Categories
ଆଜିର ଖବର ଜାତୀୟ ଖବର

Breaking News: ବିମାନ ବନ୍ଦର ପ୍ରବେଶ ପଥରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

କୋଲକାତା: ଆଜି କୋଲକାତାସ୍ଥିତ ନେତାଜୀ ସୁବାଷଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିଆଁ ଲାଗିଛି। ଏହି ବିମାନ ବନ୍ଦରର ପ୍ରବେଶ ପଥରେ ନିଆଁ ଲାଗିଥିବାର ଜଣାପଡିଛି। ଆଜି ରାତି ପ୍ରାୟ ୯ଟା ୧୦ ମିନିଟ ବେଳକୁ ଏହି ନିଆଁ ଲାଗିଥିବାର ବିମାନ ବନ୍ଦର କର୍ତ୍ତୁପକ୍ଷ କହିଛନ୍ତି।

ତେବେ ନିଆଁ ଲାଗିବାର କିଛି ସମୟ ପରେ ଦମକଳ ବାହିନୀ ଆସି ଆୟତ କରିଛନ୍ତି। ଏଥିପାଇଁ ଛଅଟି ଦମ କଳ ନିୟୋଜିତ ହୋଇଥିଲେ। ନିଆଁ ଲାଗିବା କ୍ଷଣି ଯାତ୍ରୀମାନଙ୍କୁ ବାହାରକୁ ବାହାର କରି ଦିଆଯାଇଥିଲା। ଫଳରେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି।