Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଆଘାତରେ ଯୁବକଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଅଂଚଳର ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତୋରସିଂ ଗ୍ରାମ ପଂଚାୟତର ଲହଂଗାଡିହ ଗ୍ରାମର ମଦନ ମୋହନ ସାହୁ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଖବର ମୁତାବକ ମଦନ ବିଭିନ୍ନ ଜାଗାରେ ବିଦ୍ୟୁତ କାମ କରୁଥିବା ବେଳେ ଉକ୍ତ ଗ୍ରାମର ନରେଶ ସାହୁଙ୍କର ଗମ୍ଭାରୀମୁଣ୍ଡା ସ୍ଥିତ ଏକ ମାର୍କେଟ କମ୍ପ୍ଲେସ ଠାରେ ଆଜି ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିଲେ। ଅସାବଧାନତା ବଶତଃ କୌଣସି କାରଣରୁ ମଦନଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ନରେଶ ତାଙ୍କୁ ଗମ୍ଭାରୀମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରୁ ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିବା ବେଳେ ଏଠାରେ ଡାକ୍ତର ମଦନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ମଦନ ତାଙ୍କ ପିତାମାତାଙ୍କର ଏକମାତ୍ର ପୁଅ ଥିବାବେଳେ ଆତ୍ମୀୟ ସ୍ୱଜନଙ୍କର କ୍ରନ୍ଦନ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଡାକ୍ତରଖାନା ତରଫରୁ ବାଣପୁର ପୋଲିସକୁ ସୂଚନା ଦେବାପରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ମହାଳୟାରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମହାଳୟାରେ ଅଘଟଣ। ପିତ୍ରୁ ପୁରୁଷଙ୍କୁ ଘରେ ଶ୍ରାଦ୍ଧ ଦେବା ପାଇଁ ଚାଲିଥିଲା ପ୍ରସ୍ତୁତି।  ଏହି ସମୟରେ ଟେବୁଲ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ବଡ଼ପୋଖରିଆ ପଂଚାୟତ ବୋଡଙ୍ଗରା ଗ୍ରାମରେ। ମୃତ ମହିଳାଙ୍କ ନାମ ରୀତା ମହାପାତ୍ର (୩୧)।

ରୀତା ଶ୍ରାଦ୍ଧ ଦେବା ପାଇଁ ଘରେ ପାଣି ଢାଳି ଧୁଆ ଧୋଈ କରୁଥିଲେ। ଏହି ସମୟରେ ଘର ଶୁଖାଇବା ପାଇଁ ଟେବୁଲ୍ ଫ୍ୟାନ୍ ଲଗାଇବା ବେଳେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ରୀତା ଗୁରୁତର ଭାବେ ଆହତ ହୋଇଥିଲେ।

ପରିଵାର ଲୋକେ ରୀତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ନେଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ରୀତାଙ୍କର ଛୋଟ ଛୋଟ ୩ ଟି କନ୍ୟା ଅଛନ୍ତି। ଏଭଳି ମୃତ୍ୟୁ ଯୋଗୁଁ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ଖବର ପାଇ ନିରାକାରପୁର ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରିବା ସହ କେସ ନମ୍ବର ୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ି ଗ୍ରାମରେ ଅଘଟଣ: ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ଆଘାତରେ ଆସି ଜଣେ ଯୁବକଙ୍କ  ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଯୁବକଙ୍କ ନାମ ରବୀନ୍ଦ୍ର ସ୍ଵାଇଁ (୨୩)।

ସୂଚନା ଯୋଗ୍ୟ ଯେ, ରବୀନ୍ଦ୍ର ହରିକୁଣ୍ଡ ବଜାରରେ ଥିବା ଦୋକାନ ଘର ଛାତ ପକାଇବା ପାଇଁ ସଟ୍ରିଙ୍ଗ ବାନ୍ଧୁଥିଲେ। ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହ ଏକ ଓଦା କାଠ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଅଵସ୍ଥାରେ ରବୀନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଆଘାତରେ ଜଣେ ମୃତ, ଚାରି ଆହତ

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର : ପୁଣି ବିଦ୍ୟୁତ୍‌ ନେଲା ଜୀବନ । ବିଦ୍ୟୁତ୍‌ ଆଘାତରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି । ସକାଳେ ବିଲକୁ 5 ଜଣ ଯାଉଥିବାବେଳେ ଅଘଟଣ ଘଟିଥିବାର ସୂଚନା ରହିଛି । କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗାଁ ପାଖ ଜମିରେ ଏହି ଅଘଟଣ ଘଟିଛି । ଜନ୍ତୁଙ୍କ ଦ୍ବାରା ପରିବା ଚାଷ ନଷ୍ଟ ଭୟରେ ବିଦ୍ୟୁତ୍‌ ତାର ବିଛା ଯାଇଥିଲା । ଗୁରୁତରଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।