Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗିଆ ଚୋଟରେ ଯୁବକର ବାହାରିଲା ଅନ୍ତ ବୁଜୁଳା: ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ରେଢ଼ାଖୋଲ: ନଦୀକୁ ଶୌଚ ପାଇଁ ଯାଉଥିଲା ବେଳେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ଯୁବକଙ୍କର ଅନ୍ତ ବୁଜୁଳା ବାହାରି ପଡିବା ଭଳି ଘଟଣା ଘଟିଛି। କିସିଣ୍ଡା ଥାନା ବ୍ରାହ୍ମଣୀପାଲି ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁୁରୁତର ଆହତ ବ୍ୟକ୍ତିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ହସ୍ତଗତ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ପାଣିଗ୍ରାହୀପାଲି ଗ୍ରାମର ହରି କଂସରିଆ ନାମକ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସହ ବ୍ରାହ୍ମଣିପାଲି ଗ୍ରାମରେ ଏକ ଇଟାଭାଟିରେ କାମ କରୁଥିଲେ। ହେଲେ ଆଜି ସକାଳୁ ବ୍ରାହ୍ମଣିପାଲି ଗ୍ରାମର ବାଇଧର ଶବର ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ହରି ଆଜି ସକାଳ ପ୍ରାୟ ୬ଟା ବେଳେ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ।

ନଦୀକୁ ଶୌଚ ହେବା ପାଇଁ ଗ୍ରାମର ସନୁ ଶବର ନାମକ ଜଣେ ବ୍ୟକ୍ତିଙ୍କ ଘର ଦେଇ ଯାଉଥିବା ବେଳେ ଘର ସମ୍ମୁଖରେ ଏକ ଟାଙ୍ଗିଆ ଧରି ଛିଡା ହୋଇଥିବା ସନୁ ଶବର ହଠାତ୍ ଅତର୍କିତ ଭାବେ ହରି କଂସରିଆର ପେଟକୁ ଟାଙ୍ଗିଆରେ ହାଣିଦେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣା ପଡ଼ିଛି। ପେଟରେ ହାଣି ଦେବାରୁ ହରି କଂସରିଆର ଅନ୍ତବୁଜୁଳା ବାହାରି ପଡିଥିଲା। ଗ୍ରାମବାସୀ ହରି ର ସ୍ତ୍ରୀଙ୍କୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଦ୍ବାରା ରକ୍ତଜୁଡୁବୁ ଗୁରୁତର ଅବସ୍ଥାରେ ହରିକୁ ବୁର୍ଲା ଡାକ୍ତରଖାନାକୁ ପଠା ଯାଇଥିଲା।

ଖବର ପାଇ କିସିଣ୍ଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସନୁ ଶବରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ତେବେ କଣ ପାଇଁ ଏପରି କାଣ୍ଡ ହେଲା ଜଣା ପଡ଼ିନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଡ ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତୈଲା ଗ୍ରାମରେ ଜନୈକ ଯୁବକକୁ ମାଡ ମାରି ହତ୍ୟା କରାଯାଇଥିବା ପୋଲିସ୍ କହିଛି। ମୃତ ଯୁବକ ଜଣକ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଧଳତୈଲା ଗ୍ରାମର ଅରକ୍ଷିତ ମହାକୁଡ଼ (୩୫) ବର୍ଷ ବୋଲି ଜଣା ଯାଇଛି।

ସୂଚନା ଅନୁସାରେ ଅରକ୍ଷିତ ଗତକାଲି ପ୍ରାୟ ଅପରାହ୍ନ ୪ଟା ସମୟରେ ନିଶା ସେବନ କରି ଘରେ ଆସି ପାଟିତୁଣ୍ଡ କରୁଥିଲା। ପାଟିତୁଣ୍ଡ କରୁଥିବା ସମୟରେ ପଡୋଶୀ ବିରେନ ପ୍ରଧାନ ନାମକ ଯୁବକ ଅରକ୍ଷିତ ଘରକୁ ଯାଇ ମାଡ ମାରିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲା।

ତେବେ ପରିବାର ଲୋକେ ତୁରନ୍ତ ଅରକ୍ଷିତକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା ନେବାବେଳେ ଶକ୍ରବାର ସଂଧ୍ୟାରେ ବୁର୍ଲା ନେବା ବାଟରେ ଯୁବକର ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ ଅରକ୍ଷିତର ସ୍ତ୍ରୀ ଭାରତୀ ମହାକୁଡ଼ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବୁର୍ଲା ଯାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତ ନାଁରେ କେସ ନଂ ୧୭/୨୩ରେ ୩୦୨ଦଫାରେ ହତ୍ୟା ମାମଲା ରୁଜୁ କରିଥିବା ପୋଲିସ ପ୍ରକାଶ କରିଛି।  ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା କିସିଣ୍ଡା ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାରହା ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ଚାରମାଳ ରେଞ୍ଜ ହେଲେଇ ଗ୍ରାମରେ ଜଣେ ବ୍ୟକ୍ତି ବାରହା ଆକ୍ରମଣରେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ରେଞ୍ଜ ହେଲେଇ ଗ୍ରାମର ଧରଣୀଧର ଧଳ ପୋଖରୀକୁ ଶୌଚ ହେବା ପାଇଁ ଯିବା ସମୟରେ ଏକ ଜଙ୍ଗଲୀ ବାରହା ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଗୋଡ, ହାତରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି। ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ରେଢାଖୋଲ ଡାକ୍ତରଖାନା ଏବଂ ପରେ ପରେ ବୁର୍ଲାଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକର ଠେଙ୍ଗା ମାଡରେ ୩ ଆହତ, ୨ ଜଣ ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଜଣେ ଯୁବକର ଠେଙ୍ଗା ମାଡରେ ୩ ଜଣ ଆହତ ହେବା ସହ ବୁର୍ଲା ଡାକ୍ତରଖାନାରେ ଚିକିସ୍ତ୍ରାଧିନ ଥିବା ବେଳେ ଅଭିଯୁକ୍ତକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଗତ ୨୬ ତାରିଖ ସଂଧ୍ୟାରେ ଗ୍ରାମର ଅମିତ୍ ମିଦ୍ଧା ନାମକ ଯୁବକ କୌଣସି କାରଣରୁ ପଡୋସୀ ଉପାସୀ ନାଏକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଠିକ୍ ସେଇ ସମୟରେ ଉପାସୀ ନାଏକର ଶାଶୂ କୁନି ନାଏକ ଓ ଶ୍ୱଶୁର କାର୍ତ୍ତିକ ନାଏକ ନିଜର ବୋହୁର ଜୀବନ ରକ୍ଷା ପାଇଁ ଉଦ୍ୟମ କରି ନିଜେ ମଧ୍ୟ ଠେଙ୍ଗା ମାଡରୁ ବର୍ତ୍ତି ପାରି ନ ଥିଲେ। ସେମାନଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଉପାସୀ ନାଏକଙ୍କ ହାତ ଭାଙ୍ଗି ଯାଇଛି। ସେମାନଙ୍କୁ ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇ ପ୍ରଥମେ ପ୍ରାଥମିକ ଚିକିିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କାର୍ତ୍ତିକ ନାଏକ ଓ କୁନି ନାଏକକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ରେଢାଖୋଲ ଥାନା କେସ୍ ନଂ ୨୨୮/୨୬/୧୨/୨୦୨୦ ୟୁ/ଏସ୍ ୩୪୧/୨୯୪/୩୨୩/୩୨୫/୩୦୭/୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅମିତ୍ ନାଏକକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣିଗାରେଡି ସନ୍ଦେହରେ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।