Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳରେ ହେଲିକପ୍ଟର ନିଖୋଜ, ୫ ବିଦେଶୀ ନାଗରିକଙ୍କ ସମେତ ୬ ଜଣ କରୁଥିଲେ ଯାତ୍ରା

କାଠମାଣ୍ଡୁ: ନେପାଳର ମନାଙ୍ଗ ଏୟାରର ଏକ ହେଲିକପ୍ଟର ଆଜି ଏଭରେଷ୍ଟ ପର୍ବତ ନିକଟରେ ନିଖୋଜ ହୋଇଯାଇଛି। ହେଲିକପ୍ଟରରେ ୫ ବିଦେଶୀଙ୍କ ସମେତ ୬ ଜଣ ଯାତ୍ରା କରୁଥିଲେ। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ଜେନେରାଲ୍ ମ୍ୟାନେଜର ପ୍ରତାପ ବାବୁ ତିୱାରୀ କହିଛନ୍ତି ଯେ ୯ଏନ-ଏଏମଭି ହେଲିକପ୍ଟରଟି ଉଡ଼ିବାର ମାତ୍ର ୧୫ ମିନିଟ ପରେ ସମ୍ପର୍କ ହରାଇଛି। ‘କାଠମାଣ୍ଡୁ ପୋଷ୍ଟ’ ଖବରକାଗଜ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ କହିଛନ୍ତି ଯେ, ହେଲିକପ୍ଟରଟି ସୋଲୁଖୁମ୍ବୁର ସୁରକିରୁ ସକାଳ ୯.୪୫ ରେ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ବିମାନ ବନ୍ଦରରୁ ୨୪୭ କୋଟିର ଡ୍ରଗ୍ସ ଜବତ, ଦୁଇ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରଗ୍ସର ଏକ ବଡ଼ ଧରଣର କାରବାର ଧରାପଡିଛି। ବିମାନବନ୍ଦର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଡିଆରଆଇର ଇନପୁଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୨୪୭ କୋଟି ଟଙ୍କା ବୋଲି କୁହାଯାଉଛି। ୩୫ କିଲୋଗ୍ରାମ ହିରୋଇନ୍ ବଜାରକୁ ବିକ୍ରି ହେବା ପାଇଁ ବ୍ୟବସ୍ଥା କରାଯାଉଥିଲା।

ଡ୍ରଗ୍ ବିକ୍ରେତାମାନେ ନୂଆ ବର୍ଷ ପୂର୍ବରୁ ବିଷାକ୍ତ ପଦାର୍ଥ ଯୋଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଜନା ବିଫଳ ହୋଇଥିଲା। ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ଏତେ ପରିମାଣର ଡ୍ରଗ୍ସ ସାମଗ୍ରୀ ଜବତ ହେବାର ଏହା ହେଉଛି ପ୍ରଥମ ମାମଲା। ଏହି ମାମଲାରେ ଜିମ୍ବାୱେର ଦୁଇ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ୪୬ ବର୍ଷିୟା ମହିଳା ଏବଂ ଅନ୍ୟ ଜଣେ ୨୭ ବର୍ଷ ବୟସ୍କ ଯୁବକ ଥିଲେ। ଉଭୟଙ୍କୁ ଏଆଇୟୁ ଦ୍ୱାରା ଗିରଫ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ହେଲା ବୃଦ୍ଧି

ନୂଆଦିଲ୍ଲୀ, କରୋନା ମହାମାରୀ ଯୋଗୁଁ ବ୍ୟବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି। ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକଡାଉନ ଯୋଗୁଁ ନିଜର ଭିସା ମିଆଦ ବଢାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ଜୁନ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ବିଦେଶୀମାନଙ୍କ ଭିସା ମିଆଦକୁ ୩୦ଜୁନ ୨୦୨୦ରୁ ଏକ ମାସ ପାଇଁ ବଢାଇ ଦିଆଯାଇଥିଲା। ତେବେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଭିସା ମିଆଦଗୁଡିକୁ ଲାଗୁ କରାଯିବାକୁ ସରକାର ପରେ ସ୍ପଷ୍ଟ କରିଥିଲେ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ବିଦେଶୀ ନାଗରିକମାନଙ୍କୁ ମାସିକ ଭିସା ଅବଧି ବୃଦ୍ଧି ଏବଂ ଅଧିକ ସମୟ ରହିବାକୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରି ଆବେଦନ କରିବାକୁ କୁହାଯାଇଥିଲା ।

ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିଛି। ଏଯାଏଁ ଭାରତରେ ବ୍ୟାବସାୟିକ ଆର୍ନ୍ତଜାତିକ ବିମାନ ଉଡାଣ ସେବା କରୋନା ମହାମାରୀ ଯୋଗୁଁ ସ୍ୱାଭାବିକ ହୋଇନାହିଁ। ତେଣୁ ସମ୍ପୃକ୍ତ ଭାରତୀୟ ଭିସାଧାରୀ ଅଥବା ନିର୍ଦ୍ଦିଷ୍ଟ ଅଧିକ ସମୟ ରହିବାକୁ ଆବେଦନ କରିଥିବା ବିଦେଶୀମାନଙ୍କ ଭିସା ମିଆଦକୁ ୨୦୨୧ ଅଗଷ୍ଟ ୩୧ ତାରିଖ ଯାଏ ବୈଧ ଭାବେ ବିବେଚିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମିଆଦ ବୃଦ୍ଧି ନିଃଶୁଳ୍କ ଏବଂ ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ସମୟ ରହିବା ବାବଦରେ କୌଣସି ଫି କିମ୍ବା ଜୋରିମାନ ଆଦାୟ କରାଯିବ ନାହିଁ । ଆହୁରି ମଧ୍ୟ ସମ୍ପୃକ୍ତ ନାଗରିକମାନେ ସେମାନଙ୍କ ଭିସା ଅବଧି ବଢାଇବାକୁ ଏଫ୍ଆର୍ଆର୍ଓ କିମ୍ବା  ଏଫଆରଓଙ୍କ ନିକଟରେ ଦରଖାସ୍ତ କରିବାର ଆବଶ୍ୟକତା ନାହିଁ ।

ଦେଶ ଛାଡିବା ପୂର୍ବରୁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ପ୍ରସ୍ଥାନ ଅନୁମତି ପାଇଁ ଏଫଆର୍ଆର୍ଓ ବା ଏଫଆରଓଙ୍କ ନିକଟରେ ଚାହିଁଲେ ଆବେଦନ କରିପାରିବେ। ଏ କ୍ଷେତ୍ରରେ ସେମାନଙ୍କୁ ବିନା ଦେୟରେ ଦେଶ ଛାଡିବାକୁ ଅନୁମତି ମିଳିବ। ଅଧିକ ଦିନ ରହିଥିବାରୁ ସେମାନଙ୍କଠାରୁ ଫି ବା ଜୋରିମାନା ଆଦାୟ କରାଯିବ ନାହିଁ ।