Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୁ ବୃଦ୍ଧି ହୋଇଛି। ଏହା ପୂର୍ବରୁ ଆଉ ୨ ଜଣ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଥିଲେ। ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତ୍ତାରରୁ ଫେରିଥିଲେ। ସେହିଭଳି ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ନାଇଜେରିଆରୁ ଓଡିଶା ଆସିଥିବା ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାକୁ ଛୁଇଁଲା ଓମିକ୍ରନ୍, ନୂତନ ଭାରିଆଣ୍ଟରେ ସଂକ୍ରମିତ ହେଲେ ଦୁଇ ବିଦେଶ ଫେରନ୍ତା

ଭୁବନେଶ୍ୱର: ପ୍ରଥମ ଥର ଲାଗି ଓଡିଶାରେ ଓମିକ୍ରନ୍ ଭୂତାଣୁ ସ୍ପର୍ଶ କରିଛି। ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି। ଉଭୟ ଆକ୍ରାନ୍ତ ବିଦେଶରୁ ଫେରିବା ପରେ କରୋନା ପଜିଟିଭ ହୋଇଥିଲେ। ସେମାନଙ୍କ ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟରେ ଓମିକ୍ରନ୍ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତ୍ତାରରୁ ଓଡିଶାକୁ ଫେରିଥିଲେ। ଏନେଇ ଆଇଏଲ୍‌ସ ସୂଚନା ଦେଇଛି। ତେବେ ସେମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ଅନ୍ୟପଟେ ଉଭୟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇ ଟେଷ୍ଟିଙ୍ଗ କରାଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୭ ବିଦେଶ ଫେରନ୍ତା କୋଭିଡ ପଜିଟିଭ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ପାଇଁ ଓମିକ୍ରନ ଭାରିଆଣ୍ଟ ଅଧିକ ଚିନ୍ତାଜନକ ହୋଇଛି। ସଂକ୍ରମଣକୁ ଦେଖି ରାଜ୍ୟରେ ପ୍ରତିବନ୍ଧକ ଲାଗିବ। ଏହା ଯୋଗୁଁ ଦିନକୁ ଦେଢ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସଂକ୍ରମଣ ପରିସ୍ଥିତ ଜଟିଳ ହେଲେ କେନ୍ଦ୍ର ସରକାର ନିୟମ ଅନୁଯାୟୀ କଟକଣାକୁ ଲାଗୁ କରାଯିବ।

ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ମଧ୍ୟରେ ଏହା ଶୀଘ୍ର ସଂକ୍ରମିତ ହୋଇଥାଏ। ତେଣୁ ଆଇଆଇଟି ମଡେଲରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମସିକ୍ଵେନସିଂ ରିପୋର୍ଟ ଓମିକ୍ରନ ନେଗେଟିଭ ଆସିଛି। ଆଉ ବାକି ୩ ଜଣଙ୍କ ନମୁନା ଜିନମସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଯେଉଁ ଦେଶରେ କୋଭିଡ -୧୯ର ନୂଆ ରୂପ ‘ଓମିକ୍ରନ୍’ ଚିହ୍ନଟ ହୋଇଛି। ସେହି ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କୁ କିଛି ପ୍ରବେଶ ନିୟମ ପାଳନ କରିବାକୁ ପଡିବ। ଦେଶରେ କରୋନାର ନୂତନ ଷ୍ଟ୍ରେନ୍ ବିସ୍ତାରକୁ ରୋକିବା ପାଇଁ ଭାରତ ସରକାର ଏହି ପଦକ୍ଷେପ ଘୋଷଣା କରିଛନ୍ତି।

ଭାରତକୁ ଆସୁଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଏକ ଆତ୍ମ-ଘୋଷଣା ଫର୍ମ ପୂରଣ କରିବାକୁ ପଡିବ ଏବଂ ଏକ ନକାରାତ୍ମକ RT-PCR ରିପୋର୍ଟ ଦେଖାଇବାକୁ ପଡିବ। ଯଦି ସେମାନେ ଏହି ଦୁଇଟି ସର୍ତ୍ତ ମଧ୍ୟରୁ କୌଣସିଟି ପୂରଣ ନକରନ୍ତି ତେବେ ସେମାନେ ଭାରତରେ ପ୍ରବେଶ କରିପାରିବେ ନାହିଁ।

ଦକ୍ଷିଣ ଆଫ୍ରିକା ପରି ‘ବିପଦପୂର୍ଣ୍ଣ’ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତରେ ପହଞ୍ଚିବା ପରେ RT-PCR ପରୀକ୍ଷା ପାଇଁ ନମୁନା ପ୍ରଦାନ କରିବାକୁ ପଡିବ। ପଜିଟିଭ୍ ଚିହ୍ନଟ ଯେକୌଣସି ବ୍ୟକ୍ତିଙ୍କୁ ପୃଥକବାସକୁ ପଠାଯିବ ଏବଂ ଏହାର ନମୁନା ଜିନୋମ ଶିକ୍ୱେଂସିଙ୍ଗ ପାଇଁ ପଠାଯିବ।

ବିପଦପୂର୍ଣ୍ଣ ଦେଶଗୁଡିକର ଲୋକ, ଯାହାର ପରୀକ୍ଷା ରିପୋର୍ଟ ନେଗେଟିଭ ହେବ, ସେମାନଙ୍କୁ ମଧ୍ୟ ସାତ ଦିନ ପାଇଁ ଘର କ୍ଵାରେଣ୍ଟିନରେ ରହିବାକୁ ପଡିବ। ସେମାନଙ୍କୁ ଅଷ୍ଟମ ଦିନରେ ପୁନର୍ବାର ପରୀକ୍ଷା କରାଯିବ।

ଏହିପରି ଦେଶରୁ ଆସୁଥିବା ଲୋକଙ୍କୁ, ଯାହା ବିପଦପୂର୍ଣ୍ଣ ଦେଶ ବର୍ଗରେ ରଖାଯାଇ ନାହିଁ, ସେମାନଙ୍କୁ ନମୁନା ଦେବାକୁ ପଡିବ। ଯଦି କାହାର ନମୁନା ପଜିଟିଭ ଆସେ, ଏହା ଜିନୋମ ଶିକ୍ୱେଂସିଙ୍ଗ ପାଇଁ ପଠାଯିବ ଏବଂ ତାଙ୍କୁ କ୍ଵାରେଣ୍ଟିନ କରାଯିବ।

ଏପରି ଦେଶରୁ ଆସୁଥିବା ଲୋକମାନେ, ଯେଉଁମାନେ ବିପଦପୂର୍ଣ୍ଣ ଦେଶ ବର୍ଗରେ ନାହାଁନ୍ତି ଏବଂ ଯାହାର ରିପୋର୍ଟ ମେଗେଟିଭ ଆସିଛି, ସେମାନଙ୍କୁ ମଧ୍ୟ ଅତି କମରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସତର୍କତାର ସହ ମନିଟରିଂ କରିବାକୁ ପରାମର୍ଶ ଦିଆଯାଇଛି।