ଆଜିଠାରୁ ଖୋଲିଲା ମା ବିରଜା ମନ୍ଦିର, କଟକଣା ଭିତରେ ଦର୍ଶନ

Published: Dec 29, 2020, 8:18 am IST

ଯାଜପୁର, ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ଆଜିଠାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି। କରୋନା ପାଇଁ ଦୀର୍ଘ ନଅ ମାସ ଧରି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। ତେବେ ଏହି ଦର୍ଶନ ସକାଳ  6ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଅନୁମତି ମିଳିବ।

ଏତେଦିନ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡ ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ କରାଯାଇଛି। ଭକ୍ତମାନେ ଧାଡିରେ ଯିବା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୁଷ ଓ ମହିଳାଙ୍କ ଧାଡି ମଧ୍ୟ ଅଲଗା କରାଯାଇଛି।

ଭକ୍ତମାନ ଚଣ୍ଡିମନ୍ଦିର ପାଖରେ ରହି ମାଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଭକ୍ତମାନେ ରହିବା ପାଇଁ ବାରଣ କରାଯାଇଛି।

Related posts