Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେନିୟମ ଟ୍ରେନ ଟିକଟ କାରବାରରେ ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେନିୟମ ଏବଂ କମିଶନ ହିସାବରେ ଟ୍ରେନ ଟିକଟ କାରବାର କରି ଆଜି ବ୍ରହ୍ମପୁର ଜଣେ ଯୁବକ ଆର୍‌ପିଏଫ୍ ହାତରେ ଧରାପଡ଼ି ଗିରଫ ହୋଇଛି। ଯୁବକ ଜଣକ ହେଲେ କୁଠାରୀ ମନ୍ଦିର ସାହିର ଲକ୍ଷ୍ମୀ ସଦେଇ।

ଘଟଣାରୁ ପ୍ରକାଶ ଯେ, ଲକ୍ଷ୍ମୀ ବେନିୟମ ଭାବେ ଟ୍ରେନ ଟିକଟ ସଂରକ୍ଷଣ ଏବଂ ବିକ୍ରୀ କରୁଥିବା ନେଇ ଆର୍‌ପିଏଫ୍ ଖବର ପାଇ ଆଜି ଚଢ଼ାଉ କରିଥିଲା। ସେଠାରୁ ବେନିୟମ ଭାବେ ରେଲୱେ ଆଇଡ଼ିରେ ୧୦ଟି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବୁକିଂ କରାଯାଇପାରୁଥିବା ଆଇଡ଼ି ଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ନିକଟରୁ ୯ଟି ଆଗାମୀ ଦିନର ସଂରକ୍ଷଣ ଟିକଟ ଯାହାର ମୂଲ୍ୟ ୬୮୨୮.୫୨ ଟଙ୍କା ଏବଂ ୪୦ଟି ପୂର୍ବରୁ ବ୍ୟବହାର ହୋଇଥିବା ସଂରକ୍ଷଣ ଟିକେଟ ଯାହାର ମୂଲ୍ୟ ୨୭ ହଜାର ୯୪୪ ଟଙ୍କାର ଟିକଟ ଜବତ ହୋଇଥିଲା। ଚଢ଼ାଉରେ ସବ୍ ଇନିସ୍‌ପେକ୍ଟର ସିକେ ତିୱାରୀ ଏବଂ ଆର୍‌ପିଏଫ୍‌ର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ।

ଏନେଇ ଥାନା କେସ ନଂ ସି୩ସି/୧୭/୨୦୨୧ ୟୁ/ଏସ୍ ୧୪୩ ରେଲୱେ ଆକ୍ଟରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଦିଲିପ ସାର୍ ସୂଚନା ଦେଇଛନ୍ତି।