ଯୁବକର ଠେଙ୍ଗା ମାଡରେ ୩ ଆହତ, ୨ ଜଣ ବୁର୍ଲା ସ୍ଥାନାନ୍ତର

Published: Dec 28, 2020, 7:46 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଜଣେ ଯୁବକର ଠେଙ୍ଗା ମାଡରେ ୩ ଜଣ ଆହତ ହେବା ସହ ବୁର୍ଲା ଡାକ୍ତରଖାନାରେ ଚିକିସ୍ତ୍ରାଧିନ ଥିବା ବେଳେ ଅଭିଯୁକ୍ତକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କାଦୋବାହାଳି ଗ୍ରାମରେ ଗତ ୨୬ ତାରିଖ ସଂଧ୍ୟାରେ ଗ୍ରାମର ଅମିତ୍ ମିଦ୍ଧା ନାମକ ଯୁବକ କୌଣସି କାରଣରୁ ପଡୋସୀ ଉପାସୀ ନାଏକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ଠିକ୍ ସେଇ ସମୟରେ ଉପାସୀ ନାଏକର ଶାଶୂ କୁନି ନାଏକ ଓ ଶ୍ୱଶୁର କାର୍ତ୍ତିକ ନାଏକ ନିଜର ବୋହୁର ଜୀବନ ରକ୍ଷା ପାଇଁ ଉଦ୍ୟମ କରି ନିଜେ ମଧ୍ୟ ଠେଙ୍ଗା ମାଡରୁ ବର୍ତ୍ତି ପାରି ନ ଥିଲେ। ସେମାନଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଉପାସୀ ନାଏକଙ୍କ ହାତ ଭାଙ୍ଗି ଯାଇଛି। ସେମାନଙ୍କୁ ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ନିଆଯାଇ ପ୍ରଥମେ ପ୍ରାଥମିକ ଚିକିିତ୍ସା କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କାର୍ତ୍ତିକ ନାଏକ ଓ କୁନି ନାଏକକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ରେଢାଖୋଲ ଥାନା କେସ୍ ନଂ ୨୨୮/୨୬/୧୨/୨୦୨୦ ୟୁ/ଏସ୍ ୩୪୧/୨୯୪/୩୨୩/୩୨୫/୩୦୭/୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅମିତ୍ ନାଏକକୁ ରେଢାଖୋଲ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣିଗାରେଡି ସନ୍ଦେହରେ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Related posts