Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭଞ୍ଜନଗରରୁ ୨୪ ଟି ଚୋରି ମୋବାଇଲ ଫୋନ ଜବତ, ପ୍ରକୃତ ମାଲିକଙ୍କୁ ଫେରସ୍ତ କଲା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମୁପଲି ଅଞ୍ଚଳର ଏକ ଘରେ ଚଢ଼ାଉ କରିଥିଲା। ସେଠାରେ ଏମ୍ ମାରିଆ ନାମକ ଜଣେ ଯୁବକକୁ କାବୁ କରି ତା’ ଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ସାମସଙ୍ଗ୍, ଭିବୋ, ଓପୋ ଓ ରିୟଲମି ଭଳି ୨୪ ଟି ମୋବାଇଲ ଫୋନ ପୋଲିସ ଉଦ୍ଧାର କରିଥିଲା। ଏହାପରେ ମାରିଆକୁ ଥାନାକୁ ଆଣି ପୋଲିସ ଜେରା କରିଥିଲା।

ସେ କେଉଁଠାରୁ ଏହି ସବୁ ଫୋନ୍ ଚୋରି କରିଥିବା ପ୍ରକାଶ କରିବା ପରେ ଖୋର୍ଦ୍ଧା ଜିଲ୍ଲା ବନମାଳୀ ପୁର ଗ୍ରାମର ଅଜିତ ବେହେରା, ଭୁବନେଶ୍ୱର ଗଙ୍ଗପାଟଣା ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଓ କଟକ ଜିଲ୍ଲା କିଶୋର ନଗର ଥାନା ଅଞ୍ଚଳର ପ୍ରତାପ କିଶୋର ସ୍ବାଇଁ ନାମକ ବ୍ୟକ୍ତିଙ୍କୁ ଡକାଇ ଉକ୍ତ ମୋବାଇଲର ପ୍ରମାଣ ରଖି ଫେରାଇଛନ୍ତି ଗଞ୍ଜାମ ଏସ୍ ପି ଜଗମୋହନ ମୀନା.ଏସ୍। ଏନେଇ ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ବିଷୟରେ ସୁଚନା ପ୍ରଦାନ କରିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ଵାମିତ୍ର ହରପାଲ୍, ଓ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୁଜାରୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଣିକି ଯାତ୍ରୀମାନେ ଅନଲାଇନରେ କରିପାରିବେ ଏଟିଭିଏମ ସ୍ମାର୍ଟ କାର୍ଡ ରିଚାର୍ଜ

ଭୁବନେଶ୍ବର: ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର ମିଳିଛି। ଏଣିକି ରିଚାର୍ଜ ପାଇଁ ସେମାନଙ୍କୁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡିବ ନାହିଁ।  ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ଦ୍ୱାରା ଅନ ଲାଇନରେ ସେମାନଙ୍କର ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିପାରିବେ। ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ଦେୟ ମାଧ୍ୟମ ବ୍ୟବହାର କରିପାରିବେ।

ଏଥିପାଇଁ ଯାତ୍ରୀମାନେ www.utsonmobile.indianrail.gov.in ସାଇଟ୍ ଉପଯୋଗ କରିବାକୁ ପଡିବ। ଯାତ୍ରୀଙ୍କୁ ୟୁଟିଏସ ଅନ ମୋବାଇଲ ୱେବସାଇଟ/ଆପ ରେ ପଞ୍ଜିକରଣ କରିବାକୁ ପଡିବ। ଯଦି, ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନଙ୍କର ଆକାଉଣ୍ଟ୍ ବ୍ୟବହାର କରାଯାଇପାରିବ। ସଫଳ ଲଗଇନ୍ ପରେ ଯାତ୍ରୀଙ୍କୁ ମେନୁ ବିକଳ୍ପ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବର ଦର୍ଶାଇବାକୁ ପଡିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରିବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମ ରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଂକିଆ ପୋଲିସର ଜୁଆ ଆଡ୍ଦା ଉପରେ ଚଢାଉ: ୨୦ ଟି ମୋଟର ସାଇକେଲ ସହ ୫୧,୪୦୦ ଟଙ୍କା ଜବତ

ଜଂକିଆ: ଆଜି ଜୁଆ ଆଡ୍ଦା ଉପରେ ଜଂକିଆ ପୋଲିସ ଚଢାଉ କରିଛି। ଟାଙ୍କୋଳ ଜଗଂଲରେ ଚାଲିଥିଲା ଜୁଆ ଆଡ୍ଦା ଉପରେ ଚଢାଉ କରିଛି। ଏହି ଚଢାଉରେ ୨୦ଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ ଏବଂ ନକଦ ୫୧,୪୦୦ଟଙ୍କା ପୋଲିସ ଜବତ କରିଛି। ଏହା ସହ ୫ ଜୁଆଡିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କିନ୍ତୁ ଘଞ୍ଚ ଜଂଗଲର ସୁବିଧା ଦେଖି ଅନେକ ଜୁଆଡି ଗାଡି ଛାଡି ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ।

ଗିରଫ ଜୁଆଡି ମାନେ ହେଲେ ନିରାକାରପୁର ଥାନା ଅଞ୍ଚଳର ରମେଶ ଦଳେଇ, କେଦାରେଶ୍ୱର ଦଳସିଂହ, କାଇପଦରର ପୂର୍ଣ୍ଣଚନ୍ଦ୍ର ନାୟକ, ରଣପୁର ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା, ଚାନ୍ଦପୁର ଥାନା ଅଞ୍ଚଳର ଅଜୟ କୁମାର ସ୍ୱାଇଁ ବୋଲି ଜଣାପଡିଛି। ଆସନ୍ତା କାଲି ଗିରଫ ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ପଂଝାରେ ଲୁଟେରା, ଚୋରୀ ସାମଗ୍ରୀ ଉଦ୍ଧାର,୩ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ। ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ। ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ. ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ ଓ ଏକ ବେଗ ଉଦ୍ଧାର କରିବା ସହିତ ଲୁଟ ଘଟଣାରେ ସଂଶ୍ଳିଷ୍ଟ ଥିବାଆପାଚି ମଟର ସାଇକେଲ ତଥା ଦୁଇଟି ଫୋନ ମଧ୍ୟ ଜବତ କରିଥିବା ଜୁନାଗଡ ଥାନା ଅଧରକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।