Categories
ଅପରାଧ ଆଜିର ଖବର ଜାତୀୟ ଖବର

ନୋଏଡାରେ ୨୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ବିଦେଶୀ ସମେତ ୯ ଗିରଫ

ନୋଏଡା (ୟୁପି): ଡ୍ରଗ୍ସ ଉତ୍ପାଦନ କାରଖାନାକୁ ନୋଏଡା ପୋଲିସ ପଣ୍ଡ କରିଛି। ଏହା ସହିତ ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ବିଦେଶୀ ସମେତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନର ଲକ୍ଷ୍ମୀ ସିଂ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସୂଚନା ଦେବେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି ଡଙ୍ଗାରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇସିଜି କହିଛି ଯେ, ଏହି ଅପରେସନ୍ ଡିସେମ୍ବର୨୫ ତାରିଖ ଏବଂ ୨୬ ତାରିଖ ରାତିରେ କରାଯାଇଥିଲା।

ଆଇସିଜି ଅଧିକାରୀ କହିଛନ୍ତି ଯେ, ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ଗୁଜୁରାଟ ଏଟିଏସକୁ ସୂଚନା ମିଳିଥିଲା। ଏହା ପରେ ଡିସେମ୍ମ୍ବର ୨୫ ତାରିଖ ଏବଂ ୨୬ ତାରିଖ ରାତିରେ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସହିତ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା।

ଏହା ପରେ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଅଟକାଯାଇଇଥିଲା। ଯେତେବେଳେ ଯାଞ୍ଚ କରାଯାଇଥିଲା, ସେଥିରୁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ୪୦କିଲୋଗ୍ରାମ ନିଶା ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏକ ହଜାର କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ

ମୁମ୍ବାଇ: ମୁମ୍ବାଇ ଆଣ୍ଟି ନାର୍କୋଟିକ୍ସ ସେଲର ୱର୍ଲି ୟୁନିଟ୍ ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ଡ୍ରଗ୍ସ କାରଖାନାର ପର୍ଦ୍ଦାଫାସ କରିଛି। ଭରୁଚର ଅଙ୍କଲେଶ୍ୱର ଅଞ୍ଚଳରୁ ପୋଲିସ ପ୍ରାୟ ୫୧୩ କିଲୋଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧ ହଜାର ୨୬ କୋଟି ଟଙ୍କା ରହିଛି। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଏଥିମଧ୍ୟରୁ ୫ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ଏବଂ ଦୁଇ ଅଭିଯୁକ୍ତ ଆଣ୍ଟି ନାର୍କୋଟିକ୍ସ ସେଲରେ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ବିମାନ ବନ୍ଦରରୁ ୨୪୭ କୋଟିର ଡ୍ରଗ୍ସ ଜବତ, ଦୁଇ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରଗ୍ସର ଏକ ବଡ଼ ଧରଣର କାରବାର ଧରାପଡିଛି। ବିମାନବନ୍ଦର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଡିଆରଆଇର ଇନପୁଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୨୪୭ କୋଟି ଟଙ୍କା ବୋଲି କୁହାଯାଉଛି। ୩୫ କିଲୋଗ୍ରାମ ହିରୋଇନ୍ ବଜାରକୁ ବିକ୍ରି ହେବା ପାଇଁ ବ୍ୟବସ୍ଥା କରାଯାଉଥିଲା।

ଡ୍ରଗ୍ ବିକ୍ରେତାମାନେ ନୂଆ ବର୍ଷ ପୂର୍ବରୁ ବିଷାକ୍ତ ପଦାର୍ଥ ଯୋଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଜନା ବିଫଳ ହୋଇଥିଲା। ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ଏତେ ପରିମାଣର ଡ୍ରଗ୍ସ ସାମଗ୍ରୀ ଜବତ ହେବାର ଏହା ହେଉଛି ପ୍ରଥମ ମାମଲା। ଏହି ମାମଲାରେ ଜିମ୍ବାୱେର ଦୁଇ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ୪୬ ବର୍ଷିୟା ମହିଳା ଏବଂ ଅନ୍ୟ ଜଣେ ୨୭ ବର୍ଷ ବୟସ୍କ ଯୁବକ ଥିଲେ। ଉଭୟଙ୍କୁ ଏଆଇୟୁ ଦ୍ୱାରା ଗିରଫ କରାଯାଇଛି।

Categories
ଅପରାଧ ଆଜିର ଖବର

ମୁମ୍ବାଇ ଏନସିବିକୁ ବଡ ସଫଳତା: ପରିବହନ କାର୍ଯ୍ୟାଳୟରୁ ଜବତ କଲା ୧୧୧ କିଲୋ ଡ୍ରଗ୍ସ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିବି ପ୍ରାୟ ୧୧୧ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଯେଉଁ ସ୍ଥାନରେ ଏନସିବି ଚଢାଉ କରିଥିଲା ​​ଏବଂ ଡ୍ରଗ୍ସ ଜବତ କରିଥିଲା, ​​ସେହି ସ୍ଥାନ ପରିବହନ କାର୍ଯ୍ୟାଳୟ ନାମରେ ପରିଚାଳିତ ହୋଇଥିଲା। ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମିଳିଥିବା ଗୁପ୍ତ ତଥ୍ୟକୁ ଆଧାର କରି ମୁମ୍ବାଇ ଏନସିବି ତିନି ଜଣଙ୍କୁ ଅଟକ ରଖିଛି। ଏନସିବି ଏକ ଡ୍ରଗ୍ସ ଲ୍ୟାବ ପାଇଛି, ଯେଉଁଠାରୁ ଡ୍ରଗ୍ସ ତିଆରି କରାଯାଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି।

ସୂଚନାକୁ ଆଧାର କରି ଏନସିବି ମହାରାଷ୍ଟ୍ରର ନାନ୍ଦେଡର କାମଥା ଅଞ୍ଚଳରେ ଅବସ୍ଥିତ ଏକ ପରିବହନ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଏହି ପରିପ୍ରେକ୍ଷୀରେ, ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ କହିଛନ୍ତି ଯେ, ଏହି ଲ୍ୟାବ ଏପରି ଏକ ସ୍ଥାନରେ ନିର୍ମିତ ହୋଇଛି ଯେଉଁଠାରେ କେହି ଯାଇ ପାରିବେ ନାହିଁ, ଏହାର ଚାରିପାଖରେ ଏକ ଜଙ୍ଗଲ ଅଛି।