Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ର ଚରଣ ମହାନ୍ତିଙ୍କ ଏକାଦଶତମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର : ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସ୍ୱର୍ଗତ ବିପ୍ରଚରଣ ମହାନ୍ତିଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ୨୫ ଅଗଷ୍ଟ ମଙ୍ଗଳବାର ଦିନ ପାଳନକରାଯାଇଛି। ଏହି ଅବସରରେ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶାସ୍ତ୍ରୀନଗରସ୍ଥିତ ଶିଳ୍ପୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥାଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଓ ବିପ୍ରଚରଣ ମହାନ୍ତିଙ୍କ ସୁପୁତ୍ର କ୍ୟାପଟେନ୍ ଡ଼ି.କେ. ମହାନ୍ତି ପ୍ରମୁଖପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରି ଶିଳ୍ପୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ରୀତା ମହାନ୍ତିଙ୍କ ସୂଚନା ଅନୁସାରେ ବର୍ତ୍ତମାନର କୋଭିଡ଼ କଟକଣା ହେତୁଏହି ସମିତି କାର୍ଯ୍ୟକ୍ରମରେ ସ୍ୱର୍ଗତ ଶିଳ୍ପୀଙ୍କର ଅନେକ ଛାତ୍ର ଓ ପ୍ରଶଂସକ ଯୋଗଦାନ କରିପାରିନଥିଲେ।