Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର, ସିଏମ ଯୋଗୀ ଏବଂ ଏସଟିଏଫ ମୁଖ୍ୟଙ୍କୁ ବୋମା ମାଡ଼ କରିବାର ଧମକ, ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟଙ୍କୁ ଏକ ମେଲ ମାଧ୍ୟମରେ ବିସ୍ଫୋରଣ କରିବାର ଧମକ ଦେଇଥିବା ମାମଲା ସାମ୍ନାକୁ ଆସିଛି। ଏହି ମେଲ୍ ପାଇବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ସିରିଆରେ ଆର୍ମି ବସ୍ ଉପରକୁ ଆକ୍ରମଣ, ୧୮ ସୈନିକ ନିହତ

ନୂଆଦିଲ୍ଲୀ: ଆଜି ସିରିଆର ଦମିସ୍କ ନିକଟରେ ଏକ ସେନା ବସ୍ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହା ଗତ କିଛି ମାସ ମଧ୍ୟରେ ସିରିଆ ସରକାରୀ ସୈନ୍ୟ ବିରୁଦ୍ଧରେ ହୋଇଥିବା ଘାତକ ଆକ୍ରମଣ।

ଦମିସ୍କରେ ମଧ୍ୟ ଏହିପରି ବସ୍ ଆକ୍ରମଣ ବୃଦ୍ଧି ପାଉଛି। ଆଜିର ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାଁନ୍ତି। ସିରିଆରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ଏହି ବିବାଦରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦେଶ ଧ୍ୱଂସ ହୋଇଯାଇଛି। ସିରିଆ ସରକାରୀ ସୈନ୍ୟମାନେ ମଧ୍ୟ ବିରୋଧୀ ଯୋଦ୍ଧାମାନଙ୍କ ଦ୍ଵାରା ହରାଇଥିବା ଅଞ୍ଚଳକୁ ପୁନର୍ବାର ଜବରଦଖଲ କରିବାରେ ସଫଳ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବାପା ଉପରକୁ ବୋମା ମାଡ କଲା ପୁଅ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ବାପା ଉପରେ ପୁଅ ଏବଂ ସହଯୋଗୀ ବୋମାମାଡ କରିଛନ୍ତି। ଏ ନେଇ ଆହତ ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଭବାନୀପୁର ପଞ୍ଚାୟତ ଶାନ୍ତିନଗର ବାସିନ୍ଦା ସଠ ରାଉତରାୟ (୮୫) ଙ୍କୁ ଆଜି ବଡି ଭୋରରୁ ତାଙ୍କ ବଡ଼ ପୁତ୍ର ସୁବାସ ରାଉତରାୟ ଏବଂ ଅନ୍ୟ ସହଯୋଗୀ ମାନେ ଏକ ବୋମା ତାଙ୍କ ଉପରକୁ ଫିଙ୍ଗି ଫେରାର ହୋଇଯାଇଛନ୍ତି। ସଠ ଶୌଚ ହେବା ପାଇଁ ବଡି ଭୋରରେ ନିଜ ଘର ସାମ୍ନା କେନାଲକୁ ଯାଇଥିବା ବେଳେ ପୁର୍ବରୁ ସୁବାସ ଓ ଅନ୍ୟ ସହଯୋଗୀମାନେ ସେଠାରେ ଛପି  ରହିଥିଲେ। ଶୌଚ ପରେ ସଠ କେନାଲରୁ ବାହାରୁଥିବା ସମୟରେ ଅଭିଯୁକ୍ତ ମାନେ ସଠଙ୍କ ଉପରକୁ ଏକ ହାତ ତିଆରି ବୋମା ଫୋପାଡ଼ିଥିଲେ।  ଫଳରେ ସଠ କ୍ଷତବିକ୍ଷତ ହୋଇ ତଳେ ପଡିଯାଇଥିଲେ।

ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ। ଏ ନେଇ ସଠ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛି।

ତେବେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି। ସଠ ଓ ତାଙ୍କ ବଡ଼ ପୁତ୍ରଙ୍କ ସହ ପୁର୍ବରୁ ଶତ୍ରୁତା ଲାଗିରହିଥିବା ବେଳେ ବଡ଼ ପୁତ୍ର ଓ ପରିବାର ଘରେ ନରହି ଅନ୍ୟତ୍ର ରହୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୂର୍ବ ୟୁକ୍ରେନର ସ୍କୁଲ ଉପରେ ବୋମା ମାଡ଼ କଲା ଋଷ, ୬୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ ଏବଂ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ପୂର୍ବ ୟୁକ୍ରେନରେ ଋଷ ବୋମା ମାଡ କରିଛି। ଏହି ବିସ୍ଫୋରଣରେ ଏକ ସ୍କୁଲ ମଧ୍ୟ ଧ୍ଵଂସ ପାଇଯାଇଛି। ଯେଉଁଥିରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ସୂଚନା ଲୁହାନସ୍କର ରାଜ୍ୟପାଳ ସେରହୀ ହେଦାଇ ପ୍ରଦାନ କରିଛନ୍ତି।

କୁହାଯାଉଛି ଯେ ପୂର୍ବ ୟୁକ୍ରେନର ବିଲୋହୋରୀବକା ଗାଁରେ ଋଷର ସେନା ଏହି ଆକ୍ରମଣ କରିଛନ୍ତି। ରାଜ୍ୟପାଳ ହେଦାଇ କହିଛନ୍ତି ଯେ ଋଷ ଆକ୍ରମଣ କରିଥିବା ବିଦ୍ୟାଳୟରେ ପ୍ରାୟ ୯୦ ଜଣ ଲୋକ ଆଶ୍ରୟ ନେଇଥିଲେ। ସେଥିମଧ୍ୟରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ପ୍ରାୟ ୪ ଘଣ୍ଟାr ସଂଘର୍ଷ ପରେ ନିଆଁ ଲିଭାଯାଇଥିଲା ବୋଲି ରାଜ୍ୟପାଳ କହିଛନ୍ତି। ଦୁଦୁର୍ଭାଗ୍ୟବଶତଃ ସେଠାରେ ଦୁଇଟି ମୃତଦେହ ମିଳିଥିଲା। ସେ କହିଛନ୍ତି ଯେ, ୩୦ ଜଣଙ୍କୁ ବାହାର କରାଯାଇଛି, ସେଥିମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ସେଠାରେ ୬୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଯୁଦ୍ଧ ଅପରାଧ କରିଥିବା ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ଅଭିଯୋଗ କରିଛନ୍ତି। ତେଣୁ ଏଥି ସହିତ ଋଷ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଗତ କିଛି ମାସ ଧରି ଚାଲିଥିବା ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି, ଅନେକ ସହର ଧ୍ୱଂସ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।