Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ଏକଜ୍ୟୁକେଟିଭ ଅଫିସରଙ୍କ ଘରେ ଭିଜିଲାନସ ରେଡ୍, ତିନୋଟି ସ୍ଥାନରେ ଚଢାଉ

ବରଗଡ, ଜଣେ ପଞ୍ଚାୟତ ଏକଜ୍ୟୁକେଟିଭ ଅଫିସରଙ୍କ ଘରେ ଭିଜିଲାନସ ଚଢାଉ କରାଯାଇଛି। ସେ ହେଉଛନ୍ତି ବରଗଡ ଜିଲ୍ଲାର ବେହେରାପଲ୍ଲୀ ପଞ୍ଚାୟତର ଏକଜ୍ୟୁକେଟିଭ ଅଫିସର ଅନୀଲ କୁମାର ପାଢୀ। ଆଜି ସକାଳୁ ଏକ କାଳୀନ ବରଗଡର ତିନୋଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ଚଢାଉବେଳେ ନଗଦ 69 ହଜାର ଟଙ୍କା, ଗୋଟିଏ ଦୁଇମହଳା କୋଠା, ଗୋଟିଏ ପ୍ଲଟ ଜବତ କରାଯାଇଛି। ଏହି ଚଢାଉରେ ତିନୋଟି ଟିମ କାର୍ଯ୍ୟ କରୁଛନ୍ତି, ସେଥିରେ ଜଣେ ଡିଏସପି, 3 ଜଣ ଇନସ୍ପେକ୍ଟର ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାର ଜଣାପଡିଛି।