ମୁମ୍ବାଇ ବିମାନ ବନ୍ଦରରୁ ୨୪୭ କୋଟିର ଡ୍ରଗ୍ସ ଜବତ, ଦୁଇ ବିଦେଶୀ ନାଗରିକ ଗିରଫ

Published: Dec 9, 2021, 7:34 pm IST

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରଗ୍ସର ଏକ ବଡ଼ ଧରଣର କାରବାର ଧରାପଡିଛି। ବିମାନବନ୍ଦର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଡିଆରଆଇର ଇନପୁଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୨୪୭ କୋଟି ଟଙ୍କା ବୋଲି କୁହାଯାଉଛି। ୩୫ କିଲୋଗ୍ରାମ ହିରୋଇନ୍ ବଜାରକୁ ବିକ୍ରି ହେବା ପାଇଁ ବ୍ୟବସ୍ଥା କରାଯାଉଥିଲା।

ଡ୍ରଗ୍ ବିକ୍ରେତାମାନେ ନୂଆ ବର୍ଷ ପୂର୍ବରୁ ବିଷାକ୍ତ ପଦାର୍ଥ ଯୋଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଜନା ବିଫଳ ହୋଇଥିଲା। ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ଏତେ ପରିମାଣର ଡ୍ରଗ୍ସ ସାମଗ୍ରୀ ଜବତ ହେବାର ଏହା ହେଉଛି ପ୍ରଥମ ମାମଲା। ଏହି ମାମଲାରେ ଜିମ୍ବାୱେର ଦୁଇ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ୪୬ ବର୍ଷିୟା ମହିଳା ଏବଂ ଅନ୍ୟ ଜଣେ ୨୭ ବର୍ଷ ବୟସ୍କ ଯୁବକ ଥିଲେ। ଉଭୟଙ୍କୁ ଏଆଇୟୁ ଦ୍ୱାରା ଗିରଫ କରାଯାଇଛି।

Related posts