Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ ବିଶ୍ୱ ନିମୋନିଆ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି। ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲ୍‌ରେ ଭର୍ତ୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା।

ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନିମୋନିଆ ଦିବସ ପାଳନ

ରମେଶ ମହାନ୍ତି
ଜଗତସିଂହପୁର: ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ
ବିଶ୍ୱ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର ଠାରେ ପାଳିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟା ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ନିମୋନିଆକୁ ଯେତେ ଶୀଘ୍ର ଗୋଷ୍ଠୀ ସ୍ତରରେ ଚିହ୍ନଟ କରି ଚିକିତ୍ସା କରାଗଲେ ଶିଶୁଟି ସୁସ୍ଥ ରହିବା ସହିତ ଶିଶୁ ମୃତ୍ୟୁ ସଂଖ୍ୟା ହାର କମ୍ ହୋଇ ପାରିବ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ନଭେମ୍ବର ୧୨,୨୦୨୦ ଠାରୁ ଆରମ୍ଭ ହୋଇ ଫେବୃୟାରୀ
୨୮, ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟରେ ଆଶାକର୍ମୀ, ଏ.ଏନ୍‌.ଏମ୍ ଓ ଡାକ୍ତର ମାନଙ୍କର ବିଶେଷ ଉୂମିକା ରହିଛି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ଡା.ପ୍ରମୋଦ କୁମାର ବାରିକ, ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ ଶ୍ରୀମତୀ ସଚଳା ମହାନ୍ତି ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଷ୍ଟାଫନର୍ସ ଇନ୍‌ଚାର୍ଯ୍ୟ ଜ୍ୟୋତିର୍ମୟୀ ସାହୁ, ଆସିଷ୍ଟାଣ ମ୍ୟାନେଜର ଆଶା ଅମିତା ପଣ୍ଡା, ଆସିଷ୍ଟାଣ୍ଡ ମ୍ୟାନେଜର ଗାଁ କଲ୍ୟାଣ ସମିତି,ସୁଜାତା ପ୍ରିୟମ୍ବନ୍ଦା ଦାସ, ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ସୁକାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।