ରାଜ୍ୟରେ ୭ ବିଦେଶ ଫେରନ୍ତା କୋଭିଡ ପଜିଟିଭ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published: Dec 19, 2021, 1:40 pm IST

ଭୁବନେଶ୍ବର: ରାଜ୍ୟ ପାଇଁ ଓମିକ୍ରନ ଭାରିଆଣ୍ଟ ଅଧିକ ଚିନ୍ତାଜନକ ହୋଇଛି। ସଂକ୍ରମଣକୁ ଦେଖି ରାଜ୍ୟରେ ପ୍ରତିବନ୍ଧକ ଲାଗିବ। ଏହା ଯୋଗୁଁ ଦିନକୁ ଦେଢ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସଂକ୍ରମଣ ପରିସ୍ଥିତ ଜଟିଳ ହେଲେ କେନ୍ଦ୍ର ସରକାର ନିୟମ ଅନୁଯାୟୀ କଟକଣାକୁ ଲାଗୁ କରାଯିବ।

ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ମଧ୍ୟରେ ଏହା ଶୀଘ୍ର ସଂକ୍ରମିତ ହୋଇଥାଏ। ତେଣୁ ଆଇଆଇଟି ମଡେଲରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମସିକ୍ଵେନସିଂ ରିପୋର୍ଟ ଓମିକ୍ରନ ନେଗେଟିଭ ଆସିଛି। ଆଉ ବାକି ୩ ଜଣଙ୍କ ନମୁନା ଜିନମସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Related posts