Categories
ଆଜିର ଖବର ଜାତୀୟ ଖବର

ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପୂର୍ବତନ ମହାନିର୍ଦ୍ଦେଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଡ. ବି ଏସ ଅରୁଣାଚଲମଙ୍କ ବିୟୋଗ ବୈଜ୍ଞାନିକ ସମୁଦାୟ ଏବଂ ରଣନୀତିକ ବିଶ୍ୱରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ତାଙ୍କର ଜ୍ଞାନ, ଗବେଷଣା ପ୍ରତି ପ୍ରଗାଢ଼ ଉତ୍ସାହ ଏବଂ ଭାରତର ସୁରକ୍ଷା କ୍ଷମତାକୁ ମଜଭୁତ କରିବାରେ ସମୃଦ୍ଧ ଯୋଗଦାନ ନିମନ୍ତେ ତାଙ୍କର ଯଥେଷ୍ଟ ପ୍ରଶଂସା କରାଯାଇଛି। ତାଙ୍କ ପରିବାର ଏବଂ ଶୁଭଚିନ୍ତକମାନଙ୍କ ପ୍ରତି ସମବେଦନା। ଓମ ଶାନ୍ତି।’’

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗ

ଭୁବନେଶ୍ୱର: ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ୬ ତାରିଖ ସକାଳେ ପରଲୋକ ହୋଇଯାଇଛି। ତାଙ୍କର ପରଲୋକରେ ସମଗ୍ର ଶ୍ରମିକ ସମାଜ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୪୪ ମସିହାରେ ଜନ୍ମଲାଭ କରିଥିବା ସ୍ୱର୍ଗତ ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଆନ୍ଦୋଳନରେ ଜଡ଼ିତ ରହି ପରବର୍ତ୍ତୀ ସମୟରେ ଶ୍ରମିକ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରି ଚାଲିଥିଲେ। ନିଜର ନିଃସ୍ୱାର୍ଥପରତା, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟପଣ ଯୋଗୁ ବିଭିନ୍ନ ସମୟରେ ଓଡ଼ିଶା ନିର୍ମାଣ କଲ୍ୟାଣ ବୋର୍ଡ, ଓଡ଼ିଶା ବିହନ ନିଗମ, ଓଡ଼ିଶା ନିର୍ମାଣ ମଜଦୁର ସଭା ପ୍ରତିଷ୍ଠତା, ଓଡ଼ିଶା ବିଡ଼ି ଶ୍ରମିକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ, ଢେଙ୍କାନାଳ ମେହେନ୍ତର ଓ ପୌର ପରିଷଦ କର୍ମଚାରୀ ସଂଘର ସଭାପତି ଭଳି ବହୁ ପଦବୀରେ ରହି ଶ୍ରକିମାନଙ୍କ ହିତରେ କାର୍ଯ୍ୟ କରିଚାଲିଥିଲେ। ରାଜନୀତି କ୍ଷେତ୍ରରେ ମଧ୍ୟ ପୂର୍ବତନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳରେ ରାଜ୍ୟଶାଖାର ଉଚ୍ଚପଦବୀରେ ରହି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ।

ତାଙ୍କର ବିୟୋଗରେ ଏଚ୍‌.ଏମ୍‌.ଏସ୍ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ମହିଳା ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ସଂଯୁକ୍ତା ମହଲ, ଯୁବ ସଭାପତି ବିଜୟ ପତି, ହିନ୍ଦ୍ ମଜଦୁର ସଭାର ମେଡ଼ିଆ ସେଲ୍‌ର ରାଜ୍ୟ ସଂଯୋଜକ ମନୋଜ ବାରିକ ପ୍ରମୁଖ ଶୋକପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ଗାଈ ଚରାଳିରୁ ଯୁବବୈଜ୍ଞାନିକ ହୋଇଥିବା ଶେଷ କିସାନଙ୍କ ଭଉଣୀଙ୍କର ଅକାଳ ବିୟୋଗ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଯୁବ ବୈଜ୍ଞାନିକ ଶେଷ କିସାନଙ୍କର ଭଉଣୀଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା ରୋଗାଗ୍ରସ୍ତଥିଲେ। ଯୁବ ବୈଜ୍ଞାନିକ ଶେଷ କିସାନ ଜଣେ ଗରିବ ଆଦିବାସୀ କିସାନ ପରିବାରର ହୋଇ ମଧ୍ୟ ସେ ଆଜି ଜର୍ମାନୀରେ ବୈଜ୍ଞାନିକ ଭାବରେ କାମ କରୁଛନ୍ତି। ଛୋଟ ସମୟରୁ ନିଜର ମାଆଙ୍କୁ ହରାଇଥିବା ବେଳେ କଲେଜ ପଢୁଥିବା ସମୟରେ ବାପାଙ୍କୁ ହରାଇଥିଲେ। ଏବେ ପୁଣି ତାଙ୍କର ବଡ ଭଉଣୀ ଅଞ କିସାନଙ୍କୁ ହରାଇଛନ୍ତି। ଗାଈ ଚରାଳିରୁ ବୈଜ୍ଞାନିକ ହୋଇ ସାରା ଭାରତ ବର୍ଷରେ ସେ ଚର୍ଚ୍ଚିତ ହୋଇଥିଲେ ଏବଂ କିଛି ବର୍ଷ ହେଲା । ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ହେଲେ ସେ ଆଜି ପରିବାରର ବାପା. ମା ଓ ଭଉଣୀଙ୍କୁ ହରାଇ ମ୍ରିୟମାଣ ହୋଇ ପଡିଛନ୍ତି। ବୈଜ୍ଞାନିକ ଶେଷ କିସାନ ଏବେ ଜର୍ମାନୀରେ ଥିବାରୁ ତାଙ୍କ ଭଉଣୀ ଙ୍କ ପାଖକୁ ମଧ୍ୟ ପହଂଚିପାରି ନାହାନ୍ତି। ଏପରିକି ସାରା ଦେଶରେ ଲକ୍ ଡାଉନ୍ ଯୋଗୁ ସେ ମଧ୍ୟ ଜର୍ମାନରୁ ଆସି ପାରି ନାହାନ୍ତି।