ବାଣପୁର: ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

Published: May 16, 2023, 10:57 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ମାମଲାରେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ।

ସୂଚନା ମୁତାବକ ଗତବର୍ଷ ଜନୈକ ବିବାହିତା ମହିଳାଙ୍କୁ ରତନପୁର ଗ୍ରାମର ଜିତୁ ବେହେରା ନାମକ ଅଭିଯୁକ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମହିଳାଙ୍କ ଶାଶୁ ବାଣପୁର କୋର୍ଟରେ ଏକ ୱାନ ସିସି କେସ କରିଥିଲେ। ଏହାପରେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜିତୁଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିଛି।

ତେବେ ବିଚାରପତିଙ୍କ ସମ୍ମୁଖରେ ଜିତୁ ଦୁଷ୍କର୍ମ କରିଥିବା ପୀଡ଼ିତା ବୟାନ ଦେଇଥିଲେ। ସେହି ଆଧାରରେ ପୋଲିସ ଉକ୍ତ ମାମଲାରେ ଅପହରଣ ସହ ଦୁଷ୍କର୍ମ ଦଫା ଲଗାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Related posts