ସମ୍‌ରେ ବିଶ୍ୱ ନିମୋନିଆ ଦିବସ ପାଳିତ

Published: Nov 12, 2021, 6:11 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି। ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲ୍‌ରେ ଭର୍ତ୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା।

ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା।

Related posts