Categories
ଆଜିର ଖବର ଜାତୀୟ ଖବର

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ପାସ୍ ହେଲା ‘ୟୁନିଫର୍ମ ସିଭିଲ୍ କୋଡ୍’ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡ୍ ପ୍ରାଇଭେଟ ବିଲ୍ ଆଗତ କରାଯାଇଛି। ବିଜେପି ସାଂସଦ କିରୋଡିଲାଲ ମୀଣାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ଉପରେ ଗୃହରେ ହଙ୍ଗାମା ହୋଇଥିଲା। ତୀବ୍ର ବିତର୍କ ପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଶ୍ନ କରିଥିଲେ ଯେ, ଏହାକୁ କାହିଁକି ଉପସ୍ଥାପନ କରାଯାଇପାରିବ ନାହିଁ?

ଏହାକୁ ବନ୍ଦ କରିବାକୁ ବିରୋଧୀଙ୍କ ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ପ୍ରତ୍ୟାଖ୍ୟାନ କରିଛନ୍ତି। ପରେ ଏହାକୁ ୬୩ ଟି ଭୋଟ୍ ଦ୍ୱାରା ପାସ୍ ହୋଇଥିଲା, ଏବଂ ବିପକ୍ଷରେ ୨୩ ଟି ଭୋଟ ପଡିଥିଲା।

Categories
ବିଶେଷ ଖବର ବ୍ୟବସାୟ

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଆକ୍ରମଣ କରିଛନ୍ତି। ଏନେଇ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି।

ସେହିଭଳି ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।

ତେବେ ଏସବୁ ସତ୍ତ୍ୱେ ଆଜି ଗୃହରେ ୨୦୨୨-୨୩ ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହି ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନର ପ୍ରଚାରରେ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତରାଜ ମନ୍ତ୍ରୀ ଉକ୍ତ ବଜେଟ ଆଗତ କରିଛନ୍ତି। ତେବେ ମୋଟ ୧୬ ହଜାର ୮ ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି।

୧- କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା

୨- ପ୍ରଶାସନିକ ବ୍ୟୟ ୪ ହଜାର ୯୩୪ କୋଟି ଟଙ୍କା

୩- କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି ଟଙ୍କା

୪- ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୦୦ କୋଟି

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ମୌସୁମୀ ଅଧିବେଶନ: ୧୧ ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ। ଦ୍ଵିତୀୟ ଦିନର ପ୍ରାରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହୋ-ହାଲ୍ଲା କରିଥିଲେ। ସେହିଭଳି ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଗୃହରେ ହୋ-ହାଲ୍ଲା କରାଯାଇଥିଲା। ଫଳରେ ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଏହାପରେ ବାଚସ୍ପତି ଡା. ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ବାଚସ୍ପତି ଦେଲେ ଚେତାବନୀ

ନୂଆଦିଲ୍ଲୀ: ପେଗାସସ୍ ପ୍ରସଙ୍ଗ ଏବଂ କୃଷି ଆଇନ ପ୍ରସଙ୍ଗରେ ଉତ୍ତେଜନା କାରଣରୁ ସଂସଦର ମୌସୁମୀ ଅଧିବେଶନରେ ଗତିରୋଧ ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ସଂସଦ ଅଧିବେଶନ ଆରମ୍ଭ ହେବାର ସାତ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିରୋଧୀ ସାଂସଦଙ୍କ ଉତ୍ତେଜନା ଓ ବିରୋଧ ଯୋଗୁଁ ଅଧିକାଂଶ ସମୟ କାର୍ଯ୍ୟବାହୀ ବନ୍ଦ ରହୁଛି। ଆଜି ମଧ୍ୟ ଏହି ଉତ୍ତେଜନା କାରଣରୁ ଲୋକସଭାର ପ୍ରକ୍ରିୟା ରାତି ୧୧:୩୦ ପର୍ଯ୍ୟନ୍ତ ଏବଂ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୁଧବାର ମଧ୍ୟ ବିରୋଧୀଙ୍କ ଉତ୍ତେଜନା କାରଣରୁ ଲୋକସଭାକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଲୋକସଭାର ପ୍ରକ୍ରିୟା ଚାଲିଥିବା ବେଳେ ବିରୋଧୀ ଲୋକସଭାରେ ବାଚସ୍ପତିଙ୍କ ଚେୟାର ଉପକୁ କାଗଜ ଖଣ୍ଡ ଫିଙ୍ଗିଥିଲେ।

ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହରେ ଏକ କଡା ବାର୍ତ୍ତା ଦେଇଛନ୍ତି। ହଙ୍ଗାମା ସୃଷ୍ଟି କରିଥିବା ସାଂସଦମାନଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ, ଆମକୁ ଗୃହର ସମ୍ମାନ ବଜାୟ ରଖିବାକୁ ହେବ। ସଦସ୍ୟମାନେ ସେମାନଙ୍କର ଆଚରଣ ଏବଂ ଉଚ୍ଚାରଣରେ ସୀମା ମନେ ରଖିବା ଉଚିତ୍। ଯଦି ସୁସ୍ଥ ପରମ୍ପରାକୁ କେହି ଭାଙ୍ଗିବାକୁ ଚେଷ୍ଟା କରିବ, ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଲୋକସଭା ବାଚସ୍ପତି ପଚାରିଛନ୍ତି, ଗତକାଲିର ଘଟଣା କଣ ଉଚିତ ଥିଲା? ସାମୂହିକ ଭାବରେ ନିର୍ଣ୍ଣୟ ନେବା ଆବଶ୍ୟକ, ଯାହାଫଳରେ ଗଣତନ୍ତ୍ର ମଜଭୁତ ରହିବ। କାରଣ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରନ୍ତି।

ଯେତେବେଳେ ରାଜ୍ୟସଭାର ପ୍ରକ୍ରିୟା ସକାଳ ୧୧ ଟାରୁ ଆରମ୍ଭ ହୋଇଥିଲା, ସେତେବେଳେ ଚେୟାରମ୍ୟାନ୍ ଭେଙ୍କୟା ନାଇଡୁ ସଦସ୍ୟମାନଙ୍କୁ କହିଥିଲେ ଯେ ଦୟାକରି ଗୃହକୁ ବ୍ୟାଘାତ କରନ୍ତୁ ନାହିଁ। ଅଧ୍ୟକ୍ଷ ଟେବୁଲ ଉପରେ ଆବଶ୍ୟକୀୟ ଦଲିଲ ରଖିଥିଲେ। ଏହା ପରେ ସେ କହିଛନ୍ତି ଯେ ସେ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟ, କଂଗ୍ରେସର ରିପୁନ ବୋରା, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ଏବଂ ବିଶ୍ୱମ୍ଭର ପ୍ରସାଦ ନିଶାଦ, ରାଷ୍ଟ୍ରୀୟ ଜନତା ଦଳର ମନୋଜ କୁମାର ଝା, ବାମପନ୍ଥୀ ଇଲାମାରମ କରିମ ଏବଂ ବିନୟ ବିଶ୍ଵମଙ୍କ ପକ୍ଷରୁ ୨୬୭ ନିୟମ ଅନୁଯାୟୀ ବିଜ୍ଞପ୍ତି ମିଳିଛି। ବାଚସ୍ପତି କହିଛନ୍ତି ଯେ ସେ ଏହି ବିଜ୍ଞପ୍ତିଗୁଡିକୁ ଦେଖିଛନ୍ତି ଏବଂ ଏହା ଗ୍ରହଣୀୟ ନୁହେଁ। ଏହା ପରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ସେମାନଙ୍କୁ ନିଜ ନିଜ ଆସନକୁ ଜେବା ପାଇଁ ବାଚସ୍ପତି ନିବେଦନ କରିଥିଲେ। ଏହି ସମୟରେ ବିରୋଧୀ ସାଂସଦଙ୍କ ହୋ-ହଲ୍ଲା ଜାରି ରହିଥିଲା ​​ଏବଂ ପରେ ଗୃହକୁ ଦିନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ପଡିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ କରାଗଲା ମୁଲତବୀ: ତୃଣମୂଳ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ  ସୂଚାରୁ ରୂପେ ଚାଲିପାରିନାହିଁ। ଗୁରୁବାର ପରେ ଆଜି ମଧ୍ୟ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ମୁଲତବୀ କରିବାକୁ ପଡ଼ିଲା। ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ସମେତ ବିଭିନ୍ନ ଦଳର ସଦସ୍ୟଙ୍କ ବିରୋଧ ଯୋଗୁଁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କୁ ଗତକାଲିର ଖରାପ ଆଚରଣ ପାଇଁ ରାଜ୍ୟସଭାରୁ ବାଚସ୍ପତି ଏମ ଭେଙ୍କେୟା ନାଇଡୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଶାନ୍ତନୁଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ଫଳରେ ୧୨ ଟା ପରେ ଏହି କାରଣରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତେଣୁ ରାଜ୍ୟସଭାର କାର୍ଯ୍ୟକୁ ପୁନର୍ବାର ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଅଧିବେଶନ ଆରମ୍ଭ ହେବ ମାତ୍ରେ ବିରୋଧୀ ଦଳ ହୋ-ହାଲ୍ଲା ଆରମ୍ଭ କରିଦେଇଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ପୁଣିଥରେ ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି। ମଣ୍ଡିରୁ ଧାନ ଉଠୁନଥିବାରୁ ସେମାନେ ସରକାରକୁ ବିରୋଧ କରି ହୋ-ହଲ୍ଲା କରିଛନ୍ତି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।