Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ନିଖିତାର ଅଜା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ତାଙ୍କ ନାତୁଣୀକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ ଚଳାଇ ପୋଲିସ ଜାଣିବାକୁ ପାଇଲେ ଯେ ସ୍ବାମୀ ସୁରଟ୍ ରେ କାମ କରିବାକୁ ଯାଇଛନ୍ତି ଓ ଘଟଣା ଦିନ ସେ ଗାଁ ରେ ନାହିଁ। ଅନ୍ୟ ପକ୍ଷରେ ଶ୍ଵଶୁର ଓ ଶାଶୂ ତାର ତିନି ବର୍ଷର ପୁଅକୁ ଧରି ମାଛ ଧରିବା ପାଇଁ ଗାଁ ପୋଖରୀ କୁ ଯାଇଛନ୍ତି ଓ ନିଖୀତା ଦୁଇ ଦେଢ଼ ଶାଶୁ କେନ୍ଦୁପଦର ଗ୍ରାମରେ ରହୁଛନ୍ତି। ଏହି ସବୁ ଘଟଣାକୁ ନେଇ ପୋଲିସ ଗଭୀର ତଦନ୍ତ ଚଳାଇ ଜାଣିବାକୁ ପାଇଲେ ଯେ, ମୃତ ନିଖିତା ର ବାପ ଓ ମାଁ ସୁରଟ୍ ରେ କାମ କରିବାକୁ ଯାଇଥିବା ବେଳେ ସେ ତାର ଅଜା ଘର ବିଷ୍ଣୁଚକ୍ର ଗ୍ରାମରେ ରହୁଥିଲା ଓ ଏହା ମଧ୍ୟରେ ଉକ୍ତ ଗ୍ରାମର ବସନ୍ତ ପାତ୍ର ନାମରେ ଜଣେ ଯୁବକକୁ ଭଲ ପାଉଥିଲା।

କିନ୍ତୁ ଏହା ମଧ୍ୟରେ ସେ ଖୁକୁଣ୍ଡିଆ ଗ୍ରାମରେ ବାହା ହେବା ପରେ ମଧ୍ୟ ବସନ୍ତ ନିଖିତାକୁ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ସ୍ବାମୀ ଦୀପକକୁ ଛାଡ଼ପତ୍ର ଦେବା ପାଇଁ ବାଧ୍ୟ କରିବାରୁ ସେ ନିଜକୁ ଅସୁରକ୍ଷିତ ମନେ କରି ଏହି ଭଳି ଆତ୍ମହତ୍ୟା ପଦକ୍ଷେପ ଗ୍ରହଣ କରିଥିଲା।

ଏହି ସବୁ ଘଟଣା ର ବଳିଷ୍ଠ ପ୍ରମାଣ ପାଇ ପୋଲିସ ପ୍ରେମିକ ବସନ୍ତକୁ ଥାନାରେ ଅଟକ ରଖି ଜେରା କରିବା ପରେ ଜାଣିବାକୁ ପାଇଲେ ଯେ, ବସନ୍ତ ଯୋଗୁଁ ଉକ୍ତ ମହିଳା ଆତ୍ମହତ୍ୟା କରିଛି।

ପୋଲିସ ୮୦୩/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତପ୍ତପାଣି କେନାଲରୁ ଉଦ୍ଧାର ମୃତ ଦେହ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଚଷା ସାହିର ବିବାହିତା ମହିଳା ନିଖୋଜ ଓ ପରେ ତପ୍ତପାଣି କେନାଲରୁ ତାଙ୍କର ମୃତ ଦେହ ଉଦ୍ଧାର ପରେ ମାମଲା ରୁଜୁ ହୋଇଥିଲା। ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀତାଙ୍କ ବାପା ଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ ଆସ୍କା ଏସ୍ ଡି ପି ଓ ଉମାଶଙ୍କର ସିଂ ଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ମାଟିରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଯଦି ଆଉ କାହାର ସମ୍ପର୍କ ଜଣାପଡ଼ିବ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ମାମଲାରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ।

ସୂଚନା ମୁତାବକ ଗତବର୍ଷ ଜନୈକ ବିବାହିତା ମହିଳାଙ୍କୁ ରତନପୁର ଗ୍ରାମର ଜିତୁ ବେହେରା ନାମକ ଅଭିଯୁକ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାଙ୍କ ଶାଶୁ ବାଣପୁର କୋର୍ଟରେ ଏକ ୱାନ ସିସି କେସ କରିଥିଲେ। ଏହାପରେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜିତୁଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିଛି।

ତେବେ ବିଚାରପତିଙ୍କ ସମ୍ମୁଖରେ ଜିତୁ ଦୁଷ୍କର୍ମ କରିଥିବା ପୀଡ଼ିତା ବୟାନ ଦେଇଥିଲେ। ସେହି ଆଧାରରେ ପୋଲିସ ଉକ୍ତ ମାମଲାରେ ଅପହରଣ ସହ ଦୁଷ୍କର୍ମ ଦଫା ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢାଉ କଲା ପୋଲିସ: ଦୁଇ ମହିଳାଙ୍କ ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗି: ସହରରେ ପୋଲିସ୍ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛିମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଁ ଗହଳିର ବିବାହିତା ମହିଳା, ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ସେମାନେ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି। ଏଭଳି ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଟାଙ୍ଗି ବ୍ଲକ ମୁଖ୍ୟ ରାସ୍ତା କଡରେ ଏକ ସେକ୍ସ ରେକେଟ ଚାଲିଥିବାର ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ପୋଲିସ ଉକ୍ତ ଘର ଉପରେ ଯୋଜନାବଦ୍ଧ ଭାବେ ଚଢାଉ କରିଥିଲା। ଯେଉଁ ଜାଗାରେ ଏହି ସେକ୍ସ ରାକେଟ ଚାଲିଥିଲା, ସେହି ଘର ଚତୁଃପାର୍ଶ୍ଵରେ ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଥିଲା। ଚଢାଉ ପରେ ଏଠାରୁ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଟକ ରହିଥିବା ମହିଳା ଜଣଙ୍କ ଏହି ସେକ୍ସ ରେକେଟର ରାଣୀ ମହୁମାଛି ବୋଲି ଜଣାପଡିଛି। ତାଙ୍କର ନାମ ସୁନିତା ମଲ୍ଲିକ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ବର୍ତ୍ତମାନ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି। ଏଥିରେ କେବଳ ସେହି ମହିଳା ଜଣଙ୍କ ସାମିଲ ଅଛନ୍ତି, ନା ତାଙ୍କ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ମାର୍ବଲ ମିସ୍ତ୍ରୀକୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ହୋଇଛି। ଅଭିଯୁକ୍ତ ଜଣେ ମାର୍ବଲ ମିସ୍ତ୍ରୀ ଏବଂ ତାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଇଲ୍ କାମ କରିବା ପାଇଁ ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଘରକୁ ମାର୍ବଲ ମିସ୍ତ୍ରୀ ଜଣଙ୍କ ଯାଇଥିଲେ। ହେଲେ ସେଠାରେ ସେହି ମହିଳା ଜଣଙ୍କୁ ମାର୍ବଲ ମିସ୍ତ୍ରୀ ଦୁଷ୍କର୍ମ କରିଥିଲେ।

ମାର୍ବଲ ମିସ୍ତ୍ରୀଙ୍କର ନାମ ଚିତ୍ତ ରଂଜନ ପଲେଇ (୩୪ ବର୍ଷ)। ଅଭିଯୋଗ ପରେ ଚିତ୍ତ ରଂଜନଙ୍କୁ ଗିରଫ କରାଯାଇଛି। ଏବଂ ଅଭିଯୁକ୍ତଙ୍କ ନାମରେ କେଶ୍ ନଂ ୧୦୬/୨୨ ରେ ମାମଲା ରୁଜ୍ଜୁ କରିଛି। ତେବେ ପୋଲିସ୍ ଉଭୟଙ୍କର ନମୁନା ପରୀକ୍ଷା କରି ତଦନ୍ତ ଜାରି ରଖିଛି।