Categories
ଆଜିର ଖବର ରାଜ୍ୟ ଖବର

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଡିଏନ୍‌ଏରୁ ସ୍ପଷ୍ଟ ହେଲା ସୀମାଞ୍ଜଳ ମୃତ

ଭୁବନେଶ୍ବର : ଡିଏନ୍‌ଏ ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡା ମୃତ ବୋଲି ସ୍ପଷ୍ଟ ସୂଚନା ମିଳିଛି ।  ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଡିଏନ୍‌ଏ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର । ଅନ୍ୟକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଡିଏନ୍‌ଏ ରିପୋର୍ଟରେ ତଥ୍ୟ ନାହିଁ । ସଂଗୃହୀତ ମାଂସ ଖଣ୍ଡର ଡିଏନ୍‌ଏ ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସୀମାଞ୍ଚଳଙ୍କୁ ମିଶାଇ ଏଯାବତ 2 ଜଣଙ୍କ ମୃତ୍ୟୁ ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

ପଥର ଖାଦାନରେ ବିସ୍ଫୋରଣ : ତିନି ମୃତ, ଛଅ ଗୁରୁତର

ଗୁଣୁପୁର : ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ତିନି ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଶ୍ରମିକ ଥିବାର ସୂଚନା ରହିଛି । ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ପଥର ଫୁଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା  : ଏବେ ବି ମିଳୁନି ଜଣକର ପତ୍ତା

ଭୁବନେଶ୍ବର : ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ନିଖୋଜ ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡା ନାମକ ବ୍ୟକ୍ତି ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ସୀମାଞ୍ଚଳଙ୍କ ଭଉଣୀ । ଗଞ୍ଜାମ ଜିଲ୍ଲଶ ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ଘର । ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି। ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ ଗୁରୁତର ଦୁଇ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଭୋରରୁଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା : ଜଣେ ମୃତ

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି  ବୋଲି ସୂଚନା ଦେଇଛନ୍ତି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା  । ଗତକାଲି ଦୁଇ ଗୁରୁତରଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତକ ଜଣଙ୍କ ହେଲେ ସତ୍ୟ ନାୟକ।  37 ବର୍ଷୀୟ ସତ୍ୟ ନାୟକଙ୍କ ଶରୀରର ୬୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଘର ଗଞ୍ଜାମ ଜିଲା ଆସିକାର ରଘୁନାଥନଗର ଅଞ୍ଚଳରେ ବୋଲି ସୂଚନା ରହିଛି । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଗୁରୁତରଙ୍କ ଦୁଇଟି ଯାକ ଆଖିରେ ଆଘାତ ଲାଗିଛି ।