Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପଞ୍ଚାୟତ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଶ୍ରମିକ, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ସୋରଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜବେଷ୍ଟସ ସେଡ୍ ନିର୍ମାଣ ବେଳେ ଅଘଟଣ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳରେ ସୋରଣ ଗ୍ରାମ ପଞ୍ଚାୟତ ପରିସରରେ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଶ୍ରାମ ଗୃହ ନିର୍ମାଣ ପାଇଁ ଲୁହା ଜିଆଇ ପାଇପ୍ ର ଫ୍ରେମ୍ ତିଆରି କରିବା ବେଳେ ଗୋଟିଏ ୨୦ ଫୁଟ ଲମ୍ବର ପାଇପ୍ କୁ ୱେଲଡିଂ ମିସ୍ତ୍ରୀ ଓ ହେଲପର ମିଶି ଉପରକୁ ଟେକି ଧରି ୱେଲଡିଂ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧୦୦ ଭୋଲଟ୍ ର ହାଇ ଭୋଲଟେଜ୍ ତାର ଜିଆଇ ପାଇପ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

ମୃତକ ୱେଲଡିଂ ମିସ୍ତ୍ରୀ ହେଲେ ସୋରଣ ଗ୍ରାମର ରସାନନ୍ଦ ମୁଦୁଲି (୧୮)। ଅନ୍ୟ ଗୁରୁତର ଜଣକ ହେଲେ ତାରୁ ଖାଁ (୨୦)। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଯୁବଙ୍କ ଶବକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ବିଦ୍ୟୁତ ସଂସ୍ପର୍ଶରେ ଆସି ଲଣ୍ଡ୍ରି ଦୋକାନୀଙ୍କ ପ୍ରାଣହାନୀ, ଅନ୍ୟ ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ବଜାରରେ ଏକ ବଡ଼ ଅଘଟଣ ଘଟିଯାଇଛି।  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଅଛି।

ଖବର ମୁତାବକ ନାଚୁଣୀ ବଜାର ଅଞ୍ଚଳର ଦେବରାଜ ସେଠି ନାମକ ଜଣେ ବ୍ୟକ୍ତି ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ। ତେବେ ଆଜି ଅପରାହ୍ନରେ ଲଣ୍ଡ୍ରି ଦୋକାନ ପାର୍ଶ୍ଵରେ ଥିବା ମନପୁରମ ଗୋଲଡ଼ ଲୋନ ଅଫିସର ଲୁହା ସିଡିରେ ପ୍ରତିଦିନ ଭଳି ବସିଥିବା ବେଳେ ହଠାତ ସିଡିରେ କେଉଁ କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଦେବରାଜ ଚିତ୍କାର କରିବାରୁ ଉପର ଥିବେ ମନପୁରମ ଅଫିସର ମୁଖ୍ୟ ରାକେଶ ମହାନ୍ତି ତଳକୁ ଆସିଲା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଉଭୟଙ୍କୁ ଟାଙ୍ଗୀ ମେଡିକାଲ ପଠାଯାଇଥିବା ବେଳେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା ଏବଂ ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହରା ଏବଂ ଅନ୍ୟ ପୋଲିସ କର୍ମୀମାନେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେହି ଗ୍ରାମର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ରତନପୁର ଗ୍ରାମର ଶ୍ରୀକୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା (୩୦) ଆଜି ୧୧ ଘଟିକା ସମୟରେ କୌଣସି କାମ ପାଇଁ ବଜାରକୁ ଯାଉଥିଲେ। ହେଲେ ଗତକାଲି ହୋଇଥିବା ବର୍ଷା ଯୋଗୁଁ ନିଜ ଘର ବାହାରେ ପାଣି ଜମି ରହିଥିଲା। ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା। ଏବଂ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସେ ସଂସ୍ପର୍ଶରେ ଆସିଯାଇଥିଲେ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଦ୍ୟୁତ ଆଘାତରେ ତାଙ୍କର ବାମ ହାତଟି ଜଳି ଯାଇ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା କୁହାଯାଉଛି।

ସଙ୍ଗେ ସଙ୍ଗେ ତାଙ୍କୁ ବାଣପୁର ମେଡିକାଲ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ଟ୍ରାନ୍ସଫର୍ମରର ଚତୁର୍ପାର୍ଶ୍ୱରେ ସୁରକ୍ଷା ପାଚେରି ନଥିବା ଯୋଗୁଁ ଏଭଳି ଏକ ଘଟଣା ଘଟିଲା ବୋଲି ଗ୍ରାମବାସୀ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ପାଚେରୀ ନିମନ୍ତେ ଦରଖାସ୍ତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷି ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରମ୍ଭା ଥାନା ଅନ୍ତର୍ଗତ ପାଣିବନ୍ଧ ଗ୍ରାମର ଚାଷୀ ସୁବାସ ମହାପାତ୍ର (୫୬) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ସୁବାସ ପ୍ରତିିଦିନ ପରି ମଙ୍ଗଳବାର ଅପରାହ୍ନରେ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ। ପାଣି ମଡ଼ାଇବା ପାଇଁ ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାବେଳେ ତୁରନ୍ତ ତାଙ୍କୁ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଖବରପାଇ ରମ୍ଭା ଏସ୍‌ଆଇ ସଂଗ୍ରାମ ଦେଉରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।