁ ପ୍ରୋତ୍ସାହନ ଦେବା ସହ ଘରୋଇ ମୂଲ୍ୟ ବୃଦ୍ଧି ହେବ ବ୍ୟାପକ

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଫୋନ ଉତ୍ପାଦନ ଯୋଜନା (ଏମପିଏମଏସ) ର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନା ଲାଗି ୬୨ ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଭାରତରେ ମୋବାଇଲ ଫୋନ୍‌ ନିର୍ମାଣକୁ ଆହୁରି ବ୍ୟାପକ କରିବା। ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଘରୋଇ ଉତ୍ପାଦନ କ୍ଷମତାକୁ ବଢ଼ାଇ ମୋବାଇଲ ଉତ୍ପାଦନ ଯୋଗାଣ ଶୃଙ୍ଖଳକୁ ଗଭୀର କରିବା ମଧ୍ୟ ଏହାର ଉଦ୍ଦେଶ୍ୟ। ଯୋଜନା ଦ୍ୱାରା ଭାରତରେ ନିର୍ମିତ ମୋବାଇଲ ଫୋନର ବିଶ୍ୱସ୍ତରୀୟ ଦକ୍ଷତା ଏବଂ ପ୍ରତିଦ୍ୱିନ୍ଦ୍ୱୀ କ୍ଷମତା ବୃଦ୍ଧି ପାଇବ। ପ୍ରଯୁକ୍ତି ଭିତ୍ତିକ ସାର୍ବଭୌମତ୍ୱ ସହ ଅଧିକ ଆର୍ଥିକ ମୂଲ୍ୟ ହାସଲ କରିବା ଏବଂ ଡିଜାଇନ ଓ ଆରଏଣ୍ଡଡିରେ ଭାରତୀୟ ପେଟେଣ୍ଟକୁ ପ୍ରୋତ୍ସାହନ ଦେବା ସହିତ ନିଯୁକ୍ତିସୁଯୋଗ ସୃଷ୍ଟିକୁ ମଧ୍ୟ ଏମପିଏମଏସ ଯୋଜନା ସମର୍ଥନ କରିବ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମୋବାଇଲ୍ ଫୋନ୍ ଉତ୍ପାଦନ ଯୋଜନା ଭାରତୀୟ ମାଲିକାନାରେ ଥିବା ମୋବାଇଲ୍ ବ୍ରାଣ୍ଡ, ବୌଦ୍ଧିକ ସମ୍ପତ୍ତି ଏବଂ ଡିଜାଇନ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଯୋଗାଇବ। ପ୍ରକୃତ ଭାରତୀୟ ମାଲିକାନା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଡିଜାଇନ୍, ବୌଦ୍ଧିକ ସମ୍ପତ୍ତି ଏବଂ ବ୍ରାଣ୍ଡ ଭାରତୀୟ ମାଲିକାନାରେ ରହିଥିବା ଉଚିତ୍‌। ଏହା ମୋବାଇଲ ଫୋନ୍‌ ବଜାରରେ ସର୍ବୋତ୍ତମ ଉତ୍ପାଦ ସହିତ ପ୍ରତିଯୋଗିତା କରିବାକୁ ସକ୍ଷମ ହେବା ଆବଶ୍ୟକ। ସେ ଆହୁରି କହିଛନ୍ତି, ବୌଦ୍ଧିକ ସମ୍ପତ୍ତି ପ୍ରକୃତରେ ଭାରତୀୟ ମାଲିକାନାରେ ଅଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସରକାର ଏକ ସୂକ୍ଷ୍ମ ମୂଲ୍ୟାଙ୍କନ କରିବେ। ଶିଳ୍ପ ସହ ପରାମର୍ଶ କରି ଅଣ-ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟକ ପଦକ୍ଷେପ ମଧ୍ୟ ବିକଶିତ କରାଯିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆ ପରିକଳ୍ପନା ସଫଳ ହେବା କାରଣରୁ ୨୦୧୪-୧୫ ଆର୍ଥିକ ବର୍ଷରୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସାତ ଗୁଣ ଏବଂ ରପ୍ତାନି ଏଗାର ଗୁଣ ବୃଦ୍ଧି ପାଇଛି। ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର ଏକ ପ୍ରମୁଖ ନିଯୁକ୍ତିଦାତା ଭାବରେ ଉଭା ହୋଇଛି। ଏହା ବିଶେଷକରି ଦୂରଦୂରାନ୍ତର ଗାଁର ଯୁବକଯୁବତୀଙ୍କ ପାଇଁ ଅନେକ ଉତ୍ପାଦନ କାରଖାନା ପ୍ରତିଷ୍ଠାନ କରିଛି। ଗୋଟିଏ ସ୍ଥାନରେ ୫,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି ଏବଂ କେତେକ ସଂସ୍ଥାରେ ନିଯୁକ୍ତି ୨୦,୦୦୦ ପର୍ଯ୍ୟନ୍ତ ପହଞ୍ଚିଛି। ଏହି ଅଭିବୃଦ୍ଧି ମୁଖ୍ୟତଃ ମୋବାଇଲ୍ ଫୋନ୍ ଉତ୍ପାଦନ ଦ୍ୱାରା ପରିଚାଳିତ ହୋଇଛି। ମୋବାଇଲ୍ ଫୋନ୍ ବର୍ତ୍ତମାନ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଏବଂ ରପ୍ତାନିର ଏକ ପ୍ରମୁଖ ଅଂଶ। ଏହା ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ପରିମାଣ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତା। ଦେଶରେ ବ୍ୟବହୃତ ୯୯.୨% ମୋବାଇଲ୍‌ ଭାରତରେ ହିଁ ତିଆରି ହେଉଛି। ୨୦୨୫ରେ ଭାରତ ସବୁଠୁ ଅଧିକ ସ୍ମାର୍ଟପୋନ୍‌ ରପ୍ତାନି କରିଥିଲେ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପିଏଲଆଇ ଯୋଜନା ମୋବାଇଲ ଫୋନ ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏମପିଏମଏସ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଏହା ଆହୁରି ଅଧିକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏମପିଏମଏସ ଯୋଜନାର ଦୁଇଟି ପ୍ରମୁଖ ଭାଗ ରହିଛି। ପ୍ରଥମଟି ହେଉଛି ମୋବାଇଲ ଫୋନ୍‌ ନିର୍ମାଣକୁ ପ୍ରୋତ୍ସାହିତ କରିବା ଏବଂ ଦ୍ୱିତୀୟଟି ହେଉଛି ଭାରତୀୟ ମୋବାଇଲ ଫୋନ୍‌ ବ୍ରାଣ୍ଡ। ଏହି ଯୋଜନା ୨୦୨୬-୨୭ ଠାରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ପାଇଁ କାର୍ଯ୍ୟକାରୀ ହେବ। ପ୍ରଥମ ଭାଗରେ ୨.୨୫%ରୁ ୫% ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗ ଯୋଗାଇ ଦିଆଯିବ। ସେହିପରି ଦ୍ୱିତୀୟ ଭାଗରେ ଭାରତୀୟ ବ୍ରାଣ୍ଡକୁ ୫% ହାରରେ ଏବଂ ଭାରତୀୟ ଡିଜାଇନ୍‌ ଓ ଆରଏଣ୍ଡଡି ପାଇଁ ୩% ହାରରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଘରୋଇ ଉତ୍ସରୁ ବିଭିନ୍ନ ସରଞ୍ଜାମ ଏବଂ ସବଆସେମ୍ବ୍ଲି ଆଣିବା ଲାଗି ୧.୫% ପର୍ଯ୍ୟନ୍ତ ଅତିରିକ୍ତ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ପ୍ରଥମ ଭାଗ ପାଇଁ ଭାରତରେ ପଞ୍ଜିକୃତ ତଥା ୨୦୨୫-୨୬ ଆର୍ଥିକ ବର୍ଷରେ ବାର୍ଷିକ ୧୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଉଦ୍ୟୋଗ ଯୋଗ୍ୟ ହୋଇପାରିବେ। ସେହିପରି ଦ୍ୱିତୀୟ ଭାଗ ପାଇଁ ପାଇଁ ଭାରତରେ ପଞ୍ଜିକୃତ ତଥା ୨୦୨୫-୨୬ ଆର୍ଥିକ ବର୍ଷରେ ବାର୍ଷିକ ୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଉଦ୍ୟୋଗ ଯୋଗ୍ୟ ହୋଇପାରିବେ।

ଏହି ଯୋଜନାର ଅବଧି ମଧ୍ୟରେ, ଦେଶରେ ସର୍ବମୋଟ୍‌ ମୋବାଇଲ୍ ଫୋନ୍ ଉତ୍ପାଦନ ପ୍ରାୟ ୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ମୋବାଇଲ୍ ଫୋନ୍ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ଏମପିଏମଏସ ପ୍ରାୟ ୬୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି, ଯାହା ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିବ।

ଅଶ୍ୱିନୀ ବୈଷ୍ଣବ ବିଜ୍ଞପ୍ତି ପ୍ରକାଶ ମୋବାଇଲ ଉତ୍ପାଦନ ମୋବାଇଲ ଫୋନ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026
Latest News

ଗାଁ ମାଟିରେ କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରକ୍ତଦାନ ଶିବିର

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.