ଥଣ୍ଡା ଜ୍ଵର ଥିଲେ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ କରି ଆଇସୋଲେସନରେ ରଖନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published: Apr 22, 2022, 1:01 pm IST

ଭୁବନେଶ୍ବର: ଦେଶରେ ପୁଣିଥରେ କରୋନା ମାମଲା ଉପରମୁହାଁ ହେବାରେ ଲାଗିଛି। ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଚତୁର୍ଥ ତରଙ୍ଗ ଆଶଙ୍କା ବଢିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣ ତଥା ଚତୁର୍ଥ ତରଙ୍ଗରୁ ବର୍ତ୍ତିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଉଛି। ଦିଲ୍ଲୀରେ ସଂକ୍ରମଣ ଗୃଦ୍ଧି ପାଉଥିବା ବେଳେ ଓଡିଶାରେ ବର୍ତ୍ତମାନ ସ୍ଥିତି ଭଲ ଅଛି। କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ଅବହେଳା କରିବାକୁ ଚାହୁଁନାହାନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନଜର ରଖିଛନ୍ତି। ବିଦ୍ୟାଳୟଗୁଡିକକୁ ଆସି ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଯାଉଛି।

ତେଣୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାମାପତ୍ର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରିବା ସହ ଆଇସୋଲେସନରେ ରଖିବାକୁ ଡାକ୍ତର ମହାପାତ୍ର କହିଛନ୍ତି। ଥଣ୍ଡା ଜ୍ଵର କେବଳ କରୋନା ନୁହେଁ, ତାହା ଅନ୍ୟ ସଂକ୍ରମଣର କାରଣ। ତେଣୁ ଯଥା ଶୀଘ୍ର ଟେଷ୍ଟ କରି ଲକ୍ଷଣ ଥିବା ଛତରାଛତ୍ରୀଙ୍କୁ ଆଇସୋଲେସନ ରଖନ୍ତୁ। ଅବହେଳା କରିବା ଅର୍ଥ ବିପଦକୁ ଡାକିବା ସଙ୍ଗେ ସମାନ ବୋଲି ବିଜୟ ମହାପାତ୍ର କହିଛନ୍ତି।

Related posts