Categories
ଜାତୀୟ ଖବର ବିଶେଷ ଖବର

ବିଶାକ୍ତ ମଦ ମୃତ୍ୟୁ ମାମଲରେ 9 ଜଣଙ୍କୁ ଫାଶି ଦଣ୍ଡ, 4 ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗୋପାଳଗଞ୍ଜ: ବିଷାକ୍ତ ମଦ ମୃୁତ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା 13 ଜଣଙ୍କ ମଧ୍ୟରୁ ନଅ ଜଣଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରାଯାଇଛି। ଅନ୍ୟ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବିହାରର ଗୋପାଳଗଞ୍ଜ ଜିଲ୍ଲାର ଏକ କୋର୍ଟ ପ୍ରାୟ ସାଢେ ଚାରି ବର୍ଷ ପୂର୍ବର ଏହି ମାମଲାର ରାୟ ପ୍ରକାଶ କରିଛନ୍ତି।

ଏହି ଦୁର୍ଘଟଣାରେ 19 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଦୃଷ୍ଟି ଶକ୍ତି ହରାଇଛନ୍ତି।  ଓକିଲ ରବି ଭୂଷଣ ଶ୍ରୀବାସ୍ତବ କହିଛନ୍ତି ଯେ ଅତିରିକ୍ତ ଜିଲ୍ଲା ଜଜ୍ (II) ଲବ କୁଶ କୁମାର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 13 ଜଣଙ୍କ ମଧ୍ୟରୁ 9 ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ବ୍ୟକ୍ତିମାନେ ଅଗଷ୍ଟ 2016 ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସ୍ୱତନ୍ତ୍ର ପବ୍ଲିକ୍ ଓକିଲ ରବି ଭୂଷଣ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ମାମଲାରେ ସମୁଦାୟ 14 ଜଣ ଅଭିଯୁକ୍ତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣେ ବିଚାର ପ୍ରକ୍ରିୟାରେ ମୃତ୍ୟୁବରଣ କରିଥିଲେ। ଫାଶୀ ଦଣ୍ଡାଦେଶ ଶୁଣାଯାଇଥିବା ବ୍ୟକ୍ତିମାନେ ହେଲେ ଛଠୁ ପାସି, କାହ୍ନା ପାସି, ନାଗିନା ପାସି, ଲାଲବାବୁ ପାସି, ରାଜେଶ କୁମାର, ସଞ୍ଜୁ କୁମାର, ସଞ୍ଜୟ ଚୌଧୁରୀ, ରଣଜିତ ଚୌଧରୀ ଏବଂ ମୁନ୍ନା ଚୌଧରୀ ଅଛନ୍ତି।

ଅଗଷ୍ଟ 16, 2016 ରେ ଜିଲ୍ଲାର ଖଜୁରବାନୀ ଅଞ୍ଚଳରେ ବିଷାକ୍ତ ମଦ ଖାଇବା ପରେ 19 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରି ଜଣଙ୍କର ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ଘଟଣାର ଚାରି ମାସ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ମଦ ବିକ୍ରି ଏବଂ ମଦ ପିଇବାକୁ ନିଷିଧ କରିଥିଲେ।

ଏହି ମାମଲା ପରେ ଅନେକ ବିବାଦ ଦେଖାଦେଇଥିଲା, ଯାହା ପରେ ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଖଜୁରବାନୀରେ ବେଆଇନ ମଦ ବ୍ୟବସାୟ ସହ ଜଡିତ ପ୍ରାୟ 25-30 ବସ୍ତି ଉପରେ ଚଢାଉ କରାଯାଇ 500 ଲିଟରରୁ ଅଧିକ ମଦ ଜବତ କରାଯାଇଥିଲା।