Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଚଣ୍ଡେଶ୍ୱରରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କଲା ଟାଙ୍ଗୀ ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଚୋରା ମଦ ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ବର୍ଷାର ଫାଇଦା ନେଇ ଅନାୟାସରେ ଚୋରା ମଦ ବିକୁଥିବାବେଳେ ଆଜି ବିପୁଳ ଦେଶୀ ଓ ବିଦେଶୀ ମଦ ସହ ଜଣେ ଚୋରା ମଦ ବେପାରୀଙ୍କୁ ଧରିଛି ଟାଙ୍ଗୀ ପୋଲିସ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ବଜାର ଉପରେ ଏକ ଦୋକାନ ଭିତରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବାର ବାଲୁଗାଁ ଏସଡ଼ିପିଓ ଖବର ପାଇଥିଲେ। ତେବେ ପ୍ରବଳ ବର୍ଷା ସତ୍ତ୍ୱେ ଆଜି ସଂଧ୍ୟାରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ଦୋକାନ ମଧ୍ୟରୁ ୧୦୮ ବୋତଲ ବିଦେଶୀ ମଦ, ୪୨ ବୋତଲ ଆସ୍କା-୪୦ ଏବଂ ନକଦ ୩୦୦୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩୨୨/୨୧ ରେ ଏକ ମାମଲା ରୁଜୁକରିବା ସହ ଦୋକାନୀ ପ୍ରସନ୍ନ ସାମନ୍ତଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ ଚଢ଼ାଉ: ବିପୁଳ ମଦ ଜବତ ସହ ୧୦ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ପକ୍ଷରୁ ଯୁଗ୍ମ ଅବକାରୀ ଚଢ଼ାଉ ହୋଇଥିଲା। ଡ଼େପୁଟି ସୁପରିଟେଣ୍ଡେଣ୍ଟ ଗଂଜାମ, ତହସିଲ୍‌ଦାର ସୋରଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ଏବଂ ସାଇପୁର ଅଂଚଳରେ ଅବକାରୀ ଚଢ଼ାଉ ହୋଇ ୧୩ଟି ମାମଲା ରୁଜୁ ହୋଇଛି। ଚଢ଼ାଉରେ ୯୪୫ ଲିଟର ବେଆଇନ ମଦ, ୮୦୦୦ ଲିଟର ପୋଚ ଏବଂ ୩୦ କେଜି ଭଙ୍ଗ, ଗୋଟିଏ ଏକ୍ସଲ ବାଇକ୍ ଜବତ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଆସିକା ଅବକାରୀ ବିଭାଗ, ଛତ୍ରପୁର ଷ୍ଟାଇକିଂ ଫୋର୍ସ, ବଡ଼ଗଡ଼ ଥାନା ଏସ୍‌ଆଇ, ସୋରଡ଼ା ଅବକାରୀ ବିଭାଗ, ବ୍ରହ୍ମପୁର ଷ୍ଟାଇକିଂ ଫୋର୍ସ ଏବଂ ଇଆଇଇବି ୟୁନିଟ ଯୋଗ ଦେଇଥିବା ଗଂଜାମ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।