Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଏଭଳି କରିବାକୁ ପଡିବ ଆବେଦନ

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମଧ୍ୟ ରାଜଧାନୀବାସୀ ଅନୁମତି ମାଗିପାରିବେ। ସେଥିପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ, ଫୋନ ଦ୍ଵାରା ରାଜଧାନୀବାସୀ ଅନୁମତି ପାଇପାରିବେ ବୋଲି ଡିସିପି କହିଛନ୍ତି।

ତେବେ ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ। ଏହାପରେ ହ୍ବାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ପତ୍ର ଯିବ। ଏହି  ପତ୍ରକୁ ଆବେଦନକାରୀ ପୂରଣ କରି ପୁନଶ୍ଚ ପୋଲିସ ପାଖକୁ ପଠାଇବାକୁ ପଡିବ। ତାପରେ କମିଶନରେଟ ପୋଲିସରୁ ଏହି କାର୍ଯ୍ୟ ପାଇଁ ଅନୁମତି ମିଳିବ ବୋଲି ଡିସିପି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାରି ହେଲା ବିଏମସିର ନୂଆ ଗାଇଡ଼ଲାଇନ୍: ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା ହେଲା କଡାକଡି

ଭୁବନେଶ୍ବର: କରୋନାର ଦ୍ଵିତୀୟ ଲହର ଏବେ ଭୟଙ୍କର ରୂପ ନେଉଛି। ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଆଜି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଏକ ନୂଆ ଗାଇଡ଼ଲାଇନ୍ ଜାରି କରିଛି। ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା କଡାକଡି କରିଛି। ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ଭାଗ ନେବାକୁ ଥିବା ବେଳେ ଶୁଦ୍ଧ କ୍ରିୟାରେ ସର୍ବାଧିକ ୫୦ ଜଣ ପାଇଁ ଅନୁମତି ରହିଛି।

ସେହିପରି କୌଣସି ଅନୁଷ୍ଠାନର ରୋପ୍ୟ, ସୁବର୍ଣ୍ଣ କିମ୍ବା ଶତବାର୍ଷିକୀ ଉତ୍ସବ ଉପରେ କଟକଣା ଲାଗିଛି। କୌଣସି ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ନାହିଁ। ଏହି ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Categories
ଜୀବନ ଶୈଳୀ ବିଶେଷ ଖବର

ଆପଣ ବିଶ୍ବାସ କରିବେନି ବିବାହ ପୂର୍ବରୁ ଭଲ ବୋହୂଟିଏ ହେବା ପାଇଁ ଗୋଟିଏ ସଂସ୍ଥା ଦେଉଛି ଟ୍ରେନିଂ

ନୂଆଦିଲ୍ଲୀ, ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଯେକୌଣସି ଧର୍ମ ହେଉନା କାହିଁକି ପ୍ରତ୍ୟେକ ଧର୍ମରେ ବିବାହ ଏକ ମଜବୁତ୍‌ ସାମାଜିକ ବନ୍ଧନ ନିର୍ମାଣ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ ସାତ ଜନ୍ମ ପାଇଁ ହୋଇଥାଏ । ସବୁ ପରିବାର ଚାହିଁଥା’ନ୍ତି ତାଙ୍କୁ ଘରକୁ ଆସୁଥିବା ବୋହୂ ସର୍ବଗୁଣ ସମ୍ପନ୍ନା ହେଉ । ପ୍ରତ୍ୟେକ ଶାଶୁମାନଙ୍କର ଗୋଟିଏ ଇଚ୍ଛା ଥାଏ, ଯେ ତାଙ୍କ ବୋହୂ ସୁନ୍ଦରୀ ହେବା ସହିତ ସମସ୍ତ କାମ କାର୍ଯ୍ୟରେ ଦକ୍ଷ ହେଇଥାଉ ।

ସେହିପରି ପ୍ରତ୍ୟେକ ପୁରୁଷ ଚାହିଁଥାଏ, ତାକୁ ଏମିତି ଏକ ସ୍ତ୍ରୀ ମିଳୁ ଯିଏ ଘରର ପ୍ରତ୍ୟେକ ଦାୟିତ୍ବକୁ ଠିକ୍‌ ରୂପେ ସମ୍ପନ୍ନ କରିପାରିବ । ଏହି ସମସ୍ତ ବିଷୟକୁ ଅନୁଭବ କରି ହାଇଦ୍ରାବାଦଠାରେ ଏକ ଉତ୍ତମ ବୋହୂ ହେବାର ପ୍ରଶିକ୍ଷଣ ସଂସ୍ଥା ଖୋଲିଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିବାହ ପୂର୍ବରୁ ଘରୋଇ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭିନ୍ନ କୋର୍ସ ଆରମ୍ଭ କରାଯାଇଥିଲା । ଅନ୍ୟ କୋର୍ସ ଗୁଡ଼ିକରେ ରହିଛି ‘ବିବାହ ପରେ ଘରକୁ କିପରି ଚଳାଇବା’ । ସେହିପରି ‘ଉତ୍ତମ ମା’ ହେବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି ।

ତେବେ ଏପରି କିଛି କୋର୍ସ ଆରମ୍ଭ କରିବା ପରେ କିଛି ଲୋକ ଏହାକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହି କୋର୍ସକୁ ନେଇ ବିରୋଧ କରିବା ସହିତ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଘର ପରିବାର ପାଇଁ କେବଳ ଜଣେ ଉତ୍ତମ ବୋହୂ ଉପରେ ବୋଝ କ’ଣ ପାଇଁ ? ଜଣେ ଉତ୍ତମ ବର ହେବା ପାଇଁ କୋର୍ସ ଆରମ୍ଭ କରାଯାଉ ବୋଲି କମେଣ୍ଟ ମିଳିଛି ।

ତେବେ ଏହି କୋର୍ସ ସମ୍ପର୍କରେ ଏହାର ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, ଏହି କୋର୍ସର ନାମକରଣ ଲୋକଙ୍କୁ ଲୋଭାୟିତ କରିବା ପାଇଁ ରଖାଯାଇଛି। ତେବେ ଏହି ଦୁଲହନ୍‌ କୋର୍ସ ଜରିଆରେ ଖାଦ୍ୟ ପ୍ରସ୍ତୁତ କରିବା, ସିଲେଇ ତଥା ବୁଣାବୁଣି ସହିତ ବ୍ୟୁଟି ଟିପ୍ସ ଓ ଅନ୍ୟାନ୍ୟ ଆର୍ଥିକ ସ୍ଥିତି ମଜବୁତ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଇଂରାଜୀ ଓ୍ବେବସାଇଟ୍‌ ‘’ଇନ୍‌ୟୁଥ୍‌’ଠୁ ପ୍ରେରିତ ବୋଲି କହିଛନ୍ତି ଏହି ସଂସ୍ଥାକୁ ଆରମ୍ଭ କରିଥିବା ଇଲିଆସ ସାମୀ । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ପ୍ରକାରର କୋର୍ସ ରହିଛି। ତେବେ ଏମିତି ଏକ କୋର୍ସ ନଥିଲା, ଯାହା ବିବାହ ପରେ ନିଜ ଜୀବନକୁ ହସଖୁସିରେ ଭରିବା ପାଇଁ ସାହାଯ୍ୟ କରିବ । ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରଶିକ୍ଷଣ ଦେଉଛନ୍ତି ।

ଏହି ପ୍ରଶିକ୍ଷଣ ପାଇଁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ଏହି କୋର୍ସର ନାମାଙ୍କନ ପାଇଁ ବୟସ, ଧର୍ମ, ଯୋଗ୍ୟତା ତଥା କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ତେବେ ଏଠାରେ ଅଧିକ ସଂଖ୍ୟକ ମୁସଲମାନ ଝିଅଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରେମିକକୁ ଜେଲରୁ ମୁକୁଳାଇଲେ ପ୍ରେମିକା: ୭ ବର୍ଷ ପ୍ରେମ ପରେ ମନ୍ଦିରରେ ହେଲା ବିବାହ

ଭଦ୍ରକ: ଭଦ୍ରକ ଗ୍ରାମା ଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଂଟି ଗଡ଼ିଆ ଗ୍ରାମର ମନୋଜ ଓଝା। ଉଭୟେ ପଢୁଥିଲେ ପାଳିଆ ବିରଂଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ। ପାଠ ପଢା ସହିତ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ ସମ୍ପର୍କ। ଉଭୟେ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଥିଲେ।

ଦୀର୍ଘ ୭ ବର୍ଷ ଧରି ସୁନିତା ଓ ମନୋଜଙ୍କର ପ୍ରେମ ଚାଲିବା ପରେ ବିବାହକୁ ଅସ୍ୱୀକାର କରିବାରୁ ସୁନିତା ମନୋଜଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳ ଥାନାରେ ୨୦୧୯ ମସିହାରେ ଅଭିଯୋଗ କରିଥିଲେ। ପୁଲିସ ଦଫା ୩୭୬ରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ପରେ ମନୋଜ ଫେରାର ଥିଲେ। ମାତ୍ର ପୁଲିସ ଗତ ଜାନୁଆରୀ ୨୮ ତାରିଖରେ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ ଘର ଛାଡ଼ି ଭଦ୍ରକ ପଳେଇ ଆସିବା ସହ ଆସିୟାନାରେ ଆଶ୍ରୟ ନେଇଥିଲେ। ଆସିୟାନାର ସମ୍ପାଦିକା ସୋଫିଆ ସେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା ଏ ଦିଗରେ ବୁଝାସୁଝା କରି ଉଭୟ ପରିବାକୁ ଡାକି ଆଲୋଚନା କରିଥିଲେ। ଶେଷରେ ଉଭୟ ପରିବାର ବିବାହ ପାଇଁ ସମ୍ମତ ହୋଇଥିଲେ।

ଏ ସଂକ୍ରାନ୍ତରେ କୋର୍ଟକୁ ଅବଗତ କରାଯିବା ପରେ ମନୋଜ ଜାମିନ ପାଇଥିଲେ ଏବଂ ଆଜି ଉଭୟଙ୍କ ବିବାହ ଲୋକନାଥ ମନ୍ଦିରରେ ସମ୍ପନ୍ନ ହୋଇଛି। ଆସିୟାନାର ସମ୍ପାଦିକା ସୋଫିଆ ସେଖ୍‌, ପରିଚାଳନା କମିଟିର ସଦସ୍ୟା କସ୍ତୁରୀ ପଣ୍ଡା, ପରାମର୍ଶଦାତ୍ରୀ ଅନିମା ପଣ୍ଡା, ସଂଯୋଜକ ରିୟାଜ ଅହମ୍ମଦ, କର୍ମକର୍ତା ବିକାଶ ରାଉତ, ଶାନ୍ତିଲତା ସ୍ୱାଇଁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବିବାହ ହେବା ପରେ ବରକନ୍ୟାଙ୍କୁ ବରର ମାତାପିତା ଘରକୁ ପାଛୋଟି ନେଇ ଯାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିବାହ ପାଇଁ ଯୁବତୀ ରାଜି ନ ହେବାରୁ ଲାଇଭ୍ ଭିଡିଓ କରି ଯୁବକର ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ପ୍ରେମ ମାନେନା ବାଧା, ବନ୍ଧନ। ପ୍ରେମ ମାନେନା ଜାତି ଗୋତ୍ର। ଏଇ ପ୍ରେମ ପାଇଁ କେତେ ଯେ ପ୍ରେମିକ ପାଗଳ ବନିଛନ୍ତି ତାର ଇୟତା ନାହିଁ। ଏଇ ପ୍ରେମ ପାଇଁ କେଉଁଠି ପ୍ରେମିକ ଆତ୍ମ ହତ୍ୟା କରୁଛି ତ ଆଉ କେଉଁଠି ଯୁବତୀ ମଧ୍ୟ ଆତ୍ମହତ୍ୟା କରୁଛି। ସତରେ ଏଇ ଅଢେଇ ଅକ୍ଷର ପ୍ରେମ କେତେ ଯେ ଜୀବନ ନେଇଛି ତାର କଳନା ନାହିଁ। ସେମିତି ଏଇ ପ୍ରେମ ପାଇଁ ଜଣେ ଯୁବକ ଜୀବନ ହାରିଛି ବେକରେ ରଶି ଲଗାଇ।

ଘଟଣା ଘଟିଛି ରେଢାଖୋଲ ସବ୍‌ଡିଭିଜନର ଚାରମାଳ ଥାନା ଅଂଚଳରେ। ଗତକାଲି ରାତିରେ ଚାରମାଳ ଗ୍ରାମର ବିରେନ୍ଦ୍ର ଷଡଙ୍ଗୀ (୨୭)ନିଜ ପ୍ରେମିକାକୁ ଭିଡିଓ ଲାଇଭ କଲ୍ କରି ନିଜ ଘରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ପୋଲିସ୍ କହିଛି। ଏପରିକି ଚାରମାଳ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି। ଯୁବକ ଜଣଙ୍କ ବ୍ରାହ୍ମଣ ଜାତିର ହୋଇଥିବା ବେଳେ ଝିଅଟି ମୁସଲିମ୍ ସଂପ୍ରଦାୟର ଥିଲା। ପିଲାଟି ଝିଅକୁ ଏତେ ପରିମାଣରେ ଭଲ ପାଉଥିଲା ଯେ ନିଜ ହାତରେ ଝିଅର ନାମକୁ ଖୋଦିତ କରିଥିଲା।

ହେଲେ ଶେଷରେ ଝିଅର ଅନ୍ୟତ୍ର ବିବାହକୁ ନେଇ ପିଲାଟି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେବାକୁ ପଛାଇ ନ ଥିଲା। ଏନେଇ ଝିଅର ପରିବାର ବିରୁଦ୍ଧରେ ଯୁବକର ପରିବାର ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଅକୁ ଝିଅ ଘର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ପୂର୍ବରୁ ବିଧା ଗୋଇଠା ଆଦି ଅକଥନୀୟ ନର୍ଯ୍ୟାତନା ଦେଉଥିଲେ ବୋଲି ପୁଅର ପରିବାର ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ଚାରମାଳ ପୋଲିସ୍ ଏକ କେସ୍ ରୁଜୁ କରିଥିବା ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବିବାହ :  ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରି ପ୍ରଶଂସା ସାଉଁଟିଲେ ବାଣପୁରର ଜନୈକ ଦମ୍ପତି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବିବାହ ଦୁଇ ଆତ୍ମାର ପବିତ୍ର ମିଳନ । ସାଧାରଣତଃ ନବ ବିବାହିତା ଦମ୍ପତି ମାନେ ନିଜ ବିବାହରେ ଅନେକ କିଛି ଶୁଭ କାର୍ଯ୍ୟ କରିଥାନ୍ତି କିନ୍ତୁ ନିଜ ବିବାହରେ ରକ୍ତଦାନ ଶିବିର ଆୟୋଜନ ସହ ବୃକ୍ଷରୋପଣ କରିବା ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଶଂସନୀୟ । ଏପରି ନିଆରା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ର ନବ ବିବାହିତା ଦମ୍ପତି ବିଘ୍ନରାଜ ବେହେରା ଏବଂ କଳ୍ପନା ବେହେରା ।

ବାଣପୁର ବ୍ଲକ ଅନ୍ତର୍ଗତ ପାଣ୍ଡିରିପଦର ଗ୍ରାମର ବିଘ୍ନରାଜ ଗତ ଦଶ ତାରିଖରେ କଳ୍ପନାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କୋଭିଡ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାରୁ ଉଭୟେ ନିଜ ବିବାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟ ପାଇଁ ମନସ୍ଥ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଉଭୟ ଦମ୍ପତି ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ରକ୍ତଦାନ ଅନୁଷ୍ଠାନ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ସଭାପତି ରଞ୍ଜନ ମହାପାତ୍ର ଏବଂ ସମ୍ପାଦକ ପଣ୍ଡିତ ବିନୟ ଭୂଷଣ ମିଶ୍ର ଙ୍କ ତତ୍ୱାବଧାନରେ ଉକ୍ତ ଶିବିରଟି ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଗ୍ରୀନ ଆର୍ମି ଓଡ଼ିଶାର କମାଣ୍ଡାଣ୍ଟ ଇନ ଚିଫ ଡ଼ା ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇଥିଲେ। ସମସ୍ତ ଅତିଥିମାନେ ବିଘ୍ନରାଜ ଏବଂ କଳ୍ପନା ଙ୍କ ଏପରି ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ବାଣପୁର ରେ କୌଣସି ବିବାହ ଉତ୍ସବରେ ଏପରି କାର୍ଯ୍ୟକ୍ରମ ପ୍ରଥମ ବୋଲି ମତ ରଖିଥିଲେ । ସମଗ୍ର ସମାଜ ଏହି କାର୍ଯ୍ୟକୁ ଅନୁସରଣ କରିବା କଥା ଏବଂ ଆଗାମୀ ଦିନରେ ସବୁ ବିବାହ ଉତ୍ସବରେ ରକ୍ତଦାନ ଶିବିର ପରି ପୁଣ୍ୟ କାର୍ଯ୍ୟ ହେଉ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ  ।

ଉକ୍ତ ଶିବିରରୁ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବି.ଏମ.ସି ବ୍ଲଡ଼ ବ୍ୟାଙ୍କ ତରଫରୁ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରାଯାଇଥିଲା ଯେଉଁଥିରେ ଡାକ୍ତର କଲ୍ୟାଣ କୁମାର ସରକାର, କୈବଲ୍ୟ ପ୍ରଧାନ, ସଂଘମିତ୍ରା ସ୍ୱାଇଁ, ଲିପକ ପାତ୍ର ଓ ପ୍ରକାଶ ଚନ୍ଦ୍ର ବରାଳ ଆଦି ଉପସ୍ଥିତ ଥିଲେ ।ପରିଶେଷରେ ଉକ୍ତ ଗ୍ରାମରେ ନବ ଦମ୍ପତି ଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଗୁଡିକୁ ସୁଚାରୁରୂପେ ସମ୍ପାଦନା କରିବା କ୍ଷେତ୍ରରେ କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ନବକିଶୋର ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଜ୍ୟୋତିଶଙ୍କର ଜଗଦେବ ଏବଂ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର କାର୍ଯ୍ୟକର୍ତା ସୀତାରାମ ଅଗ୍ରୱାଲ ଆଦି ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ

ପୁରୀ : କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀ ଯୋଡ଼ି । କରୋନା ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ତେବେ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରେମୀ ଯୁଗଳ । ମିଳିଥିବା ସୂଚନା ଅନୁସାରେ ଏହି ପ୍ରେମୀ ଯୋଡିଙ୍କ ନିଜ ଘର ପୁରୀ ଜିଲ୍ଲା ସଗଦା ଗ୍ରାମରେ। ଏହି ପ୍ରେମୀ ଯୁଗଳଙ୍କ ନାମ ହେଉଛି ସୌରଭ-ପିଙ୍କି । ଦୁହେଁ ଜାନୁଆରୀ ମାସରେ ଘର ଛାଡି ଗୁଜୁରାଟ ପଳାଇଥିଲେ । ତେବେ କରୋନା ବ୍ୟାପିବା ପରେ ସେମାନେ ଓଡ଼ିଶା ଫେରିଥିଲେ। ଗୁଜୁରାଟରୁ ଫେରି ସେମାନେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଦୁହେଁ 14 ଦିନିଆ କ୍ବାରେଣ୍ଟାଇନ୍‌ ଅବଧି ସମାପ୍ତ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଓଡ଼ିଶା ଛାଡି ଗୁଜୁରାଟ ପଳାଇଥିବାବେଳେ ସେଠାରେ ସୌରଭ ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିନ୍ତୁ ଲକ୍‌ ଡାଉନ୍‌ ପାଇଁ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା କାରଣରୁ ଚାକିରି ହରାଇ ଦୁହେଁ ନିଜ ଗ୍ରାମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୁହେଁ ଅହମ୍ମଦାବାଦରୁ ମେ 10କୁ ଫେରିଥିବାବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଦୁହିଁଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ସେମାନଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଥିଲା । ଅପରପକ୍ଷରେ ସୌରଭଙ୍କ ପ୍ରେମିକା ଗର୍ଭବତୀ ହୋଇଥିବାର ସୂଚନା ମିଳିଥିଲା । ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସଗଦା ଗ୍ରାମ କ୍ବାରେଣ୍ଟାଇନ୍‌ ସେଣ୍ଟରରେ 14 ଦିନ ରହିବା ପରେ ମେ 24ରେ ଦୁହେଁ ବିବାହ କରିଥିଲେ । ଦୁଇଜଣଙ୍କ ପରିବାର ସଦସ୍ୟ ଉପସ୍ଥିତ ନଥିବା ସ୍ଥଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ନିୟୋଜିତ ରହିଥିବା ଦୁଇ ଶିକ୍ଷକ ଏହି ପ୍ରେମୀଯୁଗଳଙ୍କ ଅଭିଭାବକ ରୂପେବ ବିବାହ କରାଇଥିଲେ । ତେବେ ସରପଞ୍ଚ, ଓ୍ବାର୍ଡ ସଦସ୍ୟ, ଆଶା କାର୍ଯ୍ୟକର୍ତ୍ତା ଓ ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମନେ ଅଂଶଗ୍ରହଣ କରି ବାହାଘରକୁ ସଫଳ କରାଇଥିଲେ ।