Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍‌ । ସର୍ବସମ୍ମତିକ୍ରମେ ଏହି ବିଲ୍‌ଟି ପାରିତ ହୋଇଥିବାର ସୂଚନା ରହିଛି । ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବ ଧାର୍ଯ୍ୟ ପରିମାଣର ବ୍ୟୟ ମଂଜୁରୀକୁ ଅନୁମତି ମିଳିଛି । ବିଲ୍‌ ପାସ୍‌ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବ୍ୟୟମଞ୍ଜୁରୀ  ବିଲ୍‌ ପାସ୍‌ ପାଇଁ ସ୍ବତନ୍ତ୍ର ଦିନିକିଆ ଅଧିବେଶନ ବସିଥିଲା ।

ରାଜ୍ୟର ତୃତୀୟ କରୋନା ପଜିଟିଭି ଜଣକ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାର ଏହି ଅଧିବେଶନଟି ବିଧାନସଭା ଗୃହରେ ନ ହୋଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି  ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଅଧିବେଶନ ପୂର୍ବରୁ କନ୍‌ଭେନସନ୍‌ ହଲ୍‌କୁ ବିଏମ୍‌ସି ତରଫରୁ ବିଶୋଧନ କରାଯାଇଛି ।ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଏହି କନଭେନସନ ହଲ୍‌ରେ ୨ ମଧ୍ୟ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ଏହି ହଲ୍‌ରେ ଦୁଇ ମିଟର ଅନ୍ତରରେ ବିଧାୟକ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।