Categories
ଆଜିର ଖବର ରାଜ୍ୟ ଖବର

୩ରୁ ୪ ସପ୍ତାହ ଅଧ୍ୟରେ ସଂକ୍ରମଣ ବଢିବା ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନ୍ୟ ରାଜ୍ୟ ଅପେକ୍ଷା ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ତେଣୁ ଏହାକୁ ଦେଖି ଚତୁର୍ଥ ଲହର ଆଶଙ୍କା କରାଯାଉଛି।

ଏହିଭଳି ସ୍ଥିତିରେ ଓଡିଶାରେ ମଧ୍ୟ ୩ ରୁ ୪ ସପ୍ତାହ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ରାଜ୍ୟ ସରକାର ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଉଛି। ସେଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବଢିଲେ ରାଜ୍ୟର ସବୁ କୋଭିଡ ହସ୍ପିଟାଲକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଥଣ୍ଡା ଜ୍ଵର ଥିଲେ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରି ଆଇସୋଲେସନରେ ରଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ ପୁଣିଥରେ କରୋନା ମାମଲା ଉପରମୁହାଁ ହେବାରେ ଲାଗିଛି। ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଚତୁର୍ଥ ତରଙ୍ଗ ଆଶଙ୍କା ବଢିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ତଥା ଚତୁର୍ଥ ତରଙ୍ଗରୁ ବର୍ତ୍ତିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଉଛି। ଦିଲ୍ଲୀରେ ସଂକ୍ରମଣ ଗୃଦ୍ଧି ପାଉଥିବା ବେଳେ ଓଡିଶାରେ ବର୍ତ୍ତମାନ ସ୍ଥିତି ଭଲ ଅଛି। କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ଅବହେଳା କରିବାକୁ ଚାହୁଁନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନଜର ରଖିଛନ୍ତି। ବିଦ୍ୟାଳୟଗୁଡିକକୁ ଆସି ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଯାଉଛି।

ତେଣୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାମାପତ୍ର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରିବା ସହ ଆଇସୋଲେସନରେ ରଖିବାକୁ ଡାକ୍ତର ମହାପାତ୍ର କହିଛନ୍ତି। ଥଣ୍ଡା ଜ୍ଵର କେବଳ କରୋନା ନୁହେଁ, ତାହା ଅନ୍ୟ ସଂକ୍ରମଣର କାରଣ। ତେଣୁ ଯଥା ଶୀଘ୍ର ଟେଷ୍ଟ କରି ଲକ୍ଷଣ ଥିବା ଛତରାଛତ୍ରୀଙ୍କୁ ଆଇସୋଲେସନ ରଖନ୍ତୁ। ଅବହେଳା କରିବା ଅର୍ଥ ବିପଦକୁ ଡାକିବା ସଙ୍ଗେ ସମାନ ବୋଲି ବିଜୟ ମହାପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୭ ବିଦେଶ ଫେରନ୍ତା କୋଭିଡ ପଜିଟିଭ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ପାଇଁ ଓମିକ୍ରନ ଭାରିଆଣ୍ଟ ଅଧିକ ଚିନ୍ତାଜନକ ହୋଇଛି। ସଂକ୍ରମଣକୁ ଦେଖି ରାଜ୍ୟରେ ପ୍ରତିବନ୍ଧକ ଲାଗିବ। ଏହା ଯୋଗୁଁ ଦିନକୁ ଦେଢ ଲକ୍ଷ ଲୋକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସଂକ୍ରମଣ ପରିସ୍ଥିତ ଜଟିଳ ହେଲେ କେନ୍ଦ୍ର ସରକାର ନିୟମ ଅନୁଯାୟୀ କଟକଣାକୁ ଲାଗୁ କରାଯିବ।

ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ମଧ୍ୟରେ ଏହା ଶୀଘ୍ର ସଂକ୍ରମିତ ହୋଇଥାଏ। ତେଣୁ ଆଇଆଇଟି ମଡେଲରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମସିକ୍ଵେନସିଂ ରିପୋର୍ଟ ଓମିକ୍ରନ ନେଗେଟିଭ ଆସିଛି। ଆଉ ବାକି ୩ ଜଣଙ୍କ ନମୁନା ଜିନମସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଟୀକାକରଣ ଅଭିଯାନରେ ମନ୍ଥର ଗତି: ଦ୍ୱିତୀୟ ଡୋଜ ପାଇଁ ଆସୁନାହାଁନ୍ତି ଲୋକେ

ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ଟୀକାକରଣ ଅଭିଯାନ ମନ୍ଥର ଗତି କରୁଛି। ପ୍ରଥମ ଡୋଜ ନେବା ପରେ ଲୋକେ ଦ୍ୱିତୀୟ ଡୋଜ ପାଇଁ ଆସୁନାହାଁନ୍ତି, ଯେଉଁ କାରଣରୁ ରାଜ୍ୟରେ ଏହି ଅଭିଯାନ ମନ୍ଥର ଗତି କରୁଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିବାବେଳେ ଉଭୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୬୯.୮ ଲକ୍ଷ ଅଟେ। ଏବଂ ବର୍ତ୍ତମାନ ସୁଦ୍ଧା ଆଉ ୨୮ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବା ଉଚିତ୍। ରାଜ୍ୟର କେତେକ ଅଞ୍ଚଳରେ ବିଶେଷକରି ଆଦିବାସୀ ଅଞ୍ଚଳରେ ଟୀକାକରଣର ଦ୍ୱିତୀୟ ଡୋଜର ଗତି ମନ୍ଥର ରହିଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଡା. ପାଣିଗ୍ରାହୀ କହିଛନ୍ତି ଯେ, ବାରମ୍ବାର ଚେତାବନୀ ସତ୍ତ୍ୱେ ଲୋକମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ଓଡିଶାର ୩.୯ କୋଟି ଯୋଗ୍ୟ ଜନସଂଖ୍ୟାର ୫୧.୪ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି। ଏହି ଅଭିଯାନ ପ୍ରତି ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ମଧ୍ୟ କରୋନାର ଦ୍ଵିତୀୟ ଲହର ସରିନି। ଆଜି ରାଜ୍ୟରେ ୧ ହଜାର ୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ଭିତରେ ତୃତୀୟ ଲହର ଆସିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ହେଲେ ଆସନ୍ତା ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ନମାନିଲେ ହେବ ଲକଡାଉନ କିମ୍ବା ସଟଡାଉନ!: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।

ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇନି: ଏହା ଉପରେ ଟିକା କାମ କରିବ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଦକ୍ଷିଣ ଆଫ୍ରିକାର ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁଁ ସାରା ଦେଶ ଏବେ ଭୟଭୀତ ଅବସ୍ଥାରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଛି। ହେଲେ ଓଡିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଏକ ଭଲ ଖବର ଶୁଣିବାକୁ ମିଳିଛି। ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବ୍ରିଟେନ ଷ୍ଟ୍ରେନ ମଧ୍ୟ ଅନେକ ଦେଶକୁ ବ୍ୟାପୀଥିଲା। ଏହି ଷ୍ଟ୍ରେନରେ ସଂକ୍ରମଣ ପରିମାଣ ଅଧିକ ଥିଲେ ବି ଆମର ସଠିକ ପଦକ୍ଷେପ ଯୋଗୁଁ ଏହା ବ୍ୟାପୀ ନଥିଲା।

ସେହି ପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ ଏକ ରୂପ। ଏଥିରେ କୋଭିଡ୍ ଟିକା କାମ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ସବୁ ରାଜ୍ୟର କରୋନା ଟୀକାକରଣକୁ ନେଇ ସମୀକ୍ଷା କରିଛନ୍ତି। ଏଥିରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ପ୍ରତ୍ଯେକ ପର୍ଯ୍ୟାୟରେ ହାରାହାରି ୯୦ ପ୍ରତିଶତ ହିତାଧିକାରୀଙ୍କ ଏହି ଟୀକାକରଣ ପ୍ରକ୍ରିୟାରେ ସାମିଲ ହୋଇ ଟିକା ନେଇଛନ୍ତି।