Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜିଠାରୁ ଖୋଲିଲା ମା ବିରଜା ମନ୍ଦିର, କଟକଣା ଭିତରେ ଦର୍ଶନ

ଯାଜପୁର, ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ଆଜିଠାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି। କରୋନା ପାଇଁ ଦୀର୍ଘ ନଅ ମାସ ଧରି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। ତେବେ ଏହି ଦର୍ଶନ ସକାଳ  6ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଅନୁମତି ମିଳିବ।

ଏତେଦିନ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡ ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ କରାଯାଇଛି। ଭକ୍ତମାନେ ଧାଡିରେ ଯିବା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୁଷ ଓ ମହିଳାଙ୍କ ଧାଡି ମଧ୍ୟ ଅଲଗା କରାଯାଇଛି।

ଭକ୍ତମାନ ଚଣ୍ଡିମନ୍ଦିର ପାଖରେ ରହି ମାଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଭକ୍ତମାନେ ରହିବା ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

29ରୁ ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର : ଆସନ୍ତା 29ରୁ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର । ସକାଳ 6ରୁ ସନ୍ଧ୍ୟା 5 ଯାଏଁ ଦର୍ଶନ କରିପାରିବେ ଭକ୍ତ ବୋଲି ସୂଚନା ରହିଛି । ତେବେ ଗହଳି ଏଡାଇବାକୁ ଜାନୁଆରୀ 1,2 ଓ 3 ତାରିଖ ମନ୍ଦିର ବନ୍ଦ ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଗତ 23 ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲାଯାଇଛି । ପ୍ରଥମ ତିନିଦିନ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିଥିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । କାଲିଠୁ 7ଟି ଓ୍ଵାର୍ଡ ତଥା 2,3,6,9,11, 12,15 ନମ୍ବର ଓ୍ଵାର୍ଡର ବାସିନ୍ଦା ଦର୍ଶନ କରିବେ । ଏଥିପାଇଁ ଓ୍ଵାର୍ଡବାସୀଙ୍କୁ ପୌରପାଳିକା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ତିନି ଦିନ ପାଇଁ ସେବାୟତ ଓ ତାଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଏହାପରେ ପୁରୀ ସହରବାସୀ ଓ ଜାନୁଆରୀ 3ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏଥିପାଇଁ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।