Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ: ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ୱର: ଉତ୍ତମ ରୋଗୀ ସେବା କ୍ଷେତ୍ରରେ ସବୁବେଳେ ଆଗଧାଡ଼ିରେ ରହି ନୂତନ ଜ୍ଞ୍ୟାନ କୌଶଳ ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ରଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି। ପୂର୍ବାଂଚଳର ପ୍ରଥମ ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍‌ରେ ପ୍ରତିଷ୍ଠା କରାଯାଇଛି।

ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍‌ରେ ଏହି ମେସିନ୍‌ର ପ୍ରତିଷ୍ଠା କରାଯାଇଥିବା ହସପିଟାଲର ପାଥୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁମାର ଭୋଳ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେକ୍ସ ରୁଲ ମାଧ୍ୟମରେ ଷ୍ଟେନିଂ ମଧ୍ୟ କରାଯିବ।ଅଟୋମେଟେଡ ଡ଼ିଜିଟାଲ ମାଇକ୍ରୋସ୍କୋପ ଦ୍ୱାରା ରକ୍ତ ନମୂନାରେ ଥିବା ସମସ୍ୟାକୁ ଚିହ୍ନଟ କରିହେବ ବୋଲି ସେ କହିଛନ୍ତି।

ସିବିସି ପରୀକ୍ଷା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଡିଜିଟାଲ ପାଥୋଲୋଜି ସେଲାଭିଜନ ସ୍ଥାପନ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦ୍ୱାରା ମାଇକ୍ରୋସ୍କୋପି ସ୍ଲାଇଡ ରିଭ୍ୟୁ ପ୍ରୋସେସକୁ ଦ୍ରୁତ ଓ ସରଳ କରିବା ସହ ଏହାର ଫଳାଫଳ ମଧ୍ୟ ଠିକ୍ ଭାବେ ବାହାରି ପାରିବ ବୋଲି ଡ. ଭୋଳ କହିଛନ୍ତି।

ଏହି ଆନାଲାଇଜର ଦ୍ୱାରା ଷ୍ଟେମ ସେଲ କାଉଂଟ ମଧ୍ୟ ହୋଇପାରିବ ଯାହାକି ବୋନ ମ୍ୟାରୋ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ସାହାଯ୍ୟ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଡିଜିଟାଲ ଏବଂ ଭର୍ଚୁଆଲ ମାଇକ୍ରୋସ୍କୋପି ଉପରେ ଦୃଷ୍ଟି କେନ୍ଦ୍ରିଭୂତ ହେବ।

ଏହି ନୂଆ ମେସିନ୍‌ଟି ଶୁକ୍ରବାର ଦିନ ହସପିଟାଲରେ ଉଦଘାଟନ କରାଯାଇଥିବାବେଳେ ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ ସମ୍ ହସପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଂଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡ. ରାଜେଶ ଲେଙ୍କା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ ଏବଂ ସମ୍ ସେଂଟ୍ରାଲ
ଲବୋରେଟୋରୀର ମୁଖ୍ୟ ପ୍ରଫେସର ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଅନେକ ଗୁଡିଏ ରକ୍ତ ପରୀକ୍ଷା ନମୁନା ଖୁବ୍ ଶୀଘ୍ର ହେବା ସହ ସଠିକ୍ ଏବଂ ନିର୍ଭୁଲ ହେବ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆଇଏମଏସ ଓ ସମ୍ ହସପିଟାଲରେ ପ୍ରତିଷ୍ଠା କରିବା ଦିଗରେ ଡ. ଭୋଳଙ୍କ ସମେତ ତାଙ୍କ ଟିମ୍‌ର ସଦସ୍ୟ ଡ. ସରିତା ପ୍ରଧାନ, ଡ. ରିପୂଞ୍ଜୟ ମହାନ୍ତି, ଡ. ରାକା ହୋତା, ଡ. ଗାୟତ୍ରୀ ବେହେରା ଓ ଡ. ସଞ୍ଜିତା ହଜାରୀଙ୍କ ସମେତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଲ୍ୟାବ ଟେକନିସିଆନ ଓ କର୍ମଚାରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ ବିଶ୍ୱ ନିମୋନିଆ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି। ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲ୍‌ରେ ଭର୍ତ୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା।

ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତ୍ତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ। ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ହ ସପିଟାଲ ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏହି ମତ ରଖିଛନ୍ତି ବିଶେଷଜ୍ଞ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତମାନ ସମୟରେ ସହଜ ହୋଇ ପଡ଼ିଥିବା ବେଳେ ରୋଗୀଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତମାନ ଉପଲବ୍ଧ ହୋଇ ପାରୁଛି ବୋଲି ଏହି ଅବସରରେ କ୍ୟାନସର ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲ ମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର।

 

ସମ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସଚୀ ମିଶ୍ର। କୋଭିଡ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଥିବା ସବ୍ୟସଚୀ ନିଜ ବକ୍ତବ୍ୟରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ “ଆଶାର ଦୂତ” ବୋଲି ଅଭିହିତ କରିଥିଲେ। ଏହି ଦୂତ ମାନେ ଅନ୍ୟ ରୋଗୀମାନଙ୍କ ମନରେ କ୍ୟାନସର ଭଳି ରୋଗ ସହ ଲଢ଼ି ତାକୁ ପରାସ୍ତ କରିବାପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରନ୍ତୁ ବୋଲି ମତ ଦେଇଥିଲେ।

ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କ୍ୟାନସର ନିରାକରଣ ପାଇଁ ଆଗୁଆ ଚିହ୍ନଟ ଜରୁରୀ ବୋଲି ସହମତି ପ୍ରକାଶ କରିବା ସହ ସମ୍ ହସପିଟାଲରେ ଏହି ରୋଗର ଚିହ୍ନଟ ଓ ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସୂଚନା ଦେଇଥିଲେ।

କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସୋଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଏବଂ କୋଭିଡ କେୟାର ସେଂଟର ଆରମ୍ଭ କରାଯାଇ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଏହି ମହତ୍ କାର୍ଯ୍ୟ ନିମନ୍ତେ ସମ୍ ହସପିଟାଲର ଡାକ୍ତର, ନର୍ସ ଏବଂ ପାରା ମେଡିକ୍ସ ମାନଙ୍କୁ ପ୍ରଫେସର ସାମନ୍ତସିଂହାର ଶୁଭେଚ୍ଛା ଜଣାଇଥିଲେ। ସମ୍ ହସପିଟାଲର ଏହି କୋଭିଡ ଯୋଦ୍ଧା ମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିବା ସହ ମହାମାନବ ବୋଲି ଅଭିହିତ କରିଥିଲେ।

ଏହି ଅବସରରେ ହସପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସୁନିଲ୍ ଅଗ୍ରୱାଲ ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସରୋଜ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ। ଡ. ଅଗ୍ରୱାଲ କହିଥିଲେ ଯେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କଣ ଚିନ୍ତା କରୁଛନ୍ତି ସେ ଦିଗରେ ସଚେତନ ହେବା ଜରୁରୀ।