ଓଡିଶାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇନି: ଏହା ଉପରେ ଟିକା କାମ କରିବ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published: Feb 17, 2021, 2:13 pm IST

ଭୁବନେଶ୍ୱର: ଦେଶରେ ଦକ୍ଷିଣ ଆଫ୍ରିକାର ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁଁ ସାରା ଦେଶ ଏବେ ଭୟଭୀତ ଅବସ୍ଥାରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଛି। ହେଲେ ଓଡିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଏକ ଭଲ ଖବର ଶୁଣିବାକୁ ମିଳିଛି। ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବ୍ରିଟେନ ଷ୍ଟ୍ରେନ ମଧ୍ୟ ଅନେକ ଦେଶକୁ ବ୍ୟାପୀଥିଲା। ଏହି ଷ୍ଟ୍ରେନରେ ସଂକ୍ରମଣ ପରିମାଣ ଅଧିକ ଥିଲେ ବି ଆମର ସଠିକ ପଦକ୍ଷେପ ଯୋଗୁଁ ଏହା ବ୍ୟାପୀ ନଥିଲା।

ସେହି ପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ ଏକ ରୂପ। ଏଥିରେ କୋଭିଡ୍ ଟିକା କାମ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ସବୁ ରାଜ୍ୟର କରୋନା ଟୀକାକରଣକୁ ନେଇ ସମୀକ୍ଷା କରିଛନ୍ତି। ଏଥିରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ପ୍ରତ୍ଯେକ ପର୍ଯ୍ୟାୟରେ ହାରାହାରି ୯୦ ପ୍ରତିଶତ ହିତାଧିକାରୀଙ୍କ ଏହି ଟୀକାକରଣ ପ୍ରକ୍ରିୟାରେ ସାମିଲ ହୋଇ ଟିକା ନେଇଛନ୍ତି।

Related posts